ବିଡିଓଙ୍କ ବଦଳିକୁ ବିରୋଧ: ଆନ୍ଦୋଳନ ଚେତାବନୀ ଦେଲା ମହିଳା ମହାସଂଘ

ଗୋପ,୨୩।୧୧(ଡି.ଏନ୍‌.ଏ.): ଗୋପ ବିଡିଓ ଦୀପ୍ତିରାଣୀ ଦାସ ଯୋଗଦେବାର ଏକ ବର୍ଷ ପୂରି ନ ଥିବାବେଳେ ତାଙ୍କ ବଦଳିକୁ ବାତିଲ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଗୋପ ମହିଳା ମହାସଂଘ ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି କହିଛନ୍ତି ଯେ, ବିଡିଓଙ୍କ ବଦଳିକୁ ବାତିଲ କରା ନ ଗଲେ ହଜାର ହଜାର ମହିଳା ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ପୃଷ୍ଟି କହିଛନ୍ତି, ଗୋପ ବ୍ଲକ୍‌ରେ ୬ ମାସରୁ ଊର୍ଦ୍ଧ୍ୱ କୌଣସି ବିଡିଓ ରହିପାରୁ ନ ଥିବାବେଳେ ଦାସ ଯୋଗ ଦେଇ ବିଭିନ୍ନ ଅଞ୍ଚଳର କାର୍ଯ୍ୟ ଯେପରି ସୁଚାରୁରୂପେ ହୋଇପାରିବ ସେଥିପ୍ରତି ଧ୍ୟାନ ଦେଇଥିଲେ। ସେ ମହିଳାମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଶେଷ ଦୃଷ୍ଟି ଦେଇଥିଲେ। ଏପରିକି ପ୍ରତି ପଞ୍ଚାୟତର ଉନ୍ନୟନ କାର୍ଯ୍ୟଗୁଡ଼ିକ ଯେପରି ସୁଚାରୁରୂପେ ହୋଇପାରିବ ସେଥିପ୍ରତି ସେ ଯତ୍ନବାନ ହୋଇଥିଲେ। ତାଙ୍କ ବଦଳି ଯୋଗୁ ବ୍ଲକ୍‌ରେ ବ୍ୟାପକ କ୍ଷତି ଘଟିବ ବୋଲି ପୃଷ୍ଟି କହିଥିଲେ। ଏହି ସଂଗଠନ ସହିତ ବିଭିନ୍ନ ଅଞ୍ଚଳର ମହିଳା ସଂଗଠନ ଯୋଗଦେଇ କାର୍ଯ୍ୟ କରିବେ ବୋଲି ଯାମିନୀ ଦଳାଇ, କାନନବାଳା ଦାଶ, ରେଣୁବାଳା ନାୟକ, ସ୍ବର୍ଣ୍ଣଲତା ପାଢ଼ୀ ପ୍ରମୁଖ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?