Posted inଖେଳ

ବିଜୟ ସୁନିଶ୍ଚିତ ଦେଖି ଉତ୍ସବ ମନାଇବା ଅନୁଚିତ

କ୍ରୀଡ଼ାରେ ବିଜୟ ସୁନିଶ୍ଚିତ ଦେଖି ଉତ୍ସବ କିମ୍ବା ସେଲିବ୍ରେଶନ କରିବା କଦାପି ଉଚିତ ନୁହେଁ। ଏହା ମହଙ୍ଗା ପଡ଼ିପାରେ। ଟ୍ରେନିଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପ୍ରତ୍ୟେକ କୋଚ୍‌ଙ୍କ ପ୍ରାଥମିକ କାର୍ଯ୍ୟ। ବିଶ୍ୱ କ୍ରୀଡ଼ାରେ ଏହାର ବହୁ ଉଦାହରଣ ରହିଛି। ସବୁଠୁ ବଡ଼ ଘଟଣା ହେଉଛି, ରିଓ ଅଲିମ୍ପିକ୍ସରେ ଜଣେ କୁସ୍ତିଯୋଦ୍ଧା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ବିଜୟ ସୁନିଶ୍ଚିତ ଜାଣି ସମୟ ଶେଷ ହେବା ପୂର୍ବରୁ ଉଲ୍ଲସିତ ହୋଇ ନାଚିବା ଆରମ୍ଭ କରିଥିଲେ। ଖେଳୁଆଡ଼ ମନୋଭାବ ପୋଷଣ ନ କରିଥିବାରୁ ତାଙ୍କୁ ରେଫରି ଡିସକ୍ୱାଲିଫାଏ ଘୋଷଣା କରିଥିଲେ। ଫଳରେ ତାଙ୍କର ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ହାତଛଡ଼ା ହୋଇଥିଲା। ମଙ୍ଗୋଲିଆ ରେସଲର ଗାନ୍‌ଜୋରିଗିନ ମାନ୍‌ଦାଖନରାନ ଓ ତାଙ୍କ କୋଚ୍‌ ମ୍ୟାଟରେ ନିଜ ଶାର୍ଟ-ପ୍ୟାଣ୍ଟ ଖୋଲି ରେଫରିଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିନେଇ ତାଙ୍କୁ ବ୍ୟାନ କରାଯିବା ସହ ଦେଶର ରେସ୍‌ଲିଂ ଆସୋସିଏଶନକୁ ବଡ଼ ଜରିମାନା ଦେବାକୁ ପଡ଼ିଥିଲା। ଆଉ ଏକ ଘଟଣା ଘଟିଥିଲା ଭାରତରେ ଅନୁଷ୍ଠିତ ୨୦୧୬ ଟି୨୦ ବିଶ୍ୱକପ୍‌ରେ। ପ୍ରାୟ କ୍ରିକେଟ ଫ୍ୟାନ୍‌ଙ୍କ ମନରେ ଏବେ ମଧ୍ୟ ଉଜ୍ଜୀବିତ ଥିବ। ଲିଗ୍‌ ପର୍ଯ୍ୟାୟରେ ଭାରତ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ଜିତିବା ପାଇଁ ୪ ବଲରେ ୬ ରନ୍‌ ଦରକାର ଥାଏ। ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୃତୀୟ ବଲକୁ ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ଚୌକା ମାରିବା ପରେ ନାଚିବା ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ଦୁଇ ବଲରେ ମୁଶଫିକର ଓ ମେହମ୍ମୁଦୁଲା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଅନ୍ତିମ ବଲରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଉଇକେଟ ପଛରୁ ରନଆଉଟ୍‌ କରିଥିଲେ। ଫଳରେ ଭାରତ ମାତ୍ର ୧ ରନ୍‌ରେ ବିଜୟୀ ହୋଇ ସେମିଫାଇଲରେ ପ୍ରବେଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଢିଲା ପେଟ୍ରୋଲ-ଡିଜେଲର…

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଜରି ବ୍ୟାଗରେ ନେଇ ଯାଉଥିଲେ ଦେଶୀ ମଦ ପାଉଚ, ଅଚାନକ ପଛରୁ ଧରିଲା ଅବକାରୀ ଥାନା ପୋଲିସ, ତା’ପରେ…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ପୋଲିସ ବି. ତୁରୁୁବୁଡ଼ି ଗ୍ରାମର ରମେଶ ରେଡ୍ଡୀଙ୍କୁ ଅବକାରୀ ଥାନା ମାମଲା ନଂ.୭୫/୨୬-୨୭ ଅନୁଯାୟୀ ଗିରଫ କରିଛନ୍ତି। ତାଙ୍କ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର…

ବାଙ୍କିପୁର ବିଜେତା ପ୍ରଶାନ୍ତ କିଶୋର କେତେ ଧନୀ? ପାଟନାରୁ ଦିଲ୍ଲୀ-ନୋଏଡା ପର୍ଯ୍ୟନ୍ତ ରହିଛି…

ପାଟନା,୩।୮: ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ନୀରଜ ସିହ୍ନାଙ୍କୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି…

ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ…

ଦାଦନ ଖଟିବାକୁ ଯାଇଥିଲେ , ଶବ ହେଇ ଘରକୁ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

ଲାଞ୍ଜିଗଡ଼, ୩।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri