ବିଦ୍ୟୁତ୍‌ ଚୋରି ରୋକିବାକୁ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ ନିଷ୍ପତ୍ତି: ‘ପ୍ରଥମେ ସରକାରୀ ସ୍ତରରେ ଲାଗୁ ହେଉ’

ଓଡ଼ଗାଁ, ୨୨।୮(ସ୍ବ.ପ୍ର.): ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍‌ ଚୋରି ରୋକିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍ଷାଧିକ କୋଠଘର, କ୍ଲବ ଘର, ସରକାରୀ ଦପ୍ତର, କ୍ୱାର୍ଟର୍ସ ଓ ଛୋଟବଡ କଳକାରଖାନା ହୁକିଂରେ ଚାଲୁଥିବା ଜଣାଯାଇଛି। ଏସବୁ ସ୍ଥାନରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ବ୍ୟବହାର ହେଉଥିବା ବେଳେ ରାଜନୈତିକ ଚାପ କାରଣରୁ ବିଭାଗୀୟ ଅଧିକାରୀମାନେ ଏସବୁ ବେଆଇନ ଗ୍ରାହକଙ୍କ ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏହା ବ୍ୟତୀତ ବିଭିନ୍ନ କଳକାରଖାନା ଓ ମିଲ୍‌ମାନଙ୍କୁ ସରକାରଙ୍କ ଅଯଥା ଅନୁକମ୍ପା ମଧ୍ୟ ବିଦ୍ୟୁତ୍‌ ଅପବ୍ୟବହାରର ଅନ୍ୟ ଏକ କାରଣ । ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କେତେକ କହୁଥିବା ବେଳେ ସରକାର ଆଗାମୀ ଦିନମାନଙ୍କରେ ଅନ୍‌ଗ୍ରୀଡ କିମ୍ବା ଅଫ୍‌ ଗ୍ରୀଡ ସୋଲାର ସିଷ୍ଟମକୁ ପ୍ରଚଳନ କରିବାକୁ ଆବଶ୍ୟକ ସଚେତନତା କିମ୍ବା ପ୍ରୋତ୍ସାହନ ଦେବା ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟର ବହୁ ଗ୍ରାହକ ବିଦ୍ୟୁତ୍‌ ସଙ୍କଟରୁ ମୁକ୍ତି ପାଇବା ସହିତ ଜିରୋ ବିଦ୍ୟୁତ୍‌ ବିଲ୍‌ ହାସଲ କରିପାରିବେ। ଏ ନେଇ ଧରିତ୍ରୀ ତରଫରୁ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଇଥିଲା । ଅଧିକାଂଶ ପ୍ରିପେଡ ମିଟର ବ୍ୟବସ୍ଥା ପ୍ରଥମେ ସରକାରୀ ସ୍ତରରେ ଆରମ୍ଭ ହେଉ ମତ ଦେଇଥିଲେ।
କ’ଣ କହନ୍ତି ଏମାନେ…
-ପ୍ରଥମେ ବିଦ୍ୟୁତ୍‌ ଚୋରି ବନ୍ଦ କରିବାକୁ ଉଦ୍ୟମ କରାଯାଉ। କେବଳ ମଳି ମୁଣ୍ଡିଆଙ୍କ ଉପରେ ଏହାକୁ ନ୍ୟସ୍ତ ନ କରି ସରକାରୀ ସ୍ତରରେ ଆରମ୍ଭ ହେଉ । ଅନ୍‌ଗ୍ରୀଡ ହେଉ ବା ଅଫ୍‌ଗ୍ରୀଡ ସୋଲାର ଉପତ୍ାଦନ ନିମନ୍ତେ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
କୃଷ୍ଣମୂର୍ତ୍ତି ଦୋରା, ସାମାଜିକ କର୍ମୀ, କୁରାଳ
– ପ୍ରିପେଡ ମିଟରକୁ ସ୍ବାଗତ । କିନ୍ତୁ ଏହିଭଳି ମିଟର ପ୍ରଥମେ ସରକାରୀ ଦପ୍ତର, କ୍ୱାର୍ଟର୍ସ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ରାଜନୈତିକ ସଭାସମିତିରେ ଲାଗୁ କରାଯାଉ ।
ରବୀନ୍ଦ୍ର କୁମାର ପଟ୍ଟନାୟକ, ଗ୍ରାହକ ସେବାକେନ୍ଦ୍ର ପରିଚାଳକ, ଓଡ଼ଗାଁ
-ସରକାରଙ୍କ ପ୍ରିପେଡ୍‌ ମିଟର ଭଳି ଅଭିନବ ପ୍ରକଳ୍ପ ସ୍ବାଗତଯୋଗ୍ୟ । ବିଦ୍ୟୁତ୍‌ ଚୋରି ରୋକିବାରେ ଏହା ଏକ ଭଲ ପଦକ୍ଷେପ। ହେଲେ ପ୍ରଥମେ ସରକାର ସମସ୍ତ ବିଦ୍ୟୁତ୍‌ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୁଅନ୍ତୁ । କାରଣ ବିଦ୍ୟୁତ୍‌ ଗ୍ରାହକଙ୍କଠାରୁ ହୁକିଂରେ ବିଦ୍ୟୁତ୍‌ ବ୍ୟବହାରକାରୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ପ୍ରଥମେ ସରକାରୀ ସ୍ତରରେ ପ୍ରିପେଡ୍‌ ମିଟରକୁ ଲାଗୁ କରି ଉଦାହରଣ ସୃଷ୍ଟି କରାଯାଉ ।
ସ୍ବରୂପ ମିଶ୍ର, ସାମାଜିକ କର୍ମୀ, ଓଡ଼ଗାଁ
-ଅଦ୍ୟାବଧି ଲାଗିଥିବା ମିଟର ଓ ବ୍ୟବହାର ସମ୍ପର୍କରେ ଲୋକେ ଅଜଣା ରହିଥିବା ବେଳେ ସ୍ମାର୍ଟ ମିଟର ଗାଁ ଗହଳିର ଲୋକମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ନିଆରା ହେବ । ରାତି ଅଧରେ ବିଦ୍ୟୁତ୍‌ କଟିଲେ ଆଦୌ ରିଚାର୍ଜ ସମ୍ପର୍କରେ ଜାଣି ନ ଥିବା ଲୋକଟିଏ ରାତିରେ ରିଚାର୍ଜ କରି ନ ପାରି ଅସୁବିଧାର ସମ୍ମୁଖୀନ ହେବା ସମ୍ଭାବନା ରହିଛି। ପ୍ରିପେଡ ମିଟର ଲାଗୁ ହେବା ପରେ ବହୁ କର୍ମଚାରୀ ଛଟେଇ ହେବାର ସମ୍ଭାବନା ରହିଥିବା ବେଳେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ।
ସର୍ବେଶ୍ୱର ସ୍ବାଇଁ, ପରିଚାଳକ, ଇଲର୍ନିଂ କମ୍ପ୍ୟୁଟର, ଓଡ଼ଗାଁ।
-ଘରୋଇ ଉପଭୋକ୍ତାଙ୍କୁ ଏହାର ସୁବିଧା ମିଳିପାରେ, ହେଲେ ବ୍ୟବସାୟୀଙ୍କୁ ଏହାର ସୁଫଳ ମିଳି ନ ପାରେ । ମୋବାଇଲ ରିଚାର୍ଜ ଭଳି ବିଭିନ୍ନ ପ୍ଲାନ୍‌ କରାଗଲେ ହୁଏତ ଲୋକେ ଏହାର ସୁଫଳ ପାଇପାରିବେ । ତଥାପି ପ୍ରଥମେ ବିଦ୍ୟୁତ୍‌ ଚୋରି ରୋକିବାକୁ ବିଭାଗୀୟ ପଦକ୍ଷେପ ନିଆଯାଉ।
ନରେନ୍ଦ୍ର କୁମାର ତ୍ରିପାଠୀ, କ୍ଷୁଦ୍ର ବ୍ୟବସାୟୀ, ଓଡ଼ଗାଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri