ବିଜୟାନନ୍ଦ ସମବାୟ ଚିନିକଳ :ତୃତୀୟ ଟେଣ୍ଡରକୁ ଅପେକ୍ଷା

 

ବଲାଙ୍ଗୀର ଅଫିସ, ୧୭ା୩
ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିିକ ଶିଳ୍ପ ଦେଓଗଁା ବ୍ଲକ ସାଗରପାଲିସ୍ଥିତ ବିଜୟାନନ୍ଦ ଚିନିକଳ ଦୀର୍ଘ ୬ ବର୍ଷ ହେଲା ବନ୍ଦ ପଡିଛି ା ଏହି ଚିନିକଳରେ ଝୁଲୁଥିବା ତାଲା କେବେ ଖୋଲିବ ତା’ର ଉତ୍ତର କାହା ପାଖରେ ନାହିଁ ା ରାଜରାସ୍ତାରୁ ବିଧାନସଭା ସବୁଠି ଏହି ଚିନିକଳ କାର୍ଯ୍ୟକ୍ଷମ କରିବା ତଥା ସହସ୍ରାଧିକ ଆଖୁଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ଆଲୋଚନା ହୋଇଛି ା ମାତ୍ର ସରକାର ଏହାକୁ କାର୍ଯ୍ୟକ୍ଷମ କରିବାରେ ସଫଳ ହୋଇନାହାନ୍ତି ା ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଥିବା ନେଇ ରାଜ୍ୟ ସରକାର କହୁଥିଲେ ମଧ୍ୟ ବିଜୟାନନ୍ଦ ଚିନିକଳର ଚରମ ଦୁର୍ଦ୍ଦଶା ବଲାଙ୍ଗୀର ଜିଲାର ଆଖୁଚାଷୀଙ୍କ ଦୟନୀୟତାକୁ ବଖାଣୁଛି ା ବାସ୍ତବରେ ସରକାର ଏହି ଜିଲାର ଆଖୁଚାଷୀ, ବିଜୟାନନ୍ଦ ସମବାୟ ଚିନିକଳ କର୍ମଚାରୀଙ୍କୁ କେବେ ସଦୟ ହେବେ ତାହା ଏବେ ବି ପ୍ରଶ୍ନ ଘେରରେ ରହିଛି ା
ବିଜୟାନନ୍ଦ ସମବାୟ ଚିନିକଳ ଜେନେରାଲ ମ୍ୟାନେଜର ଶତଦଳ ମିଶ୍ରଙ୍କୁ ଏନେଇ ପଚରାଯିବାରୁ ପୂର୍ବରୁ ଦୁଇଥର ଟେଣ୍ଡର ଆହ୍ବାନ କରାଯାଇଥିଲା ା ମାତ୍ର ଏଥିରେ କେହି ଆସିଲେ ନାହିଁ ା ଆସନ୍ତା ଏପ୍ରିଲ ମାସରେ ତୃତୀୟ ଥର ସକାଶେ ଟେଣ୍ଡର ଆହ୍ବାନ କରାଯିବ। ଅନେକ ଅସୁବିଧା ସତ୍ତ୍ୱେ ଖୁବ୍‌ଶୀଘ୍ର ଏହି ଚିନିକଳ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରହିଥିବା ସେ କହିଛନ୍ତି। ଦେଓଗଁା ଚିନିକଳ କର୍ମଚାରୀ ସଂଘ ଉପସଭାପତି ମିତ୍ରଭାନୁ ବାରିକଙ୍କୁ ପଚାରିବାରୁ ଏହି ଚିନିକଳ ଚଳାଇବା ନେଇ ରାଜ୍ୟ ସରକାର, ଜନପ୍ରତିନିଧି ଓ ପ୍ରଶାସକଙ୍କ ଆନ୍ତରିକତା ନାହିଁ ା ଏହି କାରଣରୁ ହିଁ ଏହି ଚିନିକଳର ତାଲା ଖୋଲୁନାହିଁ ା ଆଖୁଚାଷୀଙ୍କ ଦୁର୍ଦ୍ଦଶା ବୁଝିବାକୁ କେହିନାହାନ୍ତି ବୋଲି ସେ କହିଛନ୍ତି ା
୧୯୯୩ ମସିିହାରେ ଦେଓଗଁା ସାଗରପାଲିଠାରେ ୮୬ଏକର ପରିମିତ ଜମିରେ ତାମିଲନାଡୁର ପୋନ୍ନିସୁଗାର ଏଣ୍ଡ କେମିକାଲ୍ସ କମ୍ପାନୀ ପକ୍ଷରୁ ଏକ ଘରୋଇ ଚିନିକଳ ଆରମ୍ଭ ହୋଇଥିଲା ା ଶିଳ୍ପବିହୀନ ବଲାଙ୍ଗୀର ଜିଲାର ଚାଷୀମାନେ ଏହାକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ା ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି ଓ ବୌଦ୍ଧ ଜିଲାର ଆଖୁଚାଷୀମାନେ ବେଶ୍‌ ଦୁଇପଇସା ରୋଜଗାର କରିବା ଆରମ୍ଭ କରିଥିଲେ ା କିନ୍ତୁ ଦୁର୍ଭାଗ୍ୟ ମାତ୍ର ୭ବର୍ଷ ଚାଲିବା ପରେ ଅର୍ଥାତ୍‌ ୨୦୦୦ ମସିହାରେ ଏହି ଚିନିକଳ ବନ୍ଦ ହୋଇଗଲା ା ଚିନିକଳ କ୍ଷତିରେ ଚାଲିଥିବା ଦର୍ଶାଗଲା ା ଫଳରେ ଋଣ ଦେଇଥିବା ଆଇସିଆଇସିଆଇ ବ୍ୟାଙ୍କ ହାତକୁ ଚିନିକଳ ଚାଲିଯାଇଥିଲା ା ଆଖୁଚାଷୀଙ୍କ ଆନ୍ଦୋଳନ ପରେ ୨୦୦୫ରେ ଏହି ଚିନିକଳ ପୁଣି ଥରେ ବିଜୟାନନ୍ଦ ସମବାୟ ଚିନିକଳ ଲିମିଟେଡ୍‌ ନଁାରେ କାର୍ଯ୍ୟକ୍ଷମ ହେଲା ା ତେବେ ମାତ୍ର ୮ ବର୍ଷ କାର୍ଯ୍ୟକ୍ଷମ ହେଲା ପରେ ୨୦୧୩ରେ ଏହା ପୁଣି ଥରେ ବନ୍ଦ ହେଲା ା ଚିନିକଳ ବନ୍ଦ କାରଣ ଯୋଗୁ ଢ଼େର କ୍ଷତି ଓ ଆର୍ଥିକ ଅନିୟମିତତା ପ୍ରସଙ୍ଗ ଯୋଡି ହେଲା। ଚାଷୀମାନେ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେଲେ ା କର୍ମଚାରୀମାନେ ଦରମା ପାଇଲେ ନାହିଁ ା ପ୍ରାୟ ୩ଶହ କର୍ମଚାରୀ, ୭ ହଜାରରୁ ଊର୍ଦ୍ଧ୍ୱ ଆଖୁଚାଷୀ ଓ ୧ ହଜାରରୁ ଊର୍ଦ୍ଧ୍ୱ ଟ୍ରାନ୍ସପୋର୍ଟର ପରିବାରଙ୍କ ଭବିଷ୍ୟତ ଅନିର୍ଦ୍ଦିଷ୍ଟ କାଳ ଅନ୍ଧାରକୁ ଠେଲି ହୋଇଗଲା ା ଦିନକୁ ୨୫ ଶହ ମେଟ୍ରିକ୍‌ ଟନ୍‌ ଆଖୁ ପେଡିବା କ୍ଷମତା ଥିବା ଏହି ଚିନିକଳ ଉନ୍ନତ ମାନର ଚିନି ଉପତ୍ାଦନ କରି ବର୍ଷକୁ ୮୦କୋଟି ଟଙ୍କାର ବ୍ୟବସାୟ କରୁଥିବା ସତ୍ତ୍ୱେ ଏହା ବନ୍ଦ ହୋଇ ପଡିଛି ା ଋଣବୋଝ ଓ ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହୋଇପଡିଛି ା ଏହି ଚିନିକଳକୁ ପୁନର୍ବାର ଚାଲୁ କରିବା ପାଇଁ ବାରମ୍ବାର ଦାବି ଉଠୁଛି ା ସରକାର ଉଦ୍ୟମ କରୁଥିବା କହୁଛନ୍ତି ା ୫୨କୋଟି ୨୩ଲକ୍ଷ ଟଙ୍କାରେ ଓଡ଼ିିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୧୭ରୁ ଇତିମଧ୍ୟରେ ଦୁଇଥର ଟେଣ୍ଡର ଡକାଯାଇଥିଲେ ମଧ୍ୟ ଏହି ପ୍ରକ୍ରିୟାରେ କେହି ସାମିଲ ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri