ବିଦ୍ୟୁତ୍‌ ତାର ଛିଡ଼ି ମା’ଝି’ର ମୁ୍‌ର୍‌ତୁ ଘଟନା: ପରିବାରକେ ମିଲ୍‌ଲା ୫ ଲାଖ୍‌ କ୍ଷତିପୂରନ

 

ନୂଆପଡା ଅଫିସ/ସିନାପାଲି/ବରଗାଁ,୪ା୧(ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ମଖାପଦର ଗଁାରେ ୧୧ କେଭି ବିଦ୍ୟୁତ୍‌ ତାର ଛିଡ଼ି ଗୁଟେ ପରିବାରର ମା’ଝି’ର ମୁର୍‌ତୁ ହେଇଥିଲା। ଘଟନାର ୪୮ ଘଁଟା ଉତାରୁ ବିଦ୍ୟୁତ୍‌ ବିଭାଗ୍‌ ପୀଡ଼ିତ ପରିବାରକେ ସାହାଯ୍‌ ଟଁକା ଦେଇଛେ। ଶୁକୁରବାର ଦିନ୍‌ବେଲା ବିଦ୍ୟୁତ୍‌ ବିଭାଗର ଅଧ୍‌କାରୀମାନେ ଆସି ପୀଡ଼ିତ ପରିବାରକେ ୫ ଲାଖ୍‌ ଟଁକାର ଚେକ୍‌ ଦେଇଛନ୍‌।
ପୂରବର ସୂଚନା ହିସାବେ ବୁଧୁବାର ଦିନର ୨ବଜେ ଘର କାମ୍‌ରେ ପାଏନ୍‌ ଦେବାକେ ମା’ଝି’ ଯାଉଥିଲାବେଲେ ସିନାପାଲିରୁ ମଖାପଦର ଦେଇ ଯାଇଥିବାର ୧୧ କେଭି ଜିଁଲା ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିଥିଲା। ତାର ଛିଡ଼ି ପହେଲା ଝି’ ଦୁସିଲା(୯)କଁର ଉପରେ ପଡ଼ିଥିଲା। ସେ ବିଦ୍ୟୁତ୍‌ ଆଘାତରେ ଛଟପଟ ହେଲାବେଲେ ତାହାକୁ ବଁଚାବାକେ ଯାଇ ମା’ ତରୁଲତା(୪୫) ବି ସେଥ୍‌ରେ ଲଟ୍‌କି ଯାଇଥିଲେ। ବିଦ୍ୟୁତ୍‌ ଆଘାତରେ ସେଠାନେ ମା’ଝି’ର ମୁର୍‌ତୁ ହେଇଯାଇଥିଲା। ଇ ଖବର ପାଏଲା ଉତାରୁ ଭାଜପା ଜିଲା ସଭାପତି ସୁବ୍ରତ କୁମାର ଠାକୁର ଆର ଦଲିତ ଅଧିକାର ମଞ୍ଚର ଜିଲା ସଭାପତି କମଳ ଚରଣ ତାଣ୍ଡି ଘଟନାଥଲରେ ପୁହୁଁଚି ପରଶାସନ ଆଘେ କ୍ଷତିପୂରନ ଦେବାକେ ଦାବି କରିଥିଲେ। ପୀଡ଼ିତ ପରିବାରକେ ସାହାଯ୍‌ ନାଇଁ ଦେବାର ତକ୍‌ ଶବ ଛଡ଼ା ନାଇଁଯାଏ ବଲି ସେମାନେ ଅଡ଼ି ବସିଥିଲେ। ପଛେ ଥାନୀଅ ତହସିଲଦାର ଆର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଘଟନାଥଲରେ ପୁହୁଁଚି ଲୁକ୍‌କୁ ବୁଝାଶୁଝା କରବାର ସଂଗେ ସାହାଯ୍‌ ଦେବାକେ କଥା ଦେଇଥିଲେ। ଅଧ୍‌କାରୀମାନକର କଥା ପାଏଲା ଉତାରୁ ଶବ ଉଠିଥିଲା। ଅଧ୍‌କାରୀମାନେ ଦେଇଥିବାର କଥା ହିସାବେ ଶୁକୁରବାର ବେଲାକେ ସିନାପାଲି ତହସିଲଦାର କପିଳଦେବ ସାହୁ ଆର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଗଗନ ଜେନା ପୁହୁଁଚି ତରୁଲତାକଁର ଆପ୍‌ନେ ରାମଚଣ୍ଡୀକୁଁ ଭେଟି ୫ ଲାଖ୍‌ ଟଁକାର ଚେକ ଦେଇଥିଲେ। ଇ ସମିଆରେ ରାମଚଣ୍ଡୀକଁର ସଂଗେ ଭାଜପା ଜିଲା ସଭାପତି ଠାକୁର ଆର ଦଲିତ ଅଧିକାର ମଞ୍ଚର ସଭାପତି ତାଣ୍ଡି, ସରପଁଚ୍‌ ବଳଦେବ ମାଝିକଁର ସମେତ ଗଁାବାସୀ ଉପସ୍ଥିତ ଥିଲେ। ଘଟନା ଦିନ ତହସିଲଦାର ରେଡକ୍ରସ ପଁାଠିରୁ ପୀଡ଼ିତ ପରିବାରକେ ୨୦ ହଜାର ଟଁକା ସାହାଯ୍‌ ଦେଇଥିଲେ। ହେଲେ ଇ ଘଟନାର ତଦଁତ୍‌ କରି କାମ୍‌ରେ ଖିଲାପି କରିଥିବାର ଅଧ୍‌କାରୀ, କରମ୍‌ଚାରୀକଁର ବିରୋଧ୍‌ନେ କଡ଼ା ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri