ବିଦ୍ୟୁତ ତାର ଚୋରି ର଼୍ୟାକେଟ୍‌ ଠାବ : ଜେଲ୍‌ ଗଲେ ୪ ଅଭିଯୁକ୍ତ

ବସ୍ତା/ରୂପ୍‌ସା,୨୪।୮(ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ଅଧୀନ ସଦର, ରୂପ୍‌ସା, ବସ୍ତା, ସିଂଲା ଓ ବାଲିଆପାଳ ଥାନା ଅଞ୍ଚଳରୁ ଲଗାତର ବିଦ୍ୟୁତ୍‌ ତାର ଚୋରି ଘଟଣାରେ ଏକ ର଼୍ୟାକେଟ କାମ କରୁଥିବା ଜଣାପଡିଛି। ବସ୍ତା ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ ଓ ତଦନ୍ତ ଅଧିକାରୀ ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି ପ୍ରମୁଖ ଏହି ର଼୍ୟାକେଟ୍‌ ଠାବ କରି ଶନିବାର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ମଣ୍ଡାଭାଟି ଗ୍ରାମର ନିଗମାନନ୍ଦ ବେହେରା, ଖୁଣ୍ଟା ଗ୍ରାମର ବାପୁନ ବିନ୍ଧାଣି, ଗୁଡ଼ିଖଣିଆ ଗ୍ରାମର ସୁନୀଲ ହେମ୍ବ୍ରମ ଏବଂ ସିଂଲା ଥାନା ଲଙ୍ଗଳେଶ୍ୱରର ସେକ ଉଷମାନ। ସେମାନଙ୍କଠାରୁ ୩ଲକ୍ଷ ୫୭ହଜାର ଟଙ୍କାର ଚୋରି ବିଦ୍ୟୁତ ତାର ସହ ଚୋରି କାର୍ଯ୍ୟରେ ବ୍ୟବହୃତ ଏକ ସ୍କର୍ପିଓ (ନଂ. ଓଆର୍‌୦୧କେ-୬୫୬୪) ସହ ୩ଟି ମୋବାଇଲ ଜବତ ହୋଇଛି। ଏନେଇ ଶନିବାର ବସ୍ତା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୯, ୪୧୧ ଓ ୩୪ ଆଇପିସିରେ ମାମଲା ରୁଜୁ କରାଯାଇ କୋଟର୍ର୍ଚାଲାଣ କରାଯାଇଛି।
୬୦ନଂ. ଜାତୀୟ ରାଜପଥରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ର ଫୁଲାଡ଼ିଠାରୁ ରାଜଘାଟ ପର୍ଯ୍ୟନ୍ତ ଏବଂ ଅନ୍ୟ ଅଞ୍ଚଳରୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ତାର ଚୋରି ହୋଇଥିବା ନେଇ ବିଭାଗୀୟ ଜେଇ ଓ ଠିକାଦାର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ବସ୍ତା ଥାନାରେ ୪ଟି, ସଦର ଥାନାରେ ଗୋଟିଏ ଏବଂ ସିଂଲା ଥାନାରେ ଗୋଟିଏ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ପୂର୍ବ ଯୋଜନା ମୁତାବକ ଲଙ୍ଗଳେଶ୍ୱରର ସେକ ସୁଲେମାନଙ୍କ କବାଡ଼ିଆ ଗୋଦାମରେ ଅତର୍କିତ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଚୋରି ବିଦ୍ୟୁତ ତାର ସବୁ କବାଡ଼ିଆ ମାଧ୍ୟମରେ ବିକ୍ରି କରାଯାଉଥିଲା ବୋଲି ପୋଲିସ କହିଛି। ଏହି ଗ୍ୟାଙ୍ଗରେ ଅନ୍ୟ ୭/୮ ଜଣ ସହଯୋଗୀ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡ଼ିପିଓ କହିଛନ୍ତି। ଏହି ମାମଲାରେ ଜୁନ୍‌ ୭ ତାରିଖରେ ବସ୍ତା ଥାନା ପୋଲିସ ଚଢ଼ାଉ କରି ମହାଦେବସରାଇ ଗ୍ରାମର ଅଭିଯୁକ୍ତ ଶଙ୍କର ଦେହୁରୀ ଓ ମାଛିଆ ଗ୍ରାମର ଭ୍ୟାନ୍‌ ଡ୍ରାଇଭର ସେକ ଓକିଲଙ୍କୁ ଗିରଫ କରିଥିଲା। ଚୋରିରେ ବ୍ୟବହୃତ ଏକ ଭ୍ୟାନ୍‌ ସହ ୯ ସ୍ପାନ ବିଦ୍ୟୁତ୍‌ ତାର ଜବତ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ କବାଡ଼ି ଗୋଦାମ ମାଲିକ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri