ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍‌ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ ହୋଇଥାଏ। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ପାଇଁ ଅସ୍ଥାୟୀ ଭାବେ ଟ୍ରାଫିକ କଟକଣା ଜାରି କରାଯାଇଛି। ଯାତ୍ରା ପଡ଼ିଆ ନିକଟ ୧୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳଗୁଡ଼ିକ ହେଉଛି ଭୁଆଶୁଣି ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ମୁଣ୍ଡାସାହି ପଡ଼ିଆ, ମୁଣ୍ଡାସାହି ପଶ୍ଚିମ ପଟ ପଡ଼ିଆ, ମୁଣ୍ଡାସାହି ଉତରପଟ ପଡ଼ିଆ, ଗୋରାକବର ପଡ଼ିଆ, ବୋଷ୍‌ ଇଞ୍ଜିନିୟରିଂ ପଡ଼ିଆ, କାର୍ତ୍ତିକେଶ୍ୱର ଗଡ଼ା ବାମ ଓ ପଶ୍ଚିମ ପଟ ପଡ଼ିଆ। ବାଲିଯାତ୍ରା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ବଳବତ୍ତର ରହିବ।
ଟ୍ରାଫିକ କଟକଣା ଅନୁଯାୟୀ, ମହାନଦୀ ରିଂରୋଡରେ ମାତାମଠ ଆଡୁ ଆସୁଥିବା ଯାନବାହନ ରିଂରୋଡରେ ଆସି ନୂଆ ଡିସିପି ଅଫିସ ପୂର୍ବରୁ ଥିବା ଗଡାରେ ଗଡି ବାଲିଯାତ୍ରା ପଡିଆ ଷ୍ଟାଣ୍ଡକୁ ଯାଇପାରିବେ। ଲୋକମାନେ ବାଲିଯାତ୍ରା ବୁଲିସାରିବା ପରେ ଏହି ଷ୍ଟାଣ୍ଡରୁ ବାହାରି ମୁଣ୍ଡାସାହି କଡ ରାସ୍ତା ଦେଇ ରିଂରୋଡ ବାହାରି କେବଳ ମାତାମଠ ଆଡକୁ ହିଁ ଯାଇପାରିବେ। ବକ୍ସିବଜାର ରିଜର୍ଭ ଲାଇନ ପାଖରୁ ତିନି ଓ ଚାରି ଚକିଆ ଗାଡି ଓପିଏ ଛକ ଆଡକୁ ଆସିପାରିବ ନାହିଁ। ଏହି ଗାଡି ନାରୀ ସେବା ସଦନ ଛକ ଦେଇ ଦୟାଶ୍ରମଠାରେ ହୋଇଥିବା ପାର୍କିଂ ସ୍ଥାନରେ ରହିବ। ନୂତନ ଭାବେ ନିର୍ମିତ ହୋଇଥିବା ମହାନଦୀ ସେତୁ ଆଡୁ ଆସୁଥିବା ତିନି ଓ ଚାରି ଚକିଆ ଗାଡି ଭୁଆଶୁଣି ପଡ଼ିଆରେ ରହିବ। ସେଠାରୁ ଲୋକମାନେ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ଆନନ୍ଦଭବନ ଛକଠାରୁ କୌଣସି ଯାନବାହନ ଜିଲା ଫୋର୍ଟ ଆଡ଼କୁ ଯାଇପାରିବ ନାହିଁ। ସତୀଉଚରା ଛକ ଓ ନେତାଜୀ ସେତୁ ଆଡୁ ଆସୁଥିବା ୩/୪ ଚକିଆ ଗାଡି ଭୁଆଶୁଣି ପଡ଼ିଆରେ ପାର୍କିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାଇରେକ୍ଟର ଅଫ ଇଣ୍ଡଷ୍ଟ୍ରିଜ ଛକଠାରୁ କୌଣସି ଯାନବାହନ କିଲ୍‌ଖାନା ରାସ୍ତା ଦେଇ ସିଧା ଷ୍ଟାଡିୟମ ଆଡକୁ ଯାଇପାରିବନାହିଁ। ଏଥିସହିତ ବାଲିଯାତ୍ରା ପାଇଁ ପାସ୍‌ ଦିଆଯାଇଥିବା ଗାଡିଗୁଡ଼ିକ ଅପରାହ୍ନ ୩ଟା ପରେ ବାଲିଯାତ୍ରା ପଡ଼ିଆ ଭିତରକୁ ଯାଇପାରିବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri