ବାୟୁସେନାର ଦିଗ ନିର୍ଣ୍ଣାୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତୀୟ ସଶସ୍ତ୍ର ବାହିନୀର ଆକାଶବଳ ହେଉଛି ଭାରତୀୟ ବାୟୁସେନା (ଆଇଏଏଫ୍‌)। ଦେଶର ବାୟୁ ସୀମାର ନିରାପତ୍ତା ରକ୍ଷାକରିବା ସହ ଯୁଦ୍ଧ ବେଳେ ଶତ୍ରୁପକ୍ଷକୁ ମୁକାବିଲା କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ସର୍ବଦା ଗୁରୁତ୍ୱ ରଖେ। ନିକଟରେ ଆଇଏଏଫ୍‌ର ୨୬ତମ ମୁଖ୍ୟ ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ରାକେଶ କୁମାର ସିଂ ଭଦୌରିଆ। ୩୦ ସେପ୍ଟେମ୍ବରରେ ଏୟାର ଚିଫ୍‌ ମାର୍ଶଲ ବୀରେନ୍ଦ୍ର ସିଂ ଧନଓ୍ବା ଅବସର ଗ୍ରହଣ କରିବା ପରେ ଭଦୌରିଆ ଦାୟିତ୍ୱ ଗ୍ରହଣ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପଠାଯାଇଥିବା ଫାଇଲ୍‌ରେ ଭଦୌରିଆଙ୍କ ନାମ ନ ଥିବାରୁ ଏହାକୁ ନେଇ ଆଇଏଏଫ୍‌ରେ ଚର୍ଚ୍ଚା ହେଉଛି। ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପକ୍ଷରୁ ‘ସୋର୍ଡ ଅଫ୍‌ ଅନର୍‌’ ସମ୍ମାନ ପାଇଥିବା ଭଦୌରିଆ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ବୋଲି କୁହାଯାଉଛି। ଫ୍ରାନ୍ସ ସହ ହୋଇଥିବା ରାଫାଲ ଚୁକ୍ତି କ୍ଷେତ୍ରରେ ଭଦୌରିଆ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ପିଏମ୍‌ଓ ପକ୍ଷରୁ ଚୟନ କରାଯାଇଥିବା ଆଲୋଚନା ହେଉଛି। ତେଜସ୍‌ ଭଳି ଯୁଦ୍ଧବିମାନ ଉଡ଼ାଇବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। କ୍ୟାଟ ‘ଏ’ ଫ୍ଲାୟିଂ ଇନ୍‌ଷ୍ଟ୍ରକ୍ଟର ମାନ୍ୟତାପ୍ରାପ୍ତ ଭଦୌରିଆଙ୍କଠାରୁ ପ୍ରଶିକ୍ଷଣ ପାଇଥିବା ବହୁ ପାଇଲଟ ଏବେ ଶୀର୍ଷକୁ ଯାଇପାରିଛନ୍ତି। ଦୁଇବର୍ଷ ଆଇଏଏଫ୍‌ ମୁଖ୍ୟ ଭାବେ ସେ ଦାୟିତ୍ୱ ତୁଲାଇବେ। ଭାରତୀୟ ସମ୍ବିଧାନରେ ଜମ୍ମୁ ଓ କଶ୍ମୀର ଲାଗି ଉଦ୍ଦିଷ୍ଟ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ଏଭଳି ସ୍ଥଳେ ଏୟାର ଚିଫ୍‌ ମାର୍ଶାଲଙ୍କ କମାଣ୍ଡ୍‌ ସର୍ବଦା ଗୁରୁତ୍ୱ ବହନ କରିବ।
ଉତ୍ତରପ୍ରଦେଶ ଆଗ୍ରା ନିକଟସ୍ଥ କୋରାଥ୍‌ଠାରେ ଭଦୌରିଆ ଜନ୍ମ ଗ୍ରହଣ କରିଥିଲେ। ପୁଣେସ୍ଥିତ ଏନ୍‌ଡିଏରୁ ଡିଗ୍ରୀ ଅର୍ଜନ କରିବା ପରେ କମାଣ୍ଡ୍‌ ଆଣ୍ଡ୍‌ ଷ୍ଟାଫ୍‌ କଲେଜରୁ ମାଷ୍ଟର ଇନ୍‌ ଡିଫେନ୍ସ ଷ୍ଟଡିଜ୍‌ରେ ସ୍ନାତକୋତ୍ତର କରିଥିଲେ। ୧୫ ଜୁନ୍‌ ୧୯୮୦ରେ ସେ ଆଇଏଏଫ୍‌ରେ ଯୋଗ ଦେଇଥିଲେ। ୪,୨୫୦ ଘଣ୍ଟା ବିମାନ ଉଡ଼ାଇ ସେ ଦକ୍ଷତାର ପ୍ରମାଣ ଦେଇଛନ୍ତି। ବୃତ୍ତିଗତ ଜୀବନରେ ସେ ପରିଚାଳନା ଓ ପ୍ରଶାସନିକ କ୍ଷେତ୍ରରେ ବହୁ ମର୍ଯ୍ୟାଦାପୂର୍ଣ୍ଣ ଦାୟିତ୍ୱରେ ରହିଆସିଛନ୍ତି। ଜାଗୁଆର ସ୍କ୍ବାଡ୍ରନ ଭାବେ ସାଉଥ୍‌-ଓ୍ବେଷ୍ଟ ସେକ୍ଟରର କମାଣ୍ଡର, ଏୟାରକ୍ରାଫ୍ଟ ଆଣ୍ଡ୍‌ ସିଷ୍ଟମ୍‌ ଟେଷ୍ଟିଂ ଏଷ୍ଟାବ୍ଲିଶମେଣ୍ଟର କମାଣ୍ଡିଂ ଅଫିସର, ନ୍ୟାଶନାଲ ଫ୍ଲାଇଟ୍‌ ଟେଷ୍ଟିଂ ସେଣ୍ଟରର ତେଜସ୍‌ ଏଲ୍‌ସିଏ ପ୍ରୋଜେକ୍ଟର ଚିଫ୍‌ ଟେଷ୍ଟ ପାଇଲଟଠାରୁ ଆରମ୍ଭ କରି ଡେପୁଟି ଚିଫ୍‌ ଅଫ୍‌ ଏୟାରଷ୍ଟାଫ୍‌ ରହିଆସିଛନ୍ତି।
କାର୍ଯ୍ୟ ପ୍ରତି ନିଷ୍ଠା ଆଜି ତାଙ୍କୁ ବାୟୁସେନାର ସର୍ବୋଚ୍ଚ ସ୍ଥାନରେ ବସାଇପାରିଛି। ଦୀର୍ଘ ୩୬ ବର୍ଷର କର୍ମମୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ସେ ଜାନୁୟାରୀ ୨୦୦୨ରେ ବାୟୁସେନା ମେଡାଲ, ଜାନୁୟାରୀ ୨୦୧୩ରେ ଅତି ବିଶିଷ୍ଟ ସେବା ମେଡାଲ, ଜାନୁୟାରୀ ୨୦୧୮ରେ ପରମ ବିଶିଷ୍ଟ ସେବା ମେଡାଲ ସହ ଜାନୁୟାରୀ ୨୦୧୯ରେ ରାଷ୍ଟ୍ରପତିଙ୍କ ଏଇଡି ଡି କାମ୍ପେ ଭଳି ସମ୍ମାନ ପାଇପାରିଛନ୍ତି। ଭଦୌରିଆଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ତ୍ରୀ ଆଶା ଓ ଦୁଇ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri