ବିଜ୍ଞାନ ପାଇଁ ପଦଯାତ୍ରା

କମଳାକାନ୍ତ ଜେନା
ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି ନୂଆ ନୂଆ ଜିନିଷ ତିଆରି କରିବା ହେଉଛି ଆମର ବୈଜ୍ଞାନିକ ଗବେଷଣା। ଅନ୍ତର୍ଜାତୀୟ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତର ସ୍ବତନ୍ତ୍ର ଆସନ ରହିଛି। ଅତୀତରେ ସାରା ପୃଥିବୀରେ କଳା, ସାହିତ୍ୟ, ସଙ୍ଗୀତ, ଗଣିତ, ମହାକାଶ ବିଜ୍ଞାନ ଓ ଚିକିତ୍ସା କ୍ଷେତ୍ରରେ ଭାରତର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ସାଂଖ୍ୟ ଓ ମୀମାଂସା ଭଳି ଭାରତୀୟ ମୌଳିକ ଚିନ୍ତାଧାରା ଅନ୍ତର୍ଜାତୀୟ ଦର୍ଶନଶାସ୍ତ୍ର କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଆସନ ବଜାୟ ରଖିଛି। ଯଦି ଆମ ଦେଶର ଗଣିତଶାସ୍ତ୍ର ପ୍ରସଙ୍ଗକୁ ଯିବା, ତେବେ ଆମେ ସମସ୍ତେ ଜାଣିଛୁ କେମିତି କାଳଜୟୀ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ ପୃଥିବୀବାସୀଙ୍କୁ କହିଥିଲେ, ଆମେ ଭାରତୀୟଙ୍କ ନିକଟରେ ଋଣୀ ରହିବୁ, କାରଣ ସେମାନେ ଆମକୁ ଗଣିବା ଶିଖେଇଛନ୍ତି। ଏମିତି ଭାରତୀୟ ସଂସ୍କୃତିରେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ମୌଳିକ କାର୍ଯ୍ୟକଳାପ ସମ୍ପର୍କିତ ଅନେକ ଉଦାହରଣ ରହିଛି, ଯାହା ପାଇଁ ଆମେ ନିଜକୁ ଗୋଟିଏ ବିଜ୍ଞାନ ଦେଶର ନାଗରିକ ବୋଲି ଗର୍ବ କରିପାରିବା। ପୃଥିବୀବାସୀଙ୍କ ଆଖିରେ ଆମର ଦେଶ ହେଉଛି ବିଜ୍ଞାନର ପୂଜାରୀ ଓ ଆମେ ବୈଜ୍ଞାନିକ ଚିନ୍ତାଧାରା ଦ୍ୱାରା ସମ୍ପୂର୍ଣ୍ଣ ଅନୁପ୍ରାଣିତ।
କିନ୍ତୁ ଅସଲ ଚିତ୍ର ଭିନ୍ନ। ଦୁଃଖର ବିଷୟ, ଆମ ଦେଶରେ ବିଜ୍ଞାନକୁ ଅଗ୍ରାଧିକାର ଦିଆଯାଉନାହିଁ। ଆମ ସମାଜରେ ଅନ୍ଧବିଶ୍ୱାସ ବଞ୍ଚିରହିଛି। ବିଜ୍ଞାନର ସାହାଯ୍ୟ ନେଇ କେତେକ ଭଣ୍ଡ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ପଇସା, ପବନ ବା ଫଟୋରୁ ବିଭୂତି ସୃଷ୍ଟି କରିବା, ଯଜ୍ଞକୁଣ୍ଡରେ ମନକୁ ମନ ଅଗ୍ନି ସଂଯୋଗ ହେବା, ଜଳକୁ ମହୁରେ ପରିଣତ କରିବା, ଶୋଇଥିବା ମଣିଷକୁ ଶୂନ୍ୟକୁ ଉଠେଇବା, ଜିଭକୁ କଣାକରି ତ୍ରିଶୂଳ ପୂରେଇବା, ନିଆଁ ଉପରେ ଚାଲିବା- ଏମିତି ଅନେକ ଚମତ୍କାରିତା ଦେଖେଇ ଭଣ୍ଡମାନେ ଲୋକଙ୍କର ବିଶ୍ୱାସଭାଜନ ହେଉଛନ୍ତି। ସେମାନଙ୍କୁ ଶୋଷଣ କରୁଛନ୍ତି। କିନ୍ତୁ ବିଜ୍ଞାନ ବଳରେ ଏସବୁ ଚମତ୍କାରିତା ସମ୍ଭବ ହୋଇଥାଏ ବୋଲି ସାଧାରଣ ଲୋକ ବୁଝି ପାରୁନାହାନ୍ତି। ଅନ୍ଧବିଶ୍ୱାସୀଙ୍କର ଆଖି ଖୋଲିବା ସକାଶେ କ’ଣ କୌଣସି ଯୋଜନା ନାହିଁ ନା ଆମର ଆନ୍ତରିକ ଇଚ୍ଛା ନାହିଁ? ଆମ ସମ୍ବିଧାନରେ ବିଜ୍ଞାନକୁ ଅଗ୍ରାଧିକାର ଦେବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆଇନ ରହିଛି। ଯଦି ସବୁ ରହିଛି, ତେବେ ବିଜ୍ଞାନ ସମସ୍ତଙ୍କ ପାଖରେ ପହଞ୍ଚତ୍ପାରୁନି କାହିଁକି?
ବିଜ୍ଞାନ ଆମର ଉନ୍ନତି କରୁଛି। ଆମେ ଯଦି ବିଜ୍ଞାନର ଉନ୍ନତି ପାଇଁ ଚିନ୍ତା ନ କରିବା, ତେବେ ଆଜିର ବିଜ୍ଞାନ ଧୀରେ ଧୀରେ ଦୁର୍ବଳ ହୋଇପଡ଼ିବ। ନୂତନ ମୌଳିକ ଉଦ୍ଭାବନ ପାଇଁ ଆମର ସହାୟତା କରିପାରିବ ନାହିଁ। ବିଜ୍ଞାନର ଅଗ୍ରଗତି ହେଲେ ଯାଇ ଆମର ଅଗ୍ରଗତି ହୋଇପାରିବ। କିନ୍ତୁ ଆମ ଦେଶରେ ୧୦,୦୦୦ କୋଟି ଟଙ୍କାର ଦୁର୍ନୀତି ହେଇପାରିବ, ଦୀପାବଳିରେ ୧୦,୦୦୦ କୋଟି ଟଙ୍କାର ବାଣ ପୋଡ଼ାଯାଇ ପାରିବ, ହେଲେ ୧୦୦୦ କୋଟି ଟଙ୍କାର ଚନ୍ଦ୍ରୟାନ କାର୍ଯ୍ୟକ୍ରମକୁ ଲୋକେ ବିରୋଧ କରିବେ। ନିର୍ବାଚନରେ ଲୋକଙ୍କୁ ସୁଖସୁବିଧାରେ ପୋତି ପକେଇବାର ପ୍ରତିଶ୍ରୁତି ଦିଆଯାଏ। କିନ୍ତୁ ପରିବେଶକୁ ସୁସ୍ଥ ରଖିବା ଓ ବିଜ୍ଞାନ ଗବେଷଣାକୁ ବଳିଷ୍ଠ କରିବା ପାଇଁ କେହି ପଦଟିଏ କହନ୍ତି ନାହିଁ। ବିକଶିତ ଦେଶଗୁଡ଼ିକରେ ଗବେଷଣା ଓ ଶିକ୍ଷା ସକାଶେ ଯେତେ ପ୍ରତିଶତ ଖର୍ଚ୍ଚ ହୁଏ, ଆମର ତା’ର ଅଧାରୁ କମ୍‌। ତେବେ କୁହନ୍ତୁ, ବିଜ୍ଞାନର ଅଗ୍ରଗତି ହେବ କେମିତି?
ଆମ ଦେଶ ଗରିବ ବୋଲି ଅନେକ ଶିକ୍ଷା ଓ ସ୍ବାସ୍ଥ୍ୟ ଯୋଜନା ହାତକୁ ନିଆଯାଏ ନାହିଁ। କିନ୍ତୁ ଆମେ ଭୁଲିଯାଉ, ଏଇ ମାଟିର ଗରିବ ବାପାଟିଏ ପେଟରୁ କାଟି ପୁଅକୁ ପାଠ ପଢ଼ାଇପାରେ, ପୁଅର ଜୀବନ ବଞ୍ଚାଇପାରେ। ତେଣୁ ଆମେ ଅନ୍ୟ ଖର୍ଚ୍ଚରୁ କାଟି ଦେଶକୁ ଶିକ୍ଷିତ କରିପାରିବା ଓ ଗବେଷଣାକୁ ବଳିଷ୍ଠ କରିପାରିବା। ଆମର ସବୁ କାମରେ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦେଇପାରିବା। ତା’ ସହିତ ଗାଁ ଗହଳିରେ ବିଜ୍ଞାନକୁ ଲୋକପ୍ରିୟ କରିବା ଓ ଲୋକଙ୍କ ହୃଦୟରେ ବିଜ୍ଞାନ ପ୍ରତି ବିଶ୍ୱାସ ସୃଷ୍ଟି କରିବା ସକାଶେ ସରକାରୀ ଅନୁଦାନ ଓ ପ୍ରୋତ୍ସାହନ ବୃଦ୍ଧି ପାଇବା ଜରୁରୀ। ଦେଶର ନିରନ୍ତର ଉନ୍ନତି ସକାଶେ କେନ୍ଦ୍ର ନିଜ ବଜେଟର ୧୦ ପ୍ରତିଶତ ଓ ରାଜ୍ୟ ୩୦ ପ୍ରତିଶତ ଶିକ୍ଷାର ଉନ୍ନତି ପାଇଁ ଖର୍ଚ୍ଚ କଲେ କ’ଣ ଅସୁବିଧା ହେବ? ଦେଶର ଉପତ୍ାଦନ ଓ ସେବାମୂଲ୍ୟର ୩ ପ୍ରତିଶତ ବିଜ୍ଞାନ ଗବେଷଣା ପାଇଁ ରହିଲେ କ’ଣ ଅସୁବିଧା ହେବ? କେବଳ ସେତିକି ନୁହେଁ, ଲୋକଙ୍କ ପାଇଁ ଘୋଷଣା କରାଯାଉଥିବା ସମସ୍ତ ଯୋଜନା ବିଜ୍ଞାନସମ୍ମତ ହେବା ଜରୁରୀ। ନ ହେଲେ ବୈଜ୍ଞାନିକ ସଂସ୍କୃତିର ସ୍ଥାପନା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ (୯ ଅଗଷ୍ଟ ୨୦୧୭ ଓ ୧୪ ଏପ୍ରିଲ ୨୦୧୮) ଧରି ବୈଜ୍ଞାନିକ, ଗବେଷକ, ଛାତ୍ରସମାଜ, ବିଜ୍ଞାନ ଲେଖକ ଓ ସାଧାରଣ ଲୋକଙ୍କୁ ନେଇ ପଦଯାତ୍ରାର ଆୟୋଜନ କରାଯାଉଛି। ଏ ବର୍ଷ ମଧ୍ୟ ଅଗଷ୍ଟ ୯ ତାରିଖରେ ଓଡ଼ିଶା ସମେତ ଭାରତର ପ୍ରାୟ ସବୁ ସହରରେ ବିଜ୍ଞାନ ପାଇଁ ପଦଯାତ୍ରା (ମାର୍ଚ୍ଚ ଫର୍‌ ସାଇନ୍ସ) ଆୟୋଜନ କରାଯାଇଛି। ଲକ୍ଷ୍ୟ ରହିଛି ସାରା ଦେଶରେ ବୈଜ୍ଞାନିକ ବାତାବରଣ ସୃଷ୍ଟି କରିବା। ପ୍ରକୃତରେ ଏହାର ସଫଳତାର ଚାବିକାଠି ରହିଛି ସାଧାରଣ ଜନତାଙ୍କ ହାତରେ। ସେମାନେ ଇଚ୍ଛା କଲେ ବିଜ୍ଞାନର ଅଗ୍ରଗତି ଓ ଦେଶର ଉନ୍ନତି ହୋଇପାରିବ।
ଭଦ୍ରକ, ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri