ବିଜୟ ପରେ ନେତାଙ୍କ ପ୍ରଥମ ପ୍ରତିକ୍ରିୟା: ଅଧୁରା କାର୍ଯ୍ୟ କରିବେ ସମ୍ପୂର୍ଣ୍ଣ

ଅନୁଗୋଳ ଅଫିସ, ୨୫।୫-ଅନୁଗୋଳ ଜିଲାରେ ବିଜେଡି ବାଜିମାତ୍‌ କରିବା ପରେ ଏବେ ଭୋଟରମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି ନବନିର୍ବାଚିତ ବିଧାୟକମାନେ। ଜିଲାର ୫ ବିଧାୟକ ସେମାନଙ୍କ ବିଜୟର ଶ୍ରେୟ ଲୋକଙ୍କୁ ଦେଇଛନ୍ତି। ଏଥିସହ ପୁରୁଣା ନେତାମାନେ ସେମାନଙ୍କ ଅଧୁରା କାର୍ଯ୍ୟ ପୂରଣ କରିବେ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି। ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନେ କାମ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ରଖିଛନ୍ତି। ତେବେ ପ୍ରଥମକରି ନିର୍ବାଚିତ ହୋଇଥିବା ଆଠମଲ୍ଲିକ ଓ ପାଲଲହଡ଼ା ବିଧାୟକ ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି କହିଛନ୍ତି।

ହିଡସିଙ୍ଗ ପ୍ରୋଜେକ୍ଟ, ଦମକଳ କେନ୍ଦ୍ର
ଅନୁଗୋଳ ନିର୍ବାଚନମଣ୍ଡଳୀରୁ ୪ର୍ଥ ଥର ପାଇଁ ବିଜୟୀ ହୋଇଥିବା ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି, ବନ୍ତଳା ଅଞ୍ଚଳରେ ହିଡସିଙ୍ଗ ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବି। ବନ୍ତଳାବସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେଠାରେ ଦମକଳକେନ୍ଦ୍ର ସ୍ଥାପନ ଉପରେ ଧ୍ୟାନ ଦେବି। ବଅଁରପାଳ ବ୍ଲକରେ ଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ଚେଷ୍ଟା କରିବି। ଅନୁଗୋଳ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଗୁରୁତ୍ୱ ଦେବି।
ନ୍ୟାୟ ପାଇଁ ଲଢ଼େଇ ହେବ
ତାଳଚେର ନିର୍ବାଚନମଣ୍ଡଳୀରୁ ତୃତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବ୍ରଜ କିଶୋର ପ୍ରଧାନ କହିଛନ୍ତି, ତାଳଚେରର ବିକାଶକୁ ପ୍ରାଥମିକତା ଦେବି। ବିଶେଷକରି ଜମିହରା ପ୍ରଜାଙ୍କ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି। କ୍ଷତିଗ୍ରସ୍ତ ତଥା ଜମିହରା ଲୋକଙ୍କ ସମସ୍ୟା ନେଇ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବି। ପ୍ରତିବର୍ଷ ପାନୀୟ ଜଳ ସମସ୍ୟାକୁ ନେଇ ତାଳଚେରବାସୀ ଯେଉଁ କଷ୍ଟ ଭୋଗୁଛନ୍ତି ତାହା ଦୂର କରିବି।
ଚାଷୀ ସମସ୍ୟାକୁ ଗୁରୁତ୍ୱ
ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ତଥା ନୂଆକରି ରାଜନୀତିରେ ପାଦ ଦେଇଥିବା ରମେଶ ଚନ୍ଦ୍ର ସାଏ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ପର୍ଯ୍ୟଟନ ଆଦି କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିବି। ଲୋକଙ୍କ ସାମାଜିକ, ଅର୍ଥନୈତିକ ବିକାଶ ଉପରେ ପ୍ରାଧାନ୍ୟ ଦେବି। ଆଠମଲ୍ଲିକ ଅଞ୍ଚଳର ସମସ୍ତ ସମସ୍ୟା ସମ୍ପର୍କରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବି।
ଆଦର୍ଶ ନିର୍ବାଚନମଣ୍ଡଳୀ କରିବି
ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ମୁକେଶ କୁମାର ପାଲ କହିଛନ୍ତି, ଆଗାମୀ ପାଞ୍ଚବର୍ଷ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ପାଇଁ କାମ କରିବି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ବିକାଶ ନିମନ୍ତେ ସ୍ବତନ୍ତ୍ର ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଇବି। ପାଲଲହଡ଼ାକୁ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ କରିବା ପାଇଁ ସମସ୍ତ ଚେଷ୍ଟା କରିବି। ଚକ୍ରଧରପୁର ପ୍ରକଳ୍ପ ଦ୍ୱାରା ରେଙ୍ଗାଳି ଏବଂ ସମଲ ବ୍ୟାରେଜ ବିସ୍ଥାପିତଙ୍କୁ ପାଣି ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି।
ଲୋକଙ୍କ ଆଶା ପୂରଣ କରିବି
ଛେଣ୍ଡିପଦା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟଥର ବିଧାୟକ ହୋଇଥିବା ସୁଶାନ୍ତ କୁମାର ବେହେରା କହିଛନ୍ତି, ଅଞ୍ଚଳବାସୀ ବିକାଶର ଯେଉଁ ଆଶା ଓ ବିଶ୍ୱାସ ରଖି ଭୋଟ ଦେଇଛନ୍ତି ତାହା ନିଶ୍ଚିତ ଭାବେ ପୂରଣ କରିବି। ଏଥିସହ ନିର୍ବାଚନମଣ୍ଡଳୀକୁ ଆଗକୁ ନେବା ନିମନ୍ତେ ସମସ୍ତ ଉଦ୍ଦ୍ୟମ ଜାରି ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri