ବିଜ୍ଞାନ ମେଳା ପାଇଁ ବେଆଇନ ଅର୍ଥ ସଂଗ୍ରହ

ବଲାଙ୍ଗୀର ଅଫିସ, ୧୪ା୧୧ – ଶିକ୍ଷା ବିଭାଗର କୌଣସି ସର୍କୁଲାର ନଥିବା ସତ୍ତ୍ୱେ ସରକାରୀ ସ୍କୁଲଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ନେଇ ବଲାଙ୍ଗୀର ଜିଲା ଦେଓଗଁା ବ୍ଳକର ବିଭିନ୍ନ ସ୍କୁଲରୁ ବେଆଇନ ଭାବେ ଅର୍ଥ ସଂଗ୍ରହ କରାଯାଇଛି ା ଖୋଦ୍‌ ଦେଓଗଁା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି କରାଯାଇ ବ୍ଲକର ବିଭିନ୍ନ ସ୍କୁଲରୁ ଅର୍ଥ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ଜଣାପଡିବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ବୁଧବାର ଏକ ଚିଠି କରାଯାଇ ତୁରନ୍ତ ବିଇଓ ଅଫିସର ଉକ୍ତ ଚିଠିକୁ ପ୍ରତ୍ୟାହାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଏହି ଘଟଣାଟି ଏବେ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ା ଗତ ଅକ୍ଟୋବର ୧ ତାରିଖ ଦିନ ଦେଓଗଁା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି (ନଂ ୧୧୯୨/ତା୧ା୧୦ା୧୯ରିଖ) କରାଯାଇ ବ୍ଳକ ଅନ୍ତର୍ଗତ କୁତୁର୍ଲା କ୍ଳଷ୍ଟରର ସମସ୍ତ ସରକାରୀ, ବ୍ଳକ୍‌ଗ୍ରାଣ୍ଟ, ଆଡେଡ୍‌ ସ୍କୁଲ, ୟୁଜି ହାଇସ୍କୁଲ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ତଥା ବ୍ଳକର ସମସ୍ତ ସିଆରସିସି ଓ ବିଜ୍ଞାନ ଶିକ୍ଷକଙ୍କୁ ବିଜ୍ଞାନ ମେଳା ଆୟୋଜନ କରିବା ନେଇ ବିଭିନ୍ନ ସ୍କୁଲରୁ ଅର୍ଥ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଛା ୪ଶହ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଛା ୬ଶହ, ଉଚ୍ଚ ପ୍ରାଥମିକ ସ୍କୁଲର ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ୪ଶହ, ୟୁଜି ହାଇସ୍କୁଲ ଓ ହାଇସ୍କୁଲର ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ୧୧ଶହ, ହାଇସ୍କୁଲର ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ୮ ଶହ, ହାଇସ୍କୁଲ ନବମ ଓ ଦଶମ ଶ୍ରେଣୀ ସକାଶେ ୬ ଶହ, ଏଡେଡ ଓ ବ୍ଳକ୍‌ଗ୍ରାଣ୍ଟ ହାଇସ୍କୁଲରୁ ୬ ଶହ ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲାା ଅକ୍ଟୋବର ୨୨ତାରିଖରେ କୁତୁର୍ଲା ସୁରଧନୁ ହାଇସ୍କୁଲରେ ପ୍ରସ୍ତୁତି ବୈଠକ କରାଯିବ ଓ ଏହି ବୈଠକରେ ଯୋଗଦେବାବେଳେ ସମସ୍ତ ସିଆରସିସି ଓ ପ୍ରଧାନଶିକ୍ଷକ ସଂଗୃହୀତ ଅର୍ଥ ନେଇକରି ଆସିବାକୁ ବିଇଓ ଅଫିସରୁ ନିର୍ଦ୍ଦେଶ ଦିଆଯାଇଥିଲା ା ବିଜ୍ଞାନ ମେଳା ଆୟୋଜନ କରିବାକୁ ଏହି ଅର୍ଥ ସଂଗ୍ରହ ପାଇଁ ବିଇଓ ଅଫିସରୁ ଚିଠି କରାଯାଇ ସିଆରସିସିମାନଙ୍କୁ କ୍ଷମତାପ୍ରାପ୍ତ କରାଯାଇଥିତ୍ବା ଉଲ୍ଲେଖ କରାଯାଇଥିଲା ା ଏହି ଚିଠି ବଳରେ ସିଆରସିସିମାନେ ଅର୍ଥ ସଂଗ୍ରହ କରିଥିବା ଜଣାପଡିଛି ା ଦେଓଗଁା ବ୍ଳକ ବିଇଓ ଅଫିସରୁ ଏଭଳି ଏକ ଚିଠି କରାଯାଇ ବିଜ୍ଞାନ ମେଳା ଆୟୋଜନ ନଁାରେ ବେଆଇନ ଭାବେ ଅର୍ଥ ସଂଗ୍ରହ କରାଯାଉଥିବା ଜଣାପଡିବା ପରେ ଜିଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ବୁଧବାର ଦେଓଗଁା ବିଇଓଙ୍କୁ ତୁରନ୍ତ ଉକ୍ତ ଚିଠି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଏଭଳି ଚିଠି କରିବା ବେଆଇନ୍‌ ବୋଲି ସେ ଉଲ୍ଲେଖ କରିବା ସହ ତୁରନ୍ତ ଏ ସଂକ୍ରାନ୍ତରେ ୫ ଦିନ ମଧ୍ୟରେ ଡିଇଓ ଅଫିସକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏ ନେଇ ବ୍ଳକ୍‌ ଶିକ୍ଷା ଅଧିକାରୀ ଭାଗ୍ୟବତୀ ଦାଶଙ୍କୁ ପଚରାଯିବାରୁ ବିଜ୍ଞାନ ମେଳା ଆୟୋଜନ ପାଇଁ ତାଙ୍କ ଅଫିସରୁ ଅର୍ଥ ସଂଗ୍ରହ ପାଇଁ ଏକ ଚିଠି କରିଥିବା ସ୍ବୀକାର କରିଛନ୍ତି। ତେବେ ଡିଇଓଙ୍କ ନିର୍ଦ୍ଦେଶ ପରେ ସେ ଉକ୍ତ ଚିଠକୁ ପ୍ରତ୍ୟାହାର କରିବେ ଓ ସଂଗୃହୀତ ଅର୍ଥକୁ ଫେରସ୍ତ କରିଦେବେ ବୋଲି କହିଛନ୍ତି ା ଏ ନେଇ ଡିଇଓ ଲେଙ୍କାଙ୍କୁ ପଚରାଯିବାରୁ ଶିକ୍ଷା ବିଭାଗର ସର୍କୁଲାର ନଥିବା ସତ୍ତ୍ୱେ ଦେଓଗଁା ବିଇଓ ବିଜ୍ଞାନ ମେଳା ପାଇଁ ଅର୍ଥ ସଂଗ୍ରହ କରିବାକୁ କିଭଳି ଚିଠି କଲେ ସେନେଇ ତାଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି ଓ ତୁରନ୍ତ ସଂଗୃହୀତ ଅର୍ଥ ଫେରସ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତିା ବିଜ୍ଞାନ ମେଳା ଆୟୋଜନ ପାଇଁ ସ୍କୁଲରୁ ଅର୍ଥ ସଂଗ୍ରହ କରିବା ଶିକ୍ଷା ଅଧିକାର ଆଇନକୁ ଖିଲାପ କରୁଛିା କିଭଳି ଭାବେ ଓ କାହା ପ୍ରରୋଚନାରେ ଏଭଳି ବେଆଇନ କାମ କରାଯାଇଛି, ସେ ନେଇ ଅଧିକ ତଦନ୍ତ କରିବାକୁ ଶିକ୍ଷକ ମହଲରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

ଗାଁରେ ନୋଟ୍‌ଛପା କେନ୍ଦ୍ର

ବଲାଙ୍ଗୀର ଜିଲା ଦେଓଗାଁ ଥାନା ବୁଢ଼ାବାହାଲ ଗାଁରେ ଠାବ ହୋଇଛି ଜାଲ୍‌ନୋଟ ଛପା କେନ୍ଦ୍ର। ୫୦୦ଟଙ୍କିଆ ଜାଲ୍‌ନୋଟ ଛପାଯାଇ ବଜାରକୁ ଛଡ଼ାଯାଉଥିବା ଘଟଣା ଏବେ ଧରାପଡ଼ିଛି।...

ବଲାଙ୍ଗୀର ଭାଜପା ଉତ୍ସାହିତ, ତ୍ରିମୁଖୀ ଲଢ଼େଇ ସମ୍ଭାବନା

ବଲାଙ୍ଗୀର,୨୪ା୩ (ବୀରେନ୍ଦ୍ର କୁମାର ଝାଙ୍କର): ବିଜେଡି-ଭାଜପା ମେଣ୍ଟ କଳ୍ପନାଜଳ୍ପନାର ଅବସାନ ପରେ ବଲାଙ୍ଗୀର ଜିଲାରେ ଭାଜପା କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କୁହାଯାଉଥିଲା...

ତେଲଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ମୃତ

ଖପ୍ରାଖୋଲ, ୨୧ା୩(ଅଭୟ ତ୍ରିପାଠୀ): ତେଲଙ୍ଗାନା ରାଜ୍ୟ ପଇଦାପଲ୍ଲୀରେ ଏକ ଇଟାଭାଟିରେ ଦାଦନ ଶ୍ରମିକଭାବେ କାମ କରୁଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁର ବୈଶାଖୁ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର, ୧୭।୩ (ବୀରେନ୍ଦ୍ର କୁମାର ଝାଙ୍କର)ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଲୋକ ସଭା ଏବଂ...

ବିଜେଡିକୁ ପ୍ରାର୍ଥୀ ଚୟନ ଚିନ୍ତା

ଲୋଇସିଂହା, ୧୬ା୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କସରତ...

ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri