ବିଦ୍ୟା ଅଟଇ ମହାବଳ…

ସୌରଚନ୍ଦ୍ର ମହାପାତ୍ର

ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ବିଦ୍ୟା ଅଟଇ ମହାରତ୍ନ, ହୃଦୟେ ଘେନ କରି ଯତ୍ନ। ବିଦ୍ୟା ଅଟଇ ମହାମିତ୍ର, ସେ ସଙ୍ଗେ ହୁଅ ହେ ପବିତ୍ର। ବିଦ୍ୟା ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ’ – ଭକ୍ତ କବି ମଧୁସୂଦନଙ୍କ ଏହି ବିଲକ୍ଷଣ ଧାଡ଼ି ଜୀବନରେ ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆମମାନଙ୍କୁ ଆଲୋକ ବର୍ତ୍ତିକା ବାର୍ତ୍ତା ପ୍ରଦାନ କରୁଛି। ମନୁଷ୍ୟ ଶରୀରରେ ଆଖି, କାନ, ପାଟି ଆଦି ସବୁ ଅଙ୍ଗଗୁଡ଼ିକ ପରସ୍ପର ସହିତ ଅଭିନ୍ନ ଭାବରେ ସମ୍ପୃକ୍ତ। ଏହି ଅଙ୍ଗଗୁଡ଼ିକ ଯେପରି ମନୁଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସେହିପରି ସାମାଜିକ ପ୍ରକ୍ରିୟାର ଏକ ଅଙ୍ଗ ଭାବରେ ମନୁଷ୍ୟ ମଧ୍ୟ ସମାଜ ପାଇଁ ଗୁରୁତ୍ୱ ପୂର୍ଣ୍ଣ। ମନୁଷ୍ୟ ମାନବଜାତିର ଏକ ଅଂଶ। ପ୍ରକୃତି ଈଶ୍ୱରଙ୍କର ଏକ ଅଂଶ। ଏହି ପାରସ୍ପରିକ ସମ୍ପର୍କକୁ ମନୁଷ୍ୟ ଜାଣିପାରି ନାହିଁ।
ଆମ୍ଭେମାନେ ପ୍ରକୃତରେ ଜଣେ ଜଣେ ମଞ୍ଚ ନିର୍ଦ୍ଦେଶକଙ୍କ ପରି ଜୀବନ ନିର୍ବାହ କରୁଛେ। ମନୁଷ୍ୟ ନିଜ ଅଧିକାର ପାଇଁ ସଂଗ୍ରାମ କରୁଛି ନିଜର ଦାୟିତ୍ୱକୁ ଭୁଲିଯାଇ। ଗଭୀର ଭାବରେ ଅନୁସନ୍ଧାନ କଲେ ଜଣାଯିବ ଯେ ଏ ସଂସାରରେ ମନୁଷ୍ୟର କୌଣସି ଅଧିକାର ନାହିଁ। ତା’ର କେବଳ କର୍ତ୍ତବ୍ୟ ଅଛି, ଅଧିକାର ନୁହେଁ। ନିଜର କର୍ତ୍ତବ୍ୟ ସମ୍ପାଦନ ନ କରି ଅଧିକାର ପାଇଁ ଲଢ଼ିବା ନିର୍ବୋଧତା। ”ସଂସାରରେ ସବୁ ପ୍ରକାର ଦ୍ୱନ୍ଦ୍ୱ ଓ ବିଶୃଙ୍ଖଳାର କାରଣ ହେଉଛି ମନୁଷ୍ୟ ନିଜର କର୍ତ୍ତବ୍ୟକୁ ଭୁଲିଯିବା। ଆମ୍ଭେମାନେ ନିଜର କର୍ତ୍ତବ୍ୟର ସୁସମ୍ପାଦନ କଲେ ଜଗତ ଶାନ୍ତ ଓ ସମୃଦ୍ଧ ହେବ। ତା’ର ଏକମାତ୍ର ଅଧିକାର ହେଉଛି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା। ତା’ର ଆଉ ଅନ୍ୟ କୌଣସି ଅଧିକାର ନାହିଁ। ପିତାମାତାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ପିଲାମାନେ ମଧ୍ୟ ନିଜର ଦାୟିତ୍ୱ ହୃଦୟଙ୍ଗମ କରିବେ। ପିଲାମାନେ ନିଜର ମାତାପିତାଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କଲେ ମାତାପିତାମାନେ ସମ୍ମାନିତ ହେବେ। ସେହିପରି ଶିକ୍ଷକମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ ଛାତ୍ରମାନେ ଠିକ୍‌ ଭାବରେ ଆଚରଣ କରିବେ। ଛାତ୍ରୀଛାତ୍ରମାନେ ସେମାନଙ୍କର କର୍ତ୍ତବ୍ୟ ଠିକ୍‌ ଭାବରେ ସମ୍ପାଦନ କଲେ, କର୍ମକର୍ତ୍ତାମାନେ ସମ୍ମାନ ଲାଭ କରିବେ।“
ଆଜିର ସମୟକୁ ଦେଖିଲେ, ଆମ୍ଭେମାନେ ବାସ୍ତବରେ ଆମ ଦାୟିତ୍ୱ ସବୁକୁ ନିର୍ବାହ କରିବାରେ ଏକ ପ୍ରକାର ଭୁଲି ଯାଇଛୁ। ପ୍ରତ୍ୟେକ ନିଜର କର୍ତ୍ତବ୍ୟ କଲେ ସମସ୍ତଙ୍କୁ ଲାଭ ମିଳିବ। ମଣିଷ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯୋଗ୍ୟ, ତାହାର ଫଳ ପାଇଁ ନୁହେଁ। ଶିକ୍ଷା କ୍ଷେତ୍ରକୁ ଦେଖିଲେ ସେଠାରେ ମଧ୍ୟ ମୂଲ୍ୟବୋଧର ଅବକ୍ଷୟ। ଆଜି ଶିକ୍ଷା ଜଗତ ବହୁବିଧ ସମସ୍ୟାରେ ପରିପୂର୍ଣ୍ଣ; ଯାହା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବିଚଳିତ କରୁଛି। ଶିକ୍ଷା ପଦ୍ଧତି ସମାଜରେ ମାନବୀୟ ମୂଲ୍ୟବୋଧର ବିଧ୍ୱଂସରେ ସହାୟକ ହେଉଛି। ଦେଶର ସର୍ବବିଧି ଅଭିବୃଦ୍ଧି ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନେତୃତ୍ୱ ନେବା କଥା, କିନ୍ତୁ ସେଗୁଡ଼ିକ ଦେଶକୁ ପଥଭ୍ରଷ୍ଟ କରୁଛନ୍ତି। ତ୍ୟାଗ, ଚରିତ୍ରବତ୍ତା, ସାଧୁତା ଓ ନୈତିକତା ଆଦି ମାନବୀୟ ମୂଲ୍ୟବୋଧଗୁଡ଼ିକ ପ୍ରାୟ ଉଭେଇ ଗଲେଣି। ଆମର ଯାହା ଦରକାର ତାହା ଏକ ନୂତନ ଶିକ୍ଷାପଦ୍ଧତି ବା ଏକ ନୂତନ ସମାଜ ବ୍ୟବସ୍ଥା କିମ୍ବା ଏକ ନୂଆ ଧର୍ମ ନୁହେଁ। ନୂତନ ସମାଜ ତିଆରି ପାଇଁ ଏବଂ ଏହାର ଆଦର୍ଶଗତ ପ୍ରଗତି ପାଇଁ ଅନେକ ଉଦ୍ୟମ, କଳ୍ପନାଜଳ୍ପନା ଦେଖିବାକୁ ମିଳୁଛି କିନ୍ତୁ ଏସବୁ ବୃଥାରେ ପରିଣତ ହେଉଛି। କେବଳ ଉତ୍ତମ ଲୋକ ଚରିତ୍ର ହିଁ ଉତ୍ତମ ରାଷ୍ଟ୍ର ପରିଚାଳନାରେ ସହାୟକ ହୋଇଥାଏ। ମହତ୍‌ ମନ ଓ ହୃଦୟସମ୍ପନ୍ନ ଲୋକମାନେ ରହିଲେ ରାଷ୍ଟ୍ର ପ୍ରଗତିଶୀଳ ହେବ। ଏପରି ଲୋକମାନେ ସମାଜରେ ସେତିକିବେଳେ ବାହାରିବେ ଯେତେବେଳେ ସମାଜରେ ମାନସିକ ନିର୍ମଳତା ଓ ନୈତିକତା ରହିବ। ନୈତିକ ମୂଳଦୁଆରେ ପ୍ରତିଷ୍ଠିତ ସମାଜ ହିଁ ଏପରି ମହତ୍‌ ଲୋକମାନଙ୍କର ପୁଷ୍ଟି କରିପାରିବ।
ଆଜି ଆମେମାନେ ଆଧ୍ୟାତ୍ମିକତାକୁ ଭୁଲିଯାଇ ବିଷୟ ବାସନା ଉପରେ ଆଧାରିତ କୃତ୍ରିମ ଜୀବନଯାପନ କରୁଛୁ। ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଶିକ୍ଷାର ପ୍ରୟୋଗ ହେବା ଉଚିତ। ଶିକ୍ଷା ମାଧ୍ୟମରେ ଉପଲବ୍ଧ ଜ୍ଞାନ ସମାଜର କଲ୍ୟାଣ ନିମନ୍ତେ ନିଃସ୍ବାର୍ଥପର ଭାବରେ ବିନିଯୋଗ କରାଯିବା ଉଚିତ। ଛାତ୍ରମାନଙ୍କ ମଧ୍ୟରେ ଏହିପରି ମନୋଭାବ ବିକଶିତ କରିବାକୁ ହେଲେ ସେମାନେ ଉତ୍ତମ ଗୁଣାବଳୀର ଅନୁଶୀଳନ କରିବା ଉଚିତ। କେବଳ ଉତ୍ତମ ଚରିତ୍ରସମ୍ପନ୍ନ ଛାତ୍ରର ମାତୃଭୂମି ପ୍ରତି ପ୍ରେମ ଓ ସମାଜକଲ୍ୟାଣ ପାଇଁ ଚିନ୍ତା ରହିବ। ଶିକ୍ଷା ଆତ୍ମ କଲ୍ୟାଣ ବା ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହଁ ଏହା ବିଶ୍ୱକଲ୍ୟାଣ ଲାଗି ଉତ୍ସର୍ଗିତ ହେବା ଉଚିତ। ଛାତ୍ରଠାରେ ଉତ୍ତମ ଗୁଣାବଳୀ ରହିଲେ ହିଁ ସେ ଜାତୀୟ ନିରାପତ୍ତା, ସମୃଦ୍ଧି ଓ କଲ୍ୟାଣ ଏବଂ ରାଷ୍ଟ୍ରର ଉନ୍ନତି ଓ ମାନବଜାତି ପ୍ରତି ପ୍ରେମ ପାଇଁ କାମ କରିପାରିବ। ଆମ୍ଭେମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରତ୍ୟେକେ ବିଶ୍ୱାସ କରିବା ଉଚିତ।
ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟ ସମ୍ଭାଷଣରେ ଉଲ୍ଲେଖ କରିଛନ୍ତି – ‘ଜଣେ ଯେତେ ଜ୍ଞାନ ଆହରଣ କଲେ ବି ତାହା ସମସ୍ତଙ୍କ ହିତ ପାଇଁ ପ୍ରୟୋଗ କରିବା ଉଚିତ। ତା’ହେଲେ ହିଁ ସେ ଜ୍ଞାନ-ସମ୍ପନ୍ନ ହୋଇପାରିବ। ଏପରି ଜ୍ଞାନୀଜନ ସମସ୍ତ ସଦ୍‌ଗୁଣରେ ଅଳଙ୍କୃତ ହେବା ଉଚିତ।’ ଏହି ମହତ୍‌ ଅଭିପ୍ରାୟରେ ପ୍ରାଚୀନ ଶିକ୍ଷାପଦ୍ଧତି ପ୍ରଚଳିତ ଥିଲା। ଆଜି ଛାତ୍ରମାନେ ଯାହା ସବୁ ଶିଖୁଛନ୍ତି ତାହା ଭାରତୀୟ ଶିକ୍ଷାପଦ୍ଧତି ସହିତ ଅସମ୍ପୃକ୍ତ। ଯେଉଁ ଶିକ୍ଷାପଦ୍ଧତି ମନକୁ ଭୃତ୍ୟଭାବାପନ୍ନ କରି ପକାଏ ଏବଂ ଚାକିରି ଖୋଜିବାର ମନୋବୃତ୍ତି ସୃଷ୍ଟି କରେ, ତାହାର ଭାରତୀୟ ଶିକ୍ଷା ସହିତ କୌଣସି ସମ୍ପର୍କ ନାହିଁ। ତମାମ ଜୀବନ ଭିତରେ ଜ୍ଞାନର ଜିଜ୍ଞାସା, ଅଧ୍ୟୟନର ଅନ୍ତ ହୋଇ ନ ଥାଏ। ଜୀବନ ବିସ୍ତାରୀ ଜ୍ଞାନ, ମଣିଷର ଆୟୁଷ ଭିତରେ ସେ ସହିପାରି ନ ଥାଏ। ଭକ୍ତ କବି ମଧୁସୂଦନଙ୍କ ସେହି କାଳଜୟୀ ଧାଡ଼ିଟି ଉଦ୍ଧୃତ କରୁଛି – ‘ନୁହେଁ ବୃଦ୍ଧ ସେହି ଜନ, ଶୁକ୍ଳକେଶ ଅଟେ ଜାର ଶିର। ଯୌବନେ ଯେ ଜ୍ଞାନେରତ, ଦେବେ ତାକୁ ବୋଲନ୍ତି ସ୍ତବିର।’
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ : ୯୪୩୭୦୦୪୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri