ଏଇ ଭାରତରେ

ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ ଅଦାଲତ ଆୟୋଜନ କରାଯାଉଛି ମଧ୍ୟପ୍ରଦେଶର ରାୟସେନ ତହସିଲ ଅନ୍ତର୍ଗତ ସିହୋରା ଖୁର୍ଦରେ। ତହସିଲ ମୁଖ୍ୟାଳୟ ଗୈରତଗଞ୍ଜଠାରୁ ୧୦ କିଲୋମିଟର ଦୂରରେ ଥିବା ଏହି ଗାଁ ଶ୍ରୀ ହନୁମାନ ଓ ଶ୍ରୀ ଶିବଙ୍କ ସିଦ୍ଧସ୍ଥାନ ଭାବେ ଖ୍ୟାତିଲାଭ କରିଛି। ଏହି ଗାଁ ମଝିରେ ଏକ ନାଗମଣ୍ଡପ ରହିଛି। ସେହି ମଣ୍ଡପରେ ନାଗପଞ୍ଚମୀ ଦିନ ପ୍ରତିବର୍ଷ ଆୟୋଜିତ ନାଗ ଅଦାଲତ ଉପରେ ଲୋକମାନଙ୍କର ବିଶ୍ୱାସ ରହିଛି। ବର୍ଷକ ଭିତରେ ଯେଉଁମାନଙ୍କୁ ସାପ କାମୁଡେ ସେମାନେ ସିହୋରାର ସିଦ୍ଧକ୍ଷେତ୍ରରେ ପହଞ୍ଚତ୍ ସେଠାକାର ପୂଜକଙ୍କଠାରୁ ସୂତା ବାନ୍ଧନ୍ତି। ଏହାଦ୍ୱାରା ବିଷଜ୍ଜ୍ୱାଳାରୁ ମୁକ୍ତି ବି ପାଆନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। ସର୍ପଦଂଶନରେ ପୀଡିତ ବ୍ୟକ୍ତିମାନେ ନାଗ ଅଦାଲତରେ ହଁି ଭାଗ ନେଇଥାନ୍ତି। ବାରମ୍ବାର ସର୍ପ ଦଂଶନର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ନାଗ ଦେବତାଙ୍କୁ ପୂଜକ ପ୍ରବେଶ କରାଇବା ପରେ ପୀଡିତଙ୍କୁ ଦଂଶନର କାରଣ ସମ୍ପର୍କରେ କହିଥାନ୍ତି। କେବଳ ଏତିକି ନୁହେଁ, ଶରୀରରେ ପ୍ରବେଶ କରିଥିବା ନାଗ ଭବିଷ୍ୟତରେ ଆଉ କାହାକୁ ଦଂଶନ କରି କଷ୍ଟ ନ ଦେବାକୁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri