ବିଗ୍‌ ବସ୍‌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍‌ ବସ୍‌’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ ସରିବା ପରେ ଆଗାମୀ ସିଜନରେ ସଲମାନ ହୋଷ୍ଟ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ଏନେଇ ବିଗ୍‌ ବସ୍‌ ସିଜନ-୧୩ରେ ବି ସଲମାନଙ୍କ ହୋଷ୍ଟ ନେଇ ସସ୍‌ପେନ୍ସ ଜାରି ରହିଥିଲା। କିନ୍ତୁ ଏବେ ଖୋଦ ଦବଙ୍ଗ ଷ୍ଟାର ନିଶ୍ଚିତ କରିଛନ୍ତି ଯେ, ସେ ସିଜନ-୧୩ର ହୋଷ୍ଟ କରିବେ। ତେବେ ବିଗ୍‌ ବସ୍‌ର କମେଣ୍ଟକୁ ସଲମାନ ଏଞ୍ଜୟ କରନ୍ତି ବୋଲି ପିଙ୍କ୍‌ଭିଲ୍ଲା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଏହି କମେଣ୍ଟକୁ ସେ ପସନ୍ଦ କରୁ ନ ଥିବା ବେଳେ ଏଣ୍ଡମୋଲ ଓ କଲର୍ସର ଲୋକଙ୍କୁ ଚୟନ କରି ଘରେ ବନ୍ଦ କରିବାକୁ ବେଶ୍‌ ପସନ୍ଦ କରନ୍ତି। ସେହି ଲୋକଙ୍କ ସହ ତାଙ୍କୁ ଡିଲ କରିବାକୁ ପଡ଼ିଥାଏ। ବେଳେବେଳେ ବହୁତ ମଜା ଆସିଥାଏ ଆଉ ବେଳେବେଳେ ବିଲ୍‌କୁଲ୍‌ ବି ନୁହେଁ। କିନ୍ତୁ ତାଙ୍କଠାରୁ ସେ ବହୁତ୍‌ କିଛି ଶିଖିବାକୁ ପାଆନ୍ତି ବୋଲି ସଲ୍ଲୁ ମିଅଁା କହିଛନ୍ତି। ଚଳିଥ ଥର ଶୋ’ରେ ସାଧାରଣ ଲୋକଙ୍କ ଏଣ୍ଟ୍ରି ବନ୍ଦ ହୋଇପାରେ। କାରଣ ସିଜନ୍‌-୧୨ର ବିଫଳତା ଯୋଗୁ ଚଳିତ ବର୍ଷ ସେଲିବ୍ରିଟି କଣ୍ଟେଷ୍ଟାଣ୍ଟଙ୍କୁ ନେବାକୁ ମେକର୍ସ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହ ସେଟକୁ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ବିଗ୍‌ ବସ୍‌ର ହାଉସ୍‌କୁ ମୁମ୍ବାଇର ଲୋନାଓ୍ବାଲାରୁ ଗୋରେଗାଓଁକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri