ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ ମିଳୁଛି। ବିଗ୍‌ବସ୍‌ର ୧୩ତମ ସିଜନ୍‌ର ଲୋକପ୍ରିୟତାକୁ ଦେଖି ଲକ୍‌ଡାଉନ୍‌ ସମୟରେ ଶୋ’କୁ ପୁନଃ ପ୍ରସାରିତ କରାଯାଉଛି। ଏସବୁ ଭିତରେ ଅନେକ ସମ୍ପର୍କ ଗଢ଼ି ଭାଙ୍ଗିଥିବା ଦେଖିବାକୁ ମିଳୁଛି।

ଏକଦା ବିଗ୍‌ବସ୍‌ ଘରେ ଶେହନାଜ ଗିଲ୍‌ ଏବଂ ରଶ୍ମୀ ଦେଶାଇଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଥିଲା। ହେଲେ ଏବେ ତାହା ନାହିଁ। ଶେହନାଜ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି। ଏପରି କିଛି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ରଶ୍ମୀ।

ଏକ ସାକ୍ଷାତକାରରେ ରଶ୍ମୀ କହିଛନ୍ତି, ଘରୁ ବାହାରିବା ପରେ ଶେହନାଜ ଓ ମୁଁ ନିଜ ନିଜ ଶୋ’ରେ ବ୍ୟସ୍ତ ରହୁଥିଲେ। ତେଣୁ ପରସ୍ପର ସହ କଥା ହେବାକୁ ସମୟ ନ ଥିଲା। ହେଲେ ଶେହନାଜଙ୍କ ଜୀବନରେ କିଏ ରହିବେ ନରହିବେ ତାହା ତାଙ୍କ ବ୍ୟକ୍ତିଗତ ଇଚ୍ଛା। ବିଗ୍‌ବସ୍‌ ଘରେ ମୁଁ ସର୍ବଦା ତାଙ୍କ ପାଇଁ ଉପସ୍ଥିତ ରହୁଥିଲି। ଯଦି ଭବିଷ୍ୟତରେ ମୋତେ ସେ ଖୋଜନ୍ତି, ମୁଁ ଉପସ୍ଥିତ ରହିବେ। ମୁଁ ତାଙ୍କଠାରୁ ବଦଳରେ କିଛି ଚାହିଁନାହିଁ। ଯଦି ସେ କଥା ହେବାକୁ ଇଚ୍ଛୁକ ନାହାନ୍ତି, ତେବେ ଠିକ୍‌ ଅଛି ବୋଲି ରଶ୍ମୀ କହିଛନ୍ତି।

ରଶ୍ମୀ ଏବେ ନାଗିନ୍‌-୪ ଧାରାବାହିକରେ କାମ କରୁଛନ୍ତି। ଶୋ’କୁ ଭଲ ଟିଆର୍‌ପି ମଧ୍ୟ ମିଳୁଛି। ଶୋ’ରେ ସିଦ୍ଧାର୍ଥଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହାକୁ ସିଦ୍ଧାର୍ଥ ଖଣ୍ଡନ କରିଛନ୍ତି। ଅପରପକ୍ଷେ ରଶ୍ମୀ ସିଦ୍ଧାର୍ଥ ସହ କାମ କରିବାକୁ ପ୍ରସ୍ତୁତ ଥିବା କହି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

କନ୍ୟା ରାଶିରେ ବୁଧଙ୍କ ଗୋଚର: ୭ ସେପ୍ଟେମ୍ବରରୁ ଏହି ୫ ରାଶିଙ୍କ ଖୋଲିବ ଉନ୍ନତିର ରାସ୍ତା, ବଢ଼ିବ…

ବୈଦିକ ଜ୍ୟୋତିଷରେ ବୁଧଙ୍କୁ ବୁଦ୍ଧି, ବାଣୀ, ତର୍କ, ଗଣନା, ବ୍ୟବସାୟ ଓ ଯୋଗାଯୋଗର କାରକ ଗ୍ରହ ଭାବେ ମାନାଯାଏ। ତେଣୁ ବୁଧଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଜାତକଙ୍କ…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri