ବିଦ୍ୟୁତ୍‌ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡା, ୧୧ା୭(ଡ଼ି.ଏନ.ଏ)- ରାୟଗଡା ଜିଲା କୁମୁଡାବାଲି  ବ୍ଲକ  ମୁନିଗୁଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବୁଧବାର ରାତିରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିିଛି । ମୃତା ଛାତ୍ରୀ ଜଣକ ହେଲେ କୁମୁଡାବାଲି ପଞ୍ଚାୟତ ଗୁମୁଡି ଗ୍ରାମର ନନ୍ଦିନୀ କାଡ୍ରାକାଙ୍କ ଝିଅ   ଉଁଆସୁ କାଡ୍ରାକା। ସେ ୭ମ ଶ୍ରେଣୀର ଛାତ୍ରୀ ଥିଲେ। ଗୁରୁବାର ରାୟଗଡା ଏଡ଼ିଏମ ସୁଧାକର ଶବର, ଗୁଣପୁର ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ ଓ ମୁନିଗୁଡା ତହସିଲଦାର ଦେବାଶିଷ ଗୋଡ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ସେହିପରି ମୁନିଗୁଡା ଥାନା ଶିଶୁ ମହିଳା ଡ଼େସ୍କ ଶ୍ୱେତପଦ୍ମା ସେଠ୍‌ ଓ ଚନ୍ଦ୍ରମା ଶବର କେତେକ ଛାତ୍ରୀ ଓ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ଅନ୍ୟପଟେ ମୃତା ଛାତ୍ରୀଙ୍କ ବାପା ବିଦ୍ୟାଳୟର ଅବହେଳାରୁ ଏପରି ଘଟଣା ଘଟିଛି ବୋଲି ମୁନିଗୁଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ବୁଧବାର ରାତିରେ ବିଦ୍ୟାଳୟର ୧୩୦ ଛାତ୍ରୀ ଖାଇ ସାରିବା ପରେ ହାତ ଧୋଇ ଫେରୁଥିଲେ। ଏହି ସମୟରେ କାନ୍ଥରେ ଓହଳିଥିବା ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ନନ୍ଦିନୀ ଆସିଥିଲେ। ଅନ୍ୟ ଛାତ୍ରୀମାନେ ଏହା ଦେଖି ନନ୍ଦିନୀ ଲାଗିଥିବା ତାରକୁ ଚପଲ ସାହାଯ୍ୟରେ କାଢ଼ି ଦେଇଥିଲେ। ପରେ ନନ୍ଦିନୀ ଅଚେତ ହୋଇ ତଳେ ପଡିଯାଇଥିଲେ । ଛାତ୍ରୀମାନେ ଓ୍ବାର୍ଡେନ ଓ କର୍ମଚାରୀମାନଙ୍କୁ ଡାକିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ବାଟରେ ନନ୍ଦୀନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସବ୍ୟସାଚୀ ମହାପାତ୍ର ପ୍ରକାଶ କରିଛନ୍ତି । ଖବରପାଇ ରାୟଗଡା ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଡିପିସି ଗାର୍ଲସ କୋଅର୍ଡିନେଟର ସୁରେନ୍ଦ୍ର ସାଠୁଆ, ଏସପି ଶ୍ରବଣ ବିବେକ ଏମ, ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତା, ମୁନିଗୁଡା ବ୍ଲକ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଥାନା ଆଇଆଇସି ରାଜେନ୍ଦ୍ର ଦେହୁରୀ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିବା ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ଏହି ଦୁଃଖଦ ଘଟଣା ପରେ ଛାତ୍ରୀଙ୍କ ଆତ୍ମାର ସଦ୍‌ଗତି କାମନା କରି ବିଦ୍ୟାଳୟରେ ଛାତ୍ରୀ,ଶିକ୍ଷକ ଓ କର୍ମଚାରୀମାନେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri