Posted inରାଜ୍ୟ

ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ: ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ଧାରଣା

ଖଣ୍ଡପଡା,୨୨।୬(ସ୍ବ.ପ୍ର.): ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ସିଘାଂପଡା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଶୁକ୍ରବାର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ସେମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଉକ୍ତ ବିଦ୍ୟାଳୟ ଖୋଲାଯାଇ ସେଠାରେ ଛାତ୍ରୀଛାତ୍ରଙ୍କୁ ପାଠ ପଢିବାର ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଅନେକ ବିଦ୍ୟାଳୟର ଉପସ୍ଥାନ ଆଶାତୀତ ଭାବରେ ହ୍ରାସ ପାଉଥିବାରୁ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଖଣ୍ଡପଡା ବ୍ଳକ ଅନ୍ତର୍ଗତ ୩୨ବିଦ୍ୟାଳୟକୁ ନିକଟରେ ଥିବା ବିଦ୍ୟାଳୟ ଗୁଡିକରେ ସାମିଲ କରି ନୋଡାଲ ସ୍କୁଲର ମାନ୍ୟତା ଦିଆଯାଇଛି। ଏହି କ୍ରମରେ ସିଂଘାପଡା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ସଂଖ୍ୟା ପ୍ରତିବର୍ଷ ଆଶାତୀତ ଭାବେ ହ୍ରାସ ପାଉଥିବାରୁ ଉକ୍ତ ବିଦ୍ୟାଳୟକୁ ପ୍ରାୟ ଏକ କିଲୋ ମିଟର ଦୂରରେ ଥିବା ବେଡାଙ୍ଗୀ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଯାଇଛି। ଏହି ନିୟମକୁ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରି ଆସୁଥିଲେ ା ତେବେ ସରକାରଙ୍କ ଏହି ନିୟମକୁ କଡାକଡି କରି ଗତ ୧୯ ତାରିଖରେ ସଂପୃକ୍ତ ବିଦ୍ୟାଳୟକୁ ବେଡାଙ୍ଗୀ ବିଦ୍ୟାଳୟରେ ସାମିଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୯ ରହିଥିବା ବେଳେ କୋସକା- ଖଳିସାହି ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାରେ ପିଲାମାନେ ଏକ କଲୋମିଟର ଦୂର ବେଡାଙ୍ଗୀ ବିଦ୍ୟାଳୟକୁ ଯିବା ବିପଦପୂର୍ଣ୍ଣ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ବିଦ୍ୟାଳୟଟି ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବନ୍ଦ ରହିଥିବା ବେଳେ ଶୁକ୍ରବାର ସବୁ ସ୍କୁଲ ଖୋଲୁ ଥିବାରୁ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ପୂର୍ବାହ୍ନ ୧୦ଟାରେ ଅନ୍ୟତ୍ର ନଯାଇ ଏଠାକୁ ଆସିଥିଲେ। ଅଭିଭାବକମାନେ ମଧ୍ୟ ସେଠାରେ ଧାରଣା ଦେଇଥିଲେ। ଖଣ୍ଡପଡା ଶିକ୍ଷାଧିକାରୀ ଅଭିଯୋଗ ପାଇବା ପରେ ଅପରାହ୍ନ ପ୍ରାୟ ୨ଟାରେ ପିଲାମାନଙ୍କୁ ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଦିଆଯାଇଥିଲା ା ଏ ସମ୍ପର୍କରେ ବ୍ଳକ ଶିକ୍ଷାଧିକାରୀ ଚନ୍ଦନ ରଥଙ୍କ ସହ ଯୋଗାଯୋଗ କରିବାରେ ଶିକ୍ଷା ବିଭାଗର ନିର୍ଦ୍ଦେଶ ଆମକୁ କାର୍ଯ୍ୟକାରୀ କରିବାକୁ ପଡିବ। ତେବେ ଗ୍ରାମବାସୀ, ଅଭିଭାବକମାନେ ଜିଦ୍‌ ଧରିବାରୁ ପିଲାମାନଙ୍କୁ ସେଠାରେ ଏବେ ପଢିବାର ବ୍ୟବସ୍ଥା କରିଛୁ ବୋଲି ରଥ ସୂଚନା ଦେଇଥିଲେ ା (ଫଟୋ ପଠାଇଛି)


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?