ବିଜୟ ପରେ ନେତାଙ୍କ ପ୍ରଥମ ପ୍ରତିକ୍ରିୟା: ଅଧୁରା କାର୍ଯ୍ୟ କରିବେ ସମ୍ପୂର୍ଣ୍ଣ

ଅନୁଗୋଳ ଅଫିସ, ୨୫।୫-ଅନୁଗୋଳ ଜିଲାରେ ବିଜେଡି ବାଜିମାତ୍‌ କରିବା ପରେ ଏବେ ଭୋଟରମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି ନବନିର୍ବାଚିତ ବିଧାୟକମାନେ। ଜିଲାର ୫ ବିଧାୟକ ସେମାନଙ୍କ ବିଜୟର ଶ୍ରେୟ ଲୋକଙ୍କୁ ଦେଇଛନ୍ତି। ଏଥିସହ ପୁରୁଣା ନେତାମାନେ ସେମାନଙ୍କ ଅଧୁରା କାର୍ଯ୍ୟ ପୂରଣ କରିବେ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି। ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନେ କାମ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ରଖିଛନ୍ତି। ତେବେ ପ୍ରଥମକରି ନିର୍ବାଚିତ ହୋଇଥିବା ଆଠମଲ୍ଲିକ ଓ ପାଲଲହଡ଼ା ବିଧାୟକ ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି କହିଛନ୍ତି।

ହିଡସିଙ୍ଗ ପ୍ରୋଜେକ୍ଟ, ଦମକଳ କେନ୍ଦ୍ର
ଅନୁଗୋଳ ନିର୍ବାଚନମଣ୍ଡଳୀରୁ ୪ର୍ଥ ଥର ପାଇଁ ବିଜୟୀ ହୋଇଥିବା ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି, ବନ୍ତଳା ଅଞ୍ଚଳରେ ହିଡସିଙ୍ଗ ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବି। ବନ୍ତଳାବସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେଠାରେ ଦମକଳକେନ୍ଦ୍ର ସ୍ଥାପନ ଉପରେ ଧ୍ୟାନ ଦେବି। ବଅଁରପାଳ ବ୍ଲକରେ ଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ଚେଷ୍ଟା କରିବି। ଅନୁଗୋଳ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଗୁରୁତ୍ୱ ଦେବି।
ନ୍ୟାୟ ପାଇଁ ଲଢ଼େଇ ହେବ
ତାଳଚେର ନିର୍ବାଚନମଣ୍ଡଳୀରୁ ତୃତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବ୍ରଜ କିଶୋର ପ୍ରଧାନ କହିଛନ୍ତି, ତାଳଚେରର ବିକାଶକୁ ପ୍ରାଥମିକତା ଦେବି। ବିଶେଷକରି ଜମିହରା ପ୍ରଜାଙ୍କ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି। କ୍ଷତିଗ୍ରସ୍ତ ତଥା ଜମିହରା ଲୋକଙ୍କ ସମସ୍ୟା ନେଇ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବି। ପ୍ରତିବର୍ଷ ପାନୀୟ ଜଳ ସମସ୍ୟାକୁ ନେଇ ତାଳଚେରବାସୀ ଯେଉଁ କଷ୍ଟ ଭୋଗୁଛନ୍ତି ତାହା ଦୂର କରିବି।
ଚାଷୀ ସମସ୍ୟାକୁ ଗୁରୁତ୍ୱ
ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ତଥା ନୂଆକରି ରାଜନୀତିରେ ପାଦ ଦେଇଥିବା ରମେଶ ଚନ୍ଦ୍ର ସାଏ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ପର୍ଯ୍ୟଟନ ଆଦି କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିବି। ଲୋକଙ୍କ ସାମାଜିକ, ଅର୍ଥନୈତିକ ବିକାଶ ଉପରେ ପ୍ରାଧାନ୍ୟ ଦେବି। ଆଠମଲ୍ଲିକ ଅଞ୍ଚଳର ସମସ୍ତ ସମସ୍ୟା ସମ୍ପର୍କରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବି।
ଆଦର୍ଶ ନିର୍ବାଚନମଣ୍ଡଳୀ କରିବି
ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ମୁକେଶ କୁମାର ପାଲ କହିଛନ୍ତି, ଆଗାମୀ ପାଞ୍ଚବର୍ଷ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ପାଇଁ କାମ କରିବି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ବିକାଶ ନିମନ୍ତେ ସ୍ବତନ୍ତ୍ର ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଇବି। ପାଲଲହଡ଼ାକୁ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ କରିବା ପାଇଁ ସମସ୍ତ ଚେଷ୍ଟା କରିବି। ଚକ୍ରଧରପୁର ପ୍ରକଳ୍ପ ଦ୍ୱାରା ରେଙ୍ଗାଳି ଏବଂ ସମଲ ବ୍ୟାରେଜ ବିସ୍ଥାପିତଙ୍କୁ ପାଣି ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି।
ଲୋକଙ୍କ ଆଶା ପୂରଣ କରିବି
ଛେଣ୍ଡିପଦା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟଥର ବିଧାୟକ ହୋଇଥିବା ସୁଶାନ୍ତ କୁମାର ବେହେରା କହିଛନ୍ତି, ଅଞ୍ଚଳବାସୀ ବିକାଶର ଯେଉଁ ଆଶା ଓ ବିଶ୍ୱାସ ରଖି ଭୋଟ ଦେଇଛନ୍ତି ତାହା ନିଶ୍ଚିତ ଭାବେ ପୂରଣ କରିବି। ଏଥିସହ ନିର୍ବାଚନମଣ୍ଡଳୀକୁ ଆଗକୁ ନେବା ନିମନ୍ତେ ସମସ୍ତ ଉଦ୍ଦ୍ୟମ ଜାରି ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri