ବିଜ୍ଞାନ ମେଳା ପାଇଁ ବେଆଇନ ଅର୍ଥ ସଂଗ୍ରହ

ବଲାଙ୍ଗୀର ଅଫିସ, ୧୪ା୧୧ – ଶିକ୍ଷା ବିଭାଗର କୌଣସି ସର୍କୁଲାର ନଥିବା ସତ୍ତ୍ୱେ ସରକାରୀ ସ୍କୁଲଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ନେଇ ବଲାଙ୍ଗୀର ଜିଲା ଦେଓଗଁା ବ୍ଳକର ବିଭିନ୍ନ ସ୍କୁଲରୁ ବେଆଇନ ଭାବେ ଅର୍ଥ ସଂଗ୍ରହ କରାଯାଇଛି ା ଖୋଦ୍‌ ଦେଓଗଁା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି କରାଯାଇ ବ୍ଲକର ବିଭିନ୍ନ ସ୍କୁଲରୁ ଅର୍ଥ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ଜଣାପଡିବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ବୁଧବାର ଏକ ଚିଠି କରାଯାଇ ତୁରନ୍ତ ବିଇଓ ଅଫିସର ଉକ୍ତ ଚିଠିକୁ ପ୍ରତ୍ୟାହାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଏହି ଘଟଣାଟି ଏବେ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ା ଗତ ଅକ୍ଟୋବର ୧ ତାରିଖ ଦିନ ଦେଓଗଁା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି (ନଂ ୧୧୯୨/ତା୧ା୧୦ା୧୯ରିଖ) କରାଯାଇ ବ୍ଳକ ଅନ୍ତର୍ଗତ କୁତୁର୍ଲା କ୍ଳଷ୍ଟରର ସମସ୍ତ ସରକାରୀ, ବ୍ଳକ୍‌ଗ୍ରାଣ୍ଟ, ଆଡେଡ୍‌ ସ୍କୁଲ, ୟୁଜି ହାଇସ୍କୁଲ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ତଥା ବ୍ଳକର ସମସ୍ତ ସିଆରସିସି ଓ ବିଜ୍ଞାନ ଶିକ୍ଷକଙ୍କୁ ବିଜ୍ଞାନ ମେଳା ଆୟୋଜନ କରିବା ନେଇ ବିଭିନ୍ନ ସ୍କୁଲରୁ ଅର୍ଥ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଛା ୪ଶହ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଛା ୬ଶହ, ଉଚ୍ଚ ପ୍ରାଥମିକ ସ୍କୁଲର ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ୪ଶହ, ୟୁଜି ହାଇସ୍କୁଲ ଓ ହାଇସ୍କୁଲର ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ୧୧ଶହ, ହାଇସ୍କୁଲର ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ୮ ଶହ, ହାଇସ୍କୁଲ ନବମ ଓ ଦଶମ ଶ୍ରେଣୀ ସକାଶେ ୬ ଶହ, ଏଡେଡ ଓ ବ୍ଳକ୍‌ଗ୍ରାଣ୍ଟ ହାଇସ୍କୁଲରୁ ୬ ଶହ ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲାା ଅକ୍ଟୋବର ୨୨ତାରିଖରେ କୁତୁର୍ଲା ସୁରଧନୁ ହାଇସ୍କୁଲରେ ପ୍ରସ୍ତୁତି ବୈଠକ କରାଯିବ ଓ ଏହି ବୈଠକରେ ଯୋଗଦେବାବେଳେ ସମସ୍ତ ସିଆରସିସି ଓ ପ୍ରଧାନଶିକ୍ଷକ ସଂଗୃହୀତ ଅର୍ଥ ନେଇକରି ଆସିବାକୁ ବିଇଓ ଅଫିସରୁ ନିର୍ଦ୍ଦେଶ ଦିଆଯାଇଥିଲା ା ବିଜ୍ଞାନ ମେଳା ଆୟୋଜନ କରିବାକୁ ଏହି ଅର୍ଥ ସଂଗ୍ରହ ପାଇଁ ବିଇଓ ଅଫିସରୁ ଚିଠି କରାଯାଇ ସିଆରସିସିମାନଙ୍କୁ କ୍ଷମତାପ୍ରାପ୍ତ କରାଯାଇଥିତ୍ବା ଉଲ୍ଲେଖ କରାଯାଇଥିଲା ା ଏହି ଚିଠି ବଳରେ ସିଆରସିସିମାନେ ଅର୍ଥ ସଂଗ୍ରହ କରିଥିବା ଜଣାପଡିଛି ା ଦେଓଗଁା ବ୍ଳକ ବିଇଓ ଅଫିସରୁ ଏଭଳି ଏକ ଚିଠି କରାଯାଇ ବିଜ୍ଞାନ ମେଳା ଆୟୋଜନ ନଁାରେ ବେଆଇନ ଭାବେ ଅର୍ଥ ସଂଗ୍ରହ କରାଯାଉଥିବା ଜଣାପଡିବା ପରେ ଜିଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ବୁଧବାର ଦେଓଗଁା ବିଇଓଙ୍କୁ ତୁରନ୍ତ ଉକ୍ତ ଚିଠି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଏଭଳି ଚିଠି କରିବା ବେଆଇନ୍‌ ବୋଲି ସେ ଉଲ୍ଲେଖ କରିବା ସହ ତୁରନ୍ତ ଏ ସଂକ୍ରାନ୍ତରେ ୫ ଦିନ ମଧ୍ୟରେ ଡିଇଓ ଅଫିସକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏ ନେଇ ବ୍ଳକ୍‌ ଶିକ୍ଷା ଅଧିକାରୀ ଭାଗ୍ୟବତୀ ଦାଶଙ୍କୁ ପଚରାଯିବାରୁ ବିଜ୍ଞାନ ମେଳା ଆୟୋଜନ ପାଇଁ ତାଙ୍କ ଅଫିସରୁ ଅର୍ଥ ସଂଗ୍ରହ ପାଇଁ ଏକ ଚିଠି କରିଥିବା ସ୍ବୀକାର କରିଛନ୍ତି। ତେବେ ଡିଇଓଙ୍କ ନିର୍ଦ୍ଦେଶ ପରେ ସେ ଉକ୍ତ ଚିଠକୁ ପ୍ରତ୍ୟାହାର କରିବେ ଓ ସଂଗୃହୀତ ଅର୍ଥକୁ ଫେରସ୍ତ କରିଦେବେ ବୋଲି କହିଛନ୍ତି ା ଏ ନେଇ ଡିଇଓ ଲେଙ୍କାଙ୍କୁ ପଚରାଯିବାରୁ ଶିକ୍ଷା ବିଭାଗର ସର୍କୁଲାର ନଥିବା ସତ୍ତ୍ୱେ ଦେଓଗଁା ବିଇଓ ବିଜ୍ଞାନ ମେଳା ପାଇଁ ଅର୍ଥ ସଂଗ୍ରହ କରିବାକୁ କିଭଳି ଚିଠି କଲେ ସେନେଇ ତାଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି ଓ ତୁରନ୍ତ ସଂଗୃହୀତ ଅର୍ଥ ଫେରସ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତିା ବିଜ୍ଞାନ ମେଳା ଆୟୋଜନ ପାଇଁ ସ୍କୁଲରୁ ଅର୍ଥ ସଂଗ୍ରହ କରିବା ଶିକ୍ଷା ଅଧିକାର ଆଇନକୁ ଖିଲାପ କରୁଛିା କିଭଳି ଭାବେ ଓ କାହା ପ୍ରରୋଚନାରେ ଏଭଳି ବେଆଇନ କାମ କରାଯାଇଛି, ସେ ନେଇ ଅଧିକ ତଦନ୍ତ କରିବାକୁ ଶିକ୍ଷକ ମହଲରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri