ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଏ। ଶକ୍ତିର ଅଭାବ ଯୋଗୁ ଆଗାମୀ ପିଢି ପାଇଁ ଉପୁଜିବାକୁ ଯାଉଥିବା ସମସ୍ୟା ଉପରେ ସମୀକ୍ଷା କରାଯିବା ସହ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଶକ୍ତିର ଆବଶ୍ୟକତା ଉପରେ ତତ୍‌କଳ ଭାବନା ଜାଗ୍ରତ କରିବାରେ ଏହି ଦିବସ ପ୍ରମୁଖ ଭୂମିକା ନେଇଥାଏ। ଶକ୍ତି ସଂରକ୍ଷଣର ଆବଶ୍ୟକତା ଓ ଶକ୍ତି ଉପଯୋଗରେ ମିତବ୍ୟୟିତା ପ୍ରତି ସଚେତନ କରିବା ଏହି ଦିବସର ଲକ୍ଷ୍ୟ।
ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ମଧ୍ୟ ସାଂଘାତିକ ଭାବେ ପାରମ୍ପରିକ ଶକ୍ତିର ଉତ୍ସ କ୍ଷୟ ହେବାରେ ଲାଗିଛି। ଏହାର ମୁକାବିଲା କରି ଶକ୍ତି ସଂରକ୍ଷଣ କରିବା ଲାଗି ଆହ୍ବାନ ଦିଏ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ। ଅନ୍ୟ ପକ୍ଷରେ ଶକ୍ତିର ଅପବ୍ୟବହାର ବିଶ୍ୱତାପନ ବୃଦ୍ଧି କରୁଛି ଯଦ୍ଦ୍ବାରା ବିଶ୍ୱ ଜୀବନ ଶୂନ୍ୟ ହେବାର ଆଶଙ୍କା ଉପୁଜିଛି। ଏହାସହ ପାରମ୍ପରିକ ଶକ୍ତିକୁ ଧରି ରଖିଥିବା ସବୁ ଉତ୍ସ ମଧ୍ୟ ନଷ୍ଟ ହେବାରେ ଲାଗିଛି। ମାନବ ଆଧୁନିକ ଜୀବନ ଲାଗି ଶକ୍ତିକୁ ବେଖାତିର ଭାବେ ଉପଯୋଗ କରିବାରେ ଲାଗିଛି। ଏହି ଉତ୍ସ ବାସ୍ତବରେ ସମାଜର ବିକାଶ ଲାଗି ଉଦ୍ଦିଷ୍ଟ। ଖାଦ୍ୟ ,ଆଶ୍ରୟ, ପୋଷାକ, ପାଣି, ପରିମଳ, ଓଷଧ,ପରିବହନ, ଶିଳ୍ପ,ତଥ୍ୟ ହାସଲ କରିବାରେ ବି ଶକ୍ତିକୁ ବିପଜ୍ଜନକ ଭାବେ ବ୍ୟବହାର କରାଯାଉଛି। କୋଇଲା, ପେଟ୍ରୋଲ, ଆଣବିକ ଶକ୍ତି ନିର୍ଦ୍ଦିଷ୍ଟ ପରିମାଣରେ ଏକ ସୀମିତ ସମୟ ଲାଗି ରହିଛି। ଏବେ ଗଚ୍ଛିତ ରହିଥିବା ଜୀବାଶ୍ମ ଇନ୍ଧନ ୪୫ ବର୍ଷ, ଗ୍ୟାସ୍‌ ୬୫ ବର୍ଷ, କୋଇଲା୨୦୦ ବର୍ଷ ରହିବ ବୋଲି ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ୍‌ ଓ୍ବାଲର୍‌ଡ ଏନର୍ଜି ପକ୍ଷରୁ ୨୦୧୦ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଥିଲା। ଏଣୁ ଆଗାମୀ ପିଢି ଲାଗି ବିକଳ୍ପ ଶକ୍ତି ବ୍ୟବସ୍ଥା କରାଯିବା ଆବଶ୍ୟକତା ରହିଛି। ଏହା ହିଁ ଭବିଷ୍ୟତର ଭରସା।ଏବେ ବ୍ୟବହାର କରାଯାଉଥିବା ମୋଟ ଶକ୍ତିର ମାତ୍ର ୫.୫ ପ୍ରତିଶତ ଜଳବିଦ୍ୟୁତ। ଆଣବିକ ଶକ୍ତି ଉପତ୍ାଦନ ବୃଦ୍ଧି ପାଉଥିଲେ ବି ଏହା ବିଶ୍ୱରେ ଆବଶ୍ୟକ ହେଉଥିବା ଶକ୍ତି ୫.୨ ପ୍ରତିଶତ ଯୋଗାଇ ଦେବାକୁ ସମର୍ଥ ହୋଇପାରିବ। ଯେତେଯାହା କଲେ ବି କୌଣସି ଗୋଟିଏ ଶକ୍ତିର ଉତ୍ସ ଜୀବାଶ୍ମ ଇନ୍ଧନର ସ୍ଥାନ ପୂରଣ କରିପାରିବନାହିଁ। ଏହାକୁ ସଂରକ୍ଷଣ କରିବା ବି ସହଜ ନୁହେଁ, କିନ୍ତୁ ବିକଳ୍ପ ଖୋଜାଯିବାର ଆବଶ୍ୟତା ରହିଛି; ଯେହେତୁ ପ୍ରତିବଷ ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ (୧.୬ ପ୍ରତିଶତ)ବୃଦ୍ଧି ପାଇବାରେ ଲାଗିଛି। ଶକ୍ତିର ସବୁ ଉତ୍ସକୁ ସଂରକ୍ଷଣ କରିବା ସମସ୍ତଙ୍କର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?