ବାଲିଆପାଳରେ ଆଦର୍ଶ ବିଦ୍ୟାଳୟ: ହୋଇନି ଜମି ହସ୍ତାନ୍ତର; ୩ ବର୍ଷ ହେଲା ଆରମ୍ଭ ହୋଇପାରୁନି କାମ

ବାଲିଆପାଳ, ୧୩।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ରାଜ୍ୟ ସରକାର ଆଦର୍ଶ ଇଂରାଜୀ ବିଦ୍ୟାଳୟ ସ୍ଥାପନ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ଅର୍ଥ ମଞ୍ଜୁର ହୋଇ ଆର୍‌ଡି ପକ୍ଷରୁ ଟେଣ୍ଡର ଡକାଯାଇ ଠିକାଦାର ନିଯୁକ୍ତି କରାଯାଇଛି। ମାତ୍ର ଇତିମଧ୍ୟରେ ୩ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଚିହ୍ନଟ କରିଥିବା ଜମି ହସ୍ତାନ୍ତର ହୋଇପାରୁ ନ ଥିବାରୁ ଆର୍‌ଡି ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଶା କରିଥିବା ମେଧାବୀ ଛାତ୍ରୀଛାତ୍ରମାନେ ନିରାଶ ହୋଇଛନ୍ତି।
ବ୍ଲକର ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମରେ ଥିବା ୧୦ ଏକର ବିଶିଷ୍ଟ ଏକ ଜାଗାକୁ ବାଲିଆପାଳ ତହସିଲଦାର ଚିହ୍ନଟ କରି ଜଣାଇଥିଲେ। ପ୍ରଥମେ ଟାଟା ଟ୍ରଷ୍ଟ ୨୦୧୮ରେ କାର୍ଯ୍ୟ କରିବାକୁ ଆସିଥିବା ବେଳେ ଗ୍ରାମର କେତେକ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ଟାଟା ଟ୍ରଷ୍ଟ କାର୍ଯ୍ୟ ନ କରି ପଳାଇ ଯାଇଥିଲା। ପରେ ଏହି କାର୍ଯ୍ୟ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଆରଡ଼ି ବିଭାଗ ଟେଣ୍ଡର କରି ଠିକାଦାର ନିଯୁକ୍ତି କରିଛନ୍ତି। ଆରଡ଼ି ବିଭାଗ ଏବଂ ଠିକାଦାର ସେଠାରେ କାର୍ଯ୍ୟ କରିବାକୁ ଆସିବାରୁ ସେହି ପଞ୍ଚାୟତର ସମିତିସଦସ୍ୟ ଏବଂ ତାଙ୍କର ସମର୍ଥକମାନେ ଚିହ୍ନଟ କରିଥିବା ସ୍ଥାନରେ ତାଙ୍କର ପୂର୍ବରୁ ଘର ରହିଥିବାରୁ ସେମାନେ ଉଚ୍ଛେଦ ହେବା ଭୟରେ ହାଇକୋର୍ଟରେ ମାମଲା ରୁଜୁ କରି କାର୍ଯ୍ୟରେ ରୋକ ଲଗାଇଛନ୍ତି। ପରେ ସରକାର ଏହି ଆଦର୍ଶ ବିଦ୍ୟାଳୟ ପାଇଁ ଜାଗା ୧୦ ଏକରରୁ ୫ ଏକରକୁ କମାଇ ଦେଇଛନ୍ତି। ତେବେ କୋର୍ଟରେ ମାମଲା ରହିଥିବା ଜାଗାକୁ ବାଦ୍‌ ଦେଇ ମଧ୍ୟ ସେହି ଗ୍ରାମରେ ୫ ଏକର ଜାଗା ରହିଥିବାରୁ ସେହି ଜାଗାକୁ ବିଦ୍ୟାଳୟକୁ ହସ୍ତାନ୍ତର କଲେ କାର୍ଯ୍ୟ ସୁରୁଖୁରରେ ହୋଇପାରିବ। ମାତ୍ର ସ୍ଥାନୀୟ ଲୋକପ୍ରତିନିଧି ଏବଂ ପ୍ରଶାସନ ଦୀର୍ଘଦିନ ହେଲା ସ୍ଥାଣୁ ହୋଇ ବସି ରହିଥିବା ବେଳେ ଗତ ଅକ୍ଟୋବରରେ ବାଲିଆପାଳ ବ୍ଲକରେ ଅନୁଷ୍ଠିତ ମିଳିତ ଜନଶୁଣାଣିରେ ବାଲିଆପାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସଭାପତି ନାରାୟଣ ପ୍ରସାଦ ସାହୁ ତୁରନ୍ତ ଜମି ହସ୍ତାନ୍ତର କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଏହା ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ବିଦ୍ୟାଳୟ ପାଇଁ ଆବଶ୍ୟକ ଜାଗା ପ୍ରଦାନ କରିବାରେ ବିଫଳ ହୋଇଛି। ଫଳରେ ଅର୍ଥ ଥାଇ ମଧ୍ୟ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର ନ ହେଲେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବ ବୋଲି ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ, ଡାକ୍ତର ବଙ୍କିମ ଜେନା ଓ ସନ୍ନ୍ୟାସୀ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବାଲିଆପାଳ ବିଇଓ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳୟ ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ଜମି ହସ୍ତାନ୍ତର ପାଇଁ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି, ଅନୁମୋଦନ ପରେ ଆର୍‌ଡି ପକ୍ଷରୁ ନିର୍ମାଣ କାଯର୍‌ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri