Posted inଜାତୀୟ

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବା ଲାଗି ଘୋଷଣା କରିବା ପରେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଫେରାଇଆଣିବା ଲାଗି ବରିଷ୍ଠ କଂଗ୍ରେସ ନେତାମାନେ ଅଣ୍ଟା ଭିଡ଼ିଛନ୍ତି। ଦଳର ସଙ୍କଟମୋଚନ କୁହାଯାଉଥିବା ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାର ଭୋର ୫ଟାରେ ଗୃହନିର୍ମାଣ ମନ୍ତ୍ରୀ ଏମ୍‌.ଟି.ବି. ନାଗରାଜଙ୍କ ଘରେ ପହଞ୍ଚତ୍ ତାଙ୍କୁ ମନାଇବା ପାଇଁ ସାଢ଼େ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନାଗରାଜଙ୍କ ଘରେ ପହଞ୍ଚତ୍ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବା ଲାଗି ପ୍ରବର୍ତ୍ତାଇଥିବା ଜଣାପଡିଛି। ବୁଧବାର ଇସ୍ତଫା ଦେଇଥିବା ନାଗରାଜ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ସୂଚନା ଦେବା ସହ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ବୁଝାଇବେ ବୋଲି କହିଥିବା ଜଣାପଡ଼ିଛି। ସେହିପରି ଅନ୍ୟତମ ବିଧାୟକ ରାମଲିଙ୍ଗା ରେଡ୍ଡୀ, ମୁନିରତ୍ନ ଏବଂ ଆର୍‌. ରୋଶନ ବେଗ୍‌ଙ୍କୁ ମନାଇବା ଲାଗି ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ସିଧାସଳଖ ୪ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହ କଥାବାର୍ତ୍ତା ଚଳାଇଥିବା ଜେଡିଏସ୍‌ ସୂତ୍ରରୁ ଜଣାପଡିଛି। ସେମାନେ ଇସ୍ତଫାପତ୍ର ଫେରାଇନେଇପାରନ୍ତି ବୋଲି ଆଶା କରାଯାଉଛି।
ଆସ୍ଥାଭୋଟ ପୂର୍ବରୁ କଂଗ୍ରେସ ଓ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ଏକାଠି କରିବା ଲାଗି ସେମାନଙ୍କୁ ହୋଟେଲ ଓ ରିସର୍ଟରେ ରଖିଛନ୍ତି। କଂଗ୍ରେସର ପଛଦ୍ୱାର ବୁଝାମଣା ଉଦ୍ୟମ ସଫଳ ହେବନାହିଁ ବୋଲି ଭାଜପା ରାଜ୍ୟ ସଭାପତି ବି.ଏସ୍‌.ୟେଦ୍ୟୁରପ୍ପା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଦେଇଥିବା ଦୁଇ ସ୍ବାଧୀନ ବିଧାୟକ ବିରୋଧୀ ଦଳ ଆସନରେ ବସିବା ଲାଗି ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ବିଧାୟକ ଏଚ୍‌. ନଗେଶ ଏବଂ ଆର୍‌. ଶଙ୍କର ଅଲଗା ପତ୍ର ଲେଖି ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ବାଚସ୍ପତିଙ୍କୁ ଜଣାଇଦେଇଛନ୍ତି। ଶୁକ୍ରବାରରୁ କର୍ନାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ଦୁଇ ବିଧାୟକ ପ୍ରଥମ ଦିନରେ ଅନୁପସ୍ଥିତ ରହିଥିଲେ।
ଅନ୍ୟପକ୍ଷରେ ମୁମ୍ବାଇରେ ରହିଥିବା କର୍ନାଟକର ୧୪ ବିଦ୍ରୋହୀ ବିଧାୟକ ଶନିବାର ଶିରିଡ଼ି ଯାଇ ସାଇବାବାଙ୍କୁ ଦର୍ଶନ କରିଛନ୍ତି। ସେମାନେ ଏକ ଘରୋଇ ବିମାନରେ ଶିରିଡ଼ି ଯାଇଥିବା ଜଣାପଡିଛି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ବିଧାୟକ କେନ୍ଦ୍ରୀୟ ମୁମ୍ବାଇରେ ଥିବା ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri