ବିଚ୍ଛିନ୍ନ ହୋଇ ରହିଛି ହିରିମୂଳ ଗାଁ: ଦାଣ୍ଡରେ ଦେଢ ଫୁଟ ପାଣି, ପିଲାଙ୍କ ପାଠପଢ଼ାରେ ଡୋରି

ଖୋର୍ଦ୍ଧା ଅଫିସ,୧୮।୮: ବନ୍ୟାଜଳ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଛି। ତେବେ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବିଚ୍ଛିନ୍ନ ହୋଇରହିଛି। ଗାଁ ଦାଣ୍ଡରେ ଦେଢ ଫୁଟ ପାଣି ଜମିିଛି। ଚତୁଃଦିଗ ଜମି ଓ ରାସ୍ତା ଉପରେ ୪ରୁ ୭ ଫୁଟ ପାଣି ଏବେବି ରହିଛି। ପ୍ରଶାସନ ପକ୍ଷରୁ ଗାଁକୁ ୨ଟି ଡଙ୍ଗା ଦିଆଯାଇଛି। ଡଙ୍ଗାରେ ସ୍ଥାନୀୟ ଲୋକ ପାର ହେଉଛନ୍ତି। ଗୃହପାଳିତ ପ୍ରାଣୀମାନେ ଘରେ ବନ୍ଧା ହୋଇ ରହିଛନ୍ତି। ଚାରଣ ଭୂମିରେ ଜଳ ମାଡି ରହିଥିବାରୁ ସେମାନଙ୍କ ଖାଦ୍ୟ ମୁଖ୍ୟ ସମସ୍ୟା ହୋଇଛି। ଅନ୍ୟପକ୍ଷେ ଓରବରସିଂର ଡିହଖଳା ଗାଁର ରାସ୍ତା ଉପରେ ସ୍ଥାନେ ସ୍ଥାନେ ପାଣି ଚାଲିଛି। ମୋଟାମୋଟି ଭାବେ ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦ, ଲେଖନପୁର, କୃଷ୍ଣପୁର ଗାଁର ଚତୁଃଦିଗରେ ପାଣି ଘେରି ରହିଛି। ତେବେ ସଡକପଥରେ ଯାତାୟାତରେ ବାଧକ ନାହିଁ। ଗତ ରାତିରେ ଖୋର୍ଦ୍ଧା ଜିଲାର ଓରବରସିଂହ ଓ ନରଣଗଡ ପଞ୍ଚାୟତର ୧୩ ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥିଲା। ଓରବରସିଂ ପଞ୍ଚାୟତରେ ସ୍କୁଲଗୁଡିକ ଚାରିପାଖରେ ପାଣି ଜମା ହୋଇ ରହିଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇରହିଛି।

ରନ୍ଧାଖାଦ୍ୟ ଦେବାରେ ୧୦ ଗାଁକୁ ଅଣଦେଖା କାହିଁକି

ଖୋର୍ଦ୍ଧା ବ୍ଲକର ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦ, ଲେଖନପୁର, କୃଷ୍ଣପୁର ଆଦି ୧୦ ଗଁା ଓ ନରଣଗଡ ପଞ୍ଚାୟତର ଓରିମି, ମାନପୁର ଓ ଧବଳପୁର ଗଁାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତେବେ ହିରିମୂଳ ଗଁା ଅଧିକ ପ୍ରଭାବିତ ହୋଇଛି। ଏଭଳିସ୍ଥଳେ କେବଳ ହିରିମୂଳ, ଡିହଖଳା, ଦୁର୍ଗାପୁରରେ ରନ୍ଧା ଖାଦ୍ୟ ଶନିବାର ମଧ୍ୟାହ୍ନ ଓ ରାତିରେ ଯୋଗାଣ ହୋଇଛି। ଅନ୍ୟ ଗାଁଗୁଡିକୁ ଅଣଦେଖା କରାଯାଇଥିବାରୁ ବାନ୍ୟା ବିପନ୍ନମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପାଦ ପଡ଼ିଲାନି ରାଜନେତା, ପ୍ରଶାସନିକ ଅଧିକାରୀଙ୍କର
୨୦୧୯ରେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିଲା। ଏଣୁ ୨୦୧୮ ଜୁଲାଇରେ ହୋଇଥିବା ବନ୍ୟାରେ ଓରବରସିଂହ ଓ ନରଣଗଡ ପଞ୍ଚାୟତର ବିଭିନ୍ନ ଗଁାକୁ ଆଶାୟୀ ବିଧାୟକ ପ୍ରାର୍ଥୀମାନେ ଦୌଡିଥିଲେ। ସେହିପରି ଆଞ୍ଚଳିକ ନେତା ଓ ଜିଲାସ୍ତରୀୟ ନେତା, ଆଗଧାଡି କର୍ମୀମାନେ ମଧ୍ୟ ହାତଛଡା କରି ନ ଥିଲେ। ଏବେ ମୁଣ୍ଡ ଉପରେ ନିର୍ବାଚନ ନ ଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ସମୟରେ ଶାସକ ଓ ବିରୋଧୀ ଦଳର ନେତାମାନଙ୍କର ପାଦ ପଡିଲାନି। ଭୋଟ ପାଇଗଲା ପରେ ରାଜନେତା ଭୁଲିଗଲେ। ସେହିଭଳି ବିଡିଓ, ଜିଲାପାଳ, ଉପଜିଲାପାଳ, ଅତିରିକ୍ତ ଜିଳାପାଳଙ୍କ ପାଦ ପଡି ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଦୁଇ ରାସ୍ତାରେ ଘାଇ
ଭାରତ ଗ୍ୟାସ ଡିପୋ ପାଖରେ ବନ୍ୟାଜଳ ଓରବରସିଂ କହ୍ନେଇମୁହଁ ରାସ୍ତାରେ ୧୦୦ ଫୁଟରେ ଘାଇ ସୃଷ୍ଟି କରିଛି। ସେହିପରି ଓରବରସିଂ ଗାଁକୁ ପଡିଥିବା ହାଇସ୍କୁଲ ରାସ୍ତାରେ ୧୦ ଫୁଟର ଅନ୍ୟ ଏକ ଘାଇ ସୃଷ୍ଟି କରିଛି। ଯାହାକି ଯୋଗାଯୋଗ ବିଚ୍ଛିନ୍ନ କରିଛି। ଏହି ଘାଇ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?