ବିଦ୍ୟୁତ୍‌ ଫାଶରେ କୁଟୁରା, ଗୟଳ ଶିକାର

ବନ୍ତଳା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅଧୀନରେ ସୋମବାର ଓ ମଙ୍ଗଳବାର ୧୧ କେଭି ତାରରେ ହୁକ ପକାଇ ଏକ କୁଟୁରା ଓ ଗୟଳ ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଜଗନ୍ନାଥପୁର ଗ୍ରାମ ଛୁଟା ମୁଣ୍ଡା ରିଜର୍ଭ ଜଙ୍ଗଲ କମ୍ପାର୍ଟମେଣ୍ଟ ନମ୍ବର ୧ରେ ସୋମବାର ରାତି ୧୧.୩୦ ରୁ ୧୨ ଟା ମଧ୍ୟରେ ହୁକ ପକାଇ ଜନ୍ତୁ ଶିକାର ପାଇଁ ଲୁହା ତାର ବିଛାଯାଇଥିଲା। ଏହା ସଂସ୍ପର୍ଶରେ ଆସି ଏକ କୁଟୁରାର ମୃତ୍ୟୁ ଘଟିଥିଲା। ଖବରପାଇ ରେଞ୍ଜର ସୁଦୀପ୍ତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପୁର କର୍ମଚାରୀ ସେଠାରେ ଚଢ଼ାଉ କରିବା ସହ ମୃତ କୁଟୁରା, ଶିକାରରେ ବ୍ୟବହୃତ ତାର, ବାଉଁଶ କିଳା ଆଦି ଜବତ କରିଥିଲେ। ବନବିଭାଗ ପକ୍ଷରୁ ଓଆର କେଶ୍‌ ନଂ. ୭ ରେ ଏକ ମକଦ୍ଦମା ରୁଜୁ କରି ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଉକ୍ତ ଅଞ୍ଚଳଟି ବନ୍ତଳା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ଅଧୀନରେ ଯାଉଥିବା ବେଳେ ଜରପଡା ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ଉକ୍ତ ରେଞ୍ଜ ତରଭା ବିଟ ଅଧୀନରେ ଥିବା କୁରୁ ରିଜର୍ଭ ଜଙ୍ଗଲ ଜଳେଶ୍ବରଠାରେ ମଙ୍ଗଳବାର ରାତିରେ ୧୧ କେଭି ତାରରେ ହୁକ ପକାଇ ଏକ ଗୟଳକୁ ଶିକାର କରାଯାଇଛି। ବୁଧବାର ସକାଳେ ଖବରପାଇ ବନବିଭାଗ ଗୟଳ ଓ ଶିକାରରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି। ପମ୍ପାସର କେଶ୍‌ ନଂ. ୮ରେ ଏକ ମାମଲା ରୁଜୁ କରାଯିବା ସହ ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର କୁମାର ସାହୁ ମୃତ ଗୟଳର ବ୍ୟବଚ୍ଛେଦ କରିଛନ୍ତି। ସେହିପରି ଅନୁଗୋଳ ବନଖଣ୍ଡ ଅଧୀନରେ ଥିବା ଅନୁଗୋଳ ରେଞ୍ଜ ପୁରୁଣାଗଡ଼ ସୋରିଷପାଳ ଗ୍ରାମ ନିକଟରେ ମଙ୍ଗଳବାର କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ହରିଣକୁ ଜବତ କରି ବୁଧବାର ଅନୁଗୋଳ ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଛି। ରେଞ୍ଜର ସୁଦୀପ୍ତା ମହାପାତ୍ର କୁହନ୍ତି, ଶିକାରୀଙ୍କ ବିଷୟରେ ଜଣାପଡିଛି। ଅଧିକ ତଦନ୍ତ ଚାଲିଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri