ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ଲୋୟର ପିଏମ୍‌ଜି

ଭୁବନେଶ୍ୱର,୧୯ା୧୧ (ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜି। ସରକାରଙ୍କୁ ସମସ୍ୟା ତଥା ଦାବି ଜଣାଇବା ପାଇଁ ଏକାଠି ହୋଇଛନ୍ତି ଆନ୍ଦୋଳନକାରୀ। ଡେରା ପକାଇ ରହିବା ସହ ସକାଳୁ ସନ୍ଧ୍ୟା ଚାଲୁଛି ଭିନ୍ନ ଭିନ୍ନ ତରିକାରେ ଆନ୍ଦୋଳନ। ବିଭିନ୍ନ ସଙ୍ଗଠନର ଧାରଣା ଓ ବିକ୍ଷୋଭରେ କମ୍ପି ଉଠୁଛି ପୂରା ଅଞ୍ଚଳ। ତେବେ ସୋମବାର ଲୋୟର ପିଏମ୍‌ଜିରେ ସବୁଠୁ ଅଧିକ ଆନ୍ଦୋଳନକାରୀଙ୍କ ସମାଗମ ଦେଖିବାକୁ ମିଳିଛି।

ପୋଲିସ ଗୁଳିରେ ମୃତ ଆଦିବାସୀଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ମାଓବାଦୀ ଭାବି ପୋଲିସ ଗୁଳି କରିବାରୁ କନ୍ଧମାଳ ଜିଲାର ୫ଜଣ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା। ୨୦୧୨ ନଭେମ୍ବର ୧୪ରେ ଘଟଣା ଘଟିଥିଲେ ମଧ୍ୟ ମୃତକ ପରିବାରକୁ ଆଜି ଯାଏ ନ୍ୟାୟ ମିଳିପାରିନାହିଁ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଓ ବନବାସୀ ସୁରକ୍ଷା ପରିଷଦ ପକ୍ଷରୁ ବିକ୍ଷୋଭ, ଧାରଣା ଓ ପ୍ରତିବାଦ ସଭା ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହୋଇଥିଲା। ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରି ମୃତକଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସିଏସ୍‌ଡିର ଗଣପ୍ରତିବାଦ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ବାହାନାରେ ପ୍ରଶାସନ ମନମୁଖୀ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଗ୍ରାମ ସଭା ସମୂହ/ମର୍ଯ୍ୟାଦାର ସହ ବଞ୍ଚିବା ଅଭିଯାନ (ସିଏସ୍‌ଡି) ଅଭିଯୋଗ କରିଛି। ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ମିଥ୍ୟା ସତ୍ୟାପଠ ଦାଖଲ କରିବା ସହ ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଦିବାସୀ ଓ ବନବାସୀଙ୍କୁ ପୁଣିଥରେ ଜଙ୍ଗଲ ଅଧିକାର ଆଇନ୍‌ରେ ସାମିଲ କରିବା ଓ ସୁପ୍ରିମ୍‌କୋର୍ଟରେ ପୁନଃ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ସଙ୍ଗଠନ ଦାବି କରିଛି। ଏ ପରିପ୍ରେକ୍ଷୀରେ ଲୋୟର ପିଏମ୍‌ଜିରେ ଆଦିବାସୀ ଓ ବନବାସୀଙ୍କର ଏକ ଗଣପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଏହା ଆସନ୍ତା ୨୦ ତାରିଖ ଯାଏ ଜାରି ରହିବ ବୋଲି ସିଏସଡି ସୂଚନା ଦେଇଛି।
ଗୃହରେ ଉଠୁ ଆମ ପ୍ରସଙ୍ଗ: ଗଁାସାଥୀ ସଂଘ
ଲୋୟର ପିଏମ୍‌ଜିରେ ଗଁାସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ୧୫ ଦିନ ହେବ ଧାରଣାରେ ବସିବା ସହ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଗାଁସାଥୀମାନେ ସୋମବାର କଂଗ୍ରେସ ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ଆନ୍ଦୋଳନରତ ଗାଁ ସାଥୀମାନେ କହିଛନ୍ତି, ଶୀତୁଆ ରାତିକୁ ଖୋଲା ଆକାଶ ତଳେ ପଡ଼ି ରହିଛୁ। ବିଧାନସଭାରେ ଆମ ପ୍ରସଙ୍ଗ ଟିକେ ଉଠିଲେ ସରକାର ଆମ ଦୁଃଖ ବୁଝନ୍ତେ। ଶାସକ କିମ୍ବା ବିରୋଧୀ ଦଳ ପକ୍ଷରୁ ଗୃହରେ ଗାଁ ସାଥୀ ପ୍ରସଙ୍ଗ ଉଠେଇବାକୁ ସଂଘ ନିବେଦନ କରିଛି। ସଂଘ ସଭାପତି ସୌଭାଗ୍ୟ ମିଶ୍ର, ସଂଗଠକ କୁଳମଣି ମେଣ୍ଟା, ପ୍ରତାପ ମଲ୍ଲିକ, ଅଭୟ ଡାକୁଆ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ସୂଚନାଯୋଗ୍ୟ, ଗ୍ରାମୀଣ ସ୍ତରରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ସହ ମାସିକ ସର୍ବନିମ୍ନ ୬ ହଜାର ଟଙ୍କା ଦରମା ଦାବିରେ ଧାରଣା ଦେଇ ଆସୁଛି ଗାଁ ସାଥୀ ସଂଘ।

ଧସ୍ତାଧସ୍ତିବେଳେ ୨ ଶିକ୍ଷୟିତ୍ରୀ ଆହତ
ହାର ମାନିବୁ ନାହିଁ। ଆସୁଛୁ, ଆସିବୁ। ନ୍ୟାୟ ପାଇଁ ଲଢିବୁ। ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ବିଧାନସଭା ଆଡକୁ ମାଡ଼ି ଚାଲିଥିଲେ ଶହଶହ ଆଇସିଟି ବିଦ୍ୟାଳୟ ସଂଯୋଜକ। ସେମାନେ ବ୍ୟାରିକେଡ ଡେଇଁ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ମୁହଁାମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତେବେ ପୋଲିସ ସହ ଧସ୍ତାଧସ୍ତିବେଳେ ୨ଜଣ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ସଂଘ ସଭାପତି ସୌମ୍ୟରଞ୍ଜନ ମଲ୍ଲିକ କହିଛନ୍ତି, ବିଦ୍ୟାଳୟ ସଂଯୋଜକ ବଦଳରେ କମ୍ପ୍ୟୁଟର ଶିକ୍ଷକ ନାମକରଣ, ସ୍ଥାୟୀ ନିଯୁକ୍ତି, ସମସ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ ଓ ଆଇସିଟି ଇ-ବିଦ୍ୟାଳୟ ପ୍ରକଳ୍ପକୁ ସରକାର ନିଜ ଅଧୀନକୁ ନେବାକୁ ଦାବି କରି ଆସୁଛୁ। ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ବି ସରକାର ଆଇସିଟି ଶିକ୍ଷକଙ୍କ ଦାବି ପ୍ରତି ଦୃଷ୍ଟି ଦେଉନାହଁାନ୍ତି। ଯଦି ସରକାର ଦାବି ନ ଶୁଣନ୍ତି, ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri