ବାୟୁସେନାର ଦିଗ ନିର୍ଣ୍ଣାୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତୀୟ ସଶସ୍ତ୍ର ବାହିନୀର ଆକାଶବଳ ହେଉଛି ଭାରତୀୟ ବାୟୁସେନା (ଆଇଏଏଫ୍‌)। ଦେଶର ବାୟୁ ସୀମାର ନିରାପତ୍ତା ରକ୍ଷାକରିବା ସହ ଯୁଦ୍ଧ ବେଳେ ଶତ୍ରୁପକ୍ଷକୁ ମୁକାବିଲା କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ସର୍ବଦା ଗୁରୁତ୍ୱ ରଖେ। ନିକଟରେ ଆଇଏଏଫ୍‌ର ୨୬ତମ ମୁଖ୍ୟ ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ରାକେଶ କୁମାର ସିଂ ଭଦୌରିଆ। ୩୦ ସେପ୍ଟେମ୍ବରରେ ଏୟାର ଚିଫ୍‌ ମାର୍ଶଲ ବୀରେନ୍ଦ୍ର ସିଂ ଧନଓ୍ବା ଅବସର ଗ୍ରହଣ କରିବା ପରେ ଭଦୌରିଆ ଦାୟିତ୍ୱ ଗ୍ରହଣ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପଠାଯାଇଥିବା ଫାଇଲ୍‌ରେ ଭଦୌରିଆଙ୍କ ନାମ ନ ଥିବାରୁ ଏହାକୁ ନେଇ ଆଇଏଏଫ୍‌ରେ ଚର୍ଚ୍ଚା ହେଉଛି। ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପକ୍ଷରୁ ‘ସୋର୍ଡ ଅଫ୍‌ ଅନର୍‌’ ସମ୍ମାନ ପାଇଥିବା ଭଦୌରିଆ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ବୋଲି କୁହାଯାଉଛି। ଫ୍ରାନ୍ସ ସହ ହୋଇଥିବା ରାଫାଲ ଚୁକ୍ତି କ୍ଷେତ୍ରରେ ଭଦୌରିଆ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ପିଏମ୍‌ଓ ପକ୍ଷରୁ ଚୟନ କରାଯାଇଥିବା ଆଲୋଚନା ହେଉଛି। ତେଜସ୍‌ ଭଳି ଯୁଦ୍ଧବିମାନ ଉଡ଼ାଇବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। କ୍ୟାଟ ‘ଏ’ ଫ୍ଲାୟିଂ ଇନ୍‌ଷ୍ଟ୍ରକ୍ଟର ମାନ୍ୟତାପ୍ରାପ୍ତ ଭଦୌରିଆଙ୍କଠାରୁ ପ୍ରଶିକ୍ଷଣ ପାଇଥିବା ବହୁ ପାଇଲଟ ଏବେ ଶୀର୍ଷକୁ ଯାଇପାରିଛନ୍ତି। ଦୁଇବର୍ଷ ଆଇଏଏଫ୍‌ ମୁଖ୍ୟ ଭାବେ ସେ ଦାୟିତ୍ୱ ତୁଲାଇବେ। ଭାରତୀୟ ସମ୍ବିଧାନରେ ଜମ୍ମୁ ଓ କଶ୍ମୀର ଲାଗି ଉଦ୍ଦିଷ୍ଟ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ଏଭଳି ସ୍ଥଳେ ଏୟାର ଚିଫ୍‌ ମାର୍ଶାଲଙ୍କ କମାଣ୍ଡ୍‌ ସର୍ବଦା ଗୁରୁତ୍ୱ ବହନ କରିବ।
ଉତ୍ତରପ୍ରଦେଶ ଆଗ୍ରା ନିକଟସ୍ଥ କୋରାଥ୍‌ଠାରେ ଭଦୌରିଆ ଜନ୍ମ ଗ୍ରହଣ କରିଥିଲେ। ପୁଣେସ୍ଥିତ ଏନ୍‌ଡିଏରୁ ଡିଗ୍ରୀ ଅର୍ଜନ କରିବା ପରେ କମାଣ୍ଡ୍‌ ଆଣ୍ଡ୍‌ ଷ୍ଟାଫ୍‌ କଲେଜରୁ ମାଷ୍ଟର ଇନ୍‌ ଡିଫେନ୍ସ ଷ୍ଟଡିଜ୍‌ରେ ସ୍ନାତକୋତ୍ତର କରିଥିଲେ। ୧୫ ଜୁନ୍‌ ୧୯୮୦ରେ ସେ ଆଇଏଏଫ୍‌ରେ ଯୋଗ ଦେଇଥିଲେ। ୪,୨୫୦ ଘଣ୍ଟା ବିମାନ ଉଡ଼ାଇ ସେ ଦକ୍ଷତାର ପ୍ରମାଣ ଦେଇଛନ୍ତି। ବୃତ୍ତିଗତ ଜୀବନରେ ସେ ପରିଚାଳନା ଓ ପ୍ରଶାସନିକ କ୍ଷେତ୍ରରେ ବହୁ ମର୍ଯ୍ୟାଦାପୂର୍ଣ୍ଣ ଦାୟିତ୍ୱରେ ରହିଆସିଛନ୍ତି। ଜାଗୁଆର ସ୍କ୍ବାଡ୍ରନ ଭାବେ ସାଉଥ୍‌-ଓ୍ବେଷ୍ଟ ସେକ୍ଟରର କମାଣ୍ଡର, ଏୟାରକ୍ରାଫ୍ଟ ଆଣ୍ଡ୍‌ ସିଷ୍ଟମ୍‌ ଟେଷ୍ଟିଂ ଏଷ୍ଟାବ୍ଲିଶମେଣ୍ଟର କମାଣ୍ଡିଂ ଅଫିସର, ନ୍ୟାଶନାଲ ଫ୍ଲାଇଟ୍‌ ଟେଷ୍ଟିଂ ସେଣ୍ଟରର ତେଜସ୍‌ ଏଲ୍‌ସିଏ ପ୍ରୋଜେକ୍ଟର ଚିଫ୍‌ ଟେଷ୍ଟ ପାଇଲଟଠାରୁ ଆରମ୍ଭ କରି ଡେପୁଟି ଚିଫ୍‌ ଅଫ୍‌ ଏୟାରଷ୍ଟାଫ୍‌ ରହିଆସିଛନ୍ତି।
କାର୍ଯ୍ୟ ପ୍ରତି ନିଷ୍ଠା ଆଜି ତାଙ୍କୁ ବାୟୁସେନାର ସର୍ବୋଚ୍ଚ ସ୍ଥାନରେ ବସାଇପାରିଛି। ଦୀର୍ଘ ୩୬ ବର୍ଷର କର୍ମମୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ସେ ଜାନୁୟାରୀ ୨୦୦୨ରେ ବାୟୁସେନା ମେଡାଲ, ଜାନୁୟାରୀ ୨୦୧୩ରେ ଅତି ବିଶିଷ୍ଟ ସେବା ମେଡାଲ, ଜାନୁୟାରୀ ୨୦୧୮ରେ ପରମ ବିଶିଷ୍ଟ ସେବା ମେଡାଲ ସହ ଜାନୁୟାରୀ ୨୦୧୯ରେ ରାଷ୍ଟ୍ରପତିଙ୍କ ଏଇଡି ଡି କାମ୍ପେ ଭଳି ସମ୍ମାନ ପାଇପାରିଛନ୍ତି। ଭଦୌରିଆଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ତ୍ରୀ ଆଶା ଓ ଦୁଇ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri