ବିଛୁପାଲିରୁ-ସୋନପୁରକୁ ଗଡିବ ଟ୍ରେନ୍‌, ଟେଣ୍ଡର ଆହ୍ବାନ କଲା ରେଳ ବିଭାଗ

ସୋନପୁର,୨୬।୨(ନି.ପ୍ର) – ୨୮୯ କିଲୋମିଟର ଦୈଘ୍ୟ ବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଏବେ ତ୍ୱରାନ୍ବିତ ହୋଇଛି। ବଲାଙ୍ଗୀର ପଟୁ ବିଛୁପାଲିରୁ ସୋନପୁର ପର୍ଯ୍ୟନ୍ତ ୩୫ କିଲୋମିଟର ରେଳପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଛି ରେଳ ବିଭାଗ। ସେପ୍ଟେମ୍ବର ମାସରୁ ବନ୍ଦ ପଡିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ପୁଣି ତ୍ୱରାନ୍ବିତ କରାଯାଇଛି। ଗତ ଜାନୁୟାରୀ ୨୨ରେ ନୂଆଦିଲ୍ଳୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପକୁ ନେଇ ସମୀକ୍ଷା କରିଥିଲେ। ପ୍ରକଳ୍ପ ସମ୍ପର୍କରେ ଟିକିନିିଖି ତଥ୍ୟ ଜାଣିବା ପରେ କେଉଁ ପରିସ୍ଥିତିରେ ବିଳମ୍ବ ହେଉଛି, ନିର୍ଦ୍ଦିଷ୍ଟ ଭାବେ କେବେ ସରିବ ଜାଣିବାକୁ ଚାହିଁଥିଲେ। ୨୦୧୫ ମସିହାରୁ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ହୋଇଛି। କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇବାରୁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଏହି ଅର୍ଥରେ ଜମି ଅଧିଗ୍ରହଣ ହେଉଛି। ଆସନ୍ତା ଅଗଷ୍ଟ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପରିବେଶ ମଞ୍ଜୁରୀ ସମେତ ଅନ୍ୟ ସମସ୍ତ ପ୍ରକ୍ରିୟା ପୂରଣ ହେଲେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବେ ଏହି କାର୍ଯ୍ୟର ମନିଟରିଂ କରୁଛନ୍ତି ।
ସୂଚନାଯୋଗ୍ୟ, ୧୯୪୫ରେ ଏହି ରେଳପଥ ପାଇଁ ପ୍ରଥମେ ସର୍ଭେ ହୋଇଥିଲା। କିନ୍ତୁ ସ୍ବାଧୀନତା ପରେ କେନ୍ଦ୍ରରେ ଥିବା ବିଭିନ୍ନ ସରକାର ଏହି ପ୍ରକଳ୍ପକୁ ଅଣଦେଖା କରି ଆସିଥିଲେ । ୧୯୯୩ ମସିହାରେ ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପକୁ ୨୦୦୦ ମସିହା ପରଠୁ କେନ୍ଦ୍ରର ଅନୁଦାନ ବଢିଥିଲା। ଫଳରେ ଖୋର୍ଦ୍ଧା ପଟୁ କାମ ଆରମ୍ଭ ହୋଇଥିଲା। ସେହିଦିନରୁ ବଲାଙ୍ଗୀର ପଟୁ ମଧ୍ୟ କାମ ଆରମ୍ଭ କରିବାକୁ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାବାସୀ ଦାବି କରିଆସୁଥିଲେ। ଅନେକ ଆନ୍ଦୋଳନ ପରେ ବଲାଙ୍ଗୀର ପଟୁ କାମ ଆରମ୍ଭ ହେଲା। ୨୦୧୫ରେ ରାଜ୍ୟ ସରକାର ଓ କେନ୍ଦ୍ରର ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମୁତାବକ ପ୍ରକଳ୍ପର ମୋଟ ଖର୍ଚ୍ଚର ୫୦ ଶତକଡା ଅନୁଦାନ ରାଜ୍ୟ ସରକାର ବହନ କରିବେ। ୨୦୨୧ ଜୁନ୍‌ ସୁଦ୍ଧା ଏହି ରେଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ଥିଲା। ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଛନ୍ତି ଓ ସେଥିରେ ବଲାଙ୍ଗୀର ପଟୁ ରେଳ ଲାଇନ ତିଆରି ହୋଇଛି। ସୁବର୍ଣ୍ଣପୁର ଜିଲାରେ ରେଳପଥର ଦୈର୍ଘ୍ୟ ୨୯ କିଲୋମିଟର ଓ ବୌଦ୍ଧ ଜିଲାରେ ଏହାର ଦୈର୍ଘ୍ୟ ୧୦୭ କିଲୋମିଟର ରହିଛି । ବୌଦ୍ଧ ଓ ବଲାଙ୍ଗୀରରେ ଜମି ଅଧିଗ୍ରହଣ ପାଇଁ ଅଫିସ ଖୋଲାଯାଇଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ କାମ ଆଗେଇ ପାରି ନ ଥିଲା। ବଲାଙ୍ଗୀର ଜିଲାର ବିଛୁପାଲିରେ ଷ୍ଟେଶନ ନିର୍ମାଣ ହୋଇଛି। ସେ ପର୍ଯ୍ୟନ୍ତ ରେଳ ଗଡିଛି। ଗତ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗୀରରେ ଏହି ରେଳ ଲାଇନରେ ନୂତନ ରେଳ ଚଳାଚଳକୁ ଉଦ୍‌ଘାଟନ କରିଥିଲେ । କିନ୍ତୁ ଏହି ଟ୍ରେନ୍‌ରେ ପ୍ରତ୍ୟହ ହାରାହାରି ୨ ଜଣ ଯାତ୍ରୀ ଯାତାୟାତ କରୁଛନ୍ତି । ସୋନପୁର ଯାଏ ଯଦି କାମ ଶୀଘ୍ର ସରିବ ତେବେ ଟ୍ରେନ୍‌ ଲୋକଙ୍କ କାମରେ ଆସିପାରିବ ଓ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ। ତରଭାର ନିବୃତି ଓ ସୁକତେଲ ନଦୀରେ ପୋଲ ନିର୍ମାଣ ସରିବା ଉପରେ। ସୋନପୁରର ତେଲନଦୀରେ ୭୦୦ ମିଟର ଲମ୍ବ ପୋଲର ନିର୍ମାଣ କାର୍ଯ୍ୟ ଚାଲିଛି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ମୋଟ ୧୦୬.୨୬୫ଏକର ସରକାରୀ ଜମିରୁ ୧୦୪.୮୬୫ଏକର ସରକାରୀ ଜମି ଓ ୫୪୨.୯୦୬ଏକର ବେସରକାରୀ ଜମିରୁ ୩୯୩.୮୯୪ଏକର ରେଳ ବିଭାଗକୁ ହସ୍ତାନ୍ତର କରିସାରିଛି । ମୋଟ ୩୦ଟି ଗାଁରୁ ୨୮ଗାଁର ଜମି ମାଲିକଙ୍କୁ ଅର୍ଥ ପ୍ରଦାନ ସରିଛି। ୬୨.୦୦୪ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଭାରତ ସରକାର ପ୍ରଥମ ପର୍ଯ୍ୟାୟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚଳିତ ବଜେଟ୍‌ରେ ୫୨୦ କୋଟି ଘୋଷଣା ହୋଇଛି। କିନ୍ତୁ ବିଗତ ବଜେଟ୍‌ରେ ହୋଇଥିବା ବ୍ୟୟବରାଦ ଓ ଖର୍ଚ୍ଚକୁ ଦେଖିଲେ ବିଛୁପାଲି ଆଗକୁ ଟ୍ରେନ୍‌ ଗଡିବା ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ୨୦୧୯-୨୦ରେ ଖୋର୍ଦ୍ଧା-ବଲାଙ୍ଗୀରକୁ ୩୫୦ କୋଟି, ୨୦୧୮-୧୯ରେ ୬୨୫ କୋଟି, ୨୦୧୭-୧୮ରେ ୭୦୦କୋଟିର ଘୋଷଣା ହୋଇଥିଲା। ତେବେ ଜମି ଅଧିଗ୍ରହଣ ସରି ନ ଥିବାରୁ ଅର୍ଥ ଖର୍ଚ୍ଚ ହୋଇପାରି ନ ଥିଲା। ଚଳିତ ଥର ଠିକ୍‌ରେ ସେହି ଅର୍ଥ ଖର୍ଚ୍ଚ ହେଲେ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍‌ ଗଡିବ ବୋଲି ଆଶା କରାଯାଉଛି । ଏ ସମ୍ପର୍କରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା କୁହନ୍ତି, ସୋନପୁର ତହସିଲର ହରିଡାପାଲି ଓ ହଳଦିପାଲି ଗ୍ରାମର କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ ଅର୍ଥ ପ୍ରଦାନ କରାଯାଉଛି। ଚଳିତ ମାସରେ ଏହା ସରିବ। ସେହିପରି ଧୋବାମୁଣ୍ଡା ଓ ସିଂଘାରି ଗ୍ରାମର ୯୭.୯୩୫ଏକର ଜମି ଅଧିଗ୍ରହଣ ପାଇଁ ସରକାରଙ୍କୁ ଏଷ୍ଟିମେଟ୍‌ ପଠାଯାଇଛି । ଅନୁମତି ମିଳିଲା ପରେ ମାର୍ଚ୍ଚ ସୁଦ୍ଧା ଆମ ଜିଲାରେ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri