‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ସମାନ ଧରଣର କାହାଣୀକୁ ନେଇ ‘ଉଜଡା ଚମନ୍‌’ ସହ ବିବାଦ ଘେରକୁ ଆସିଥିଲା। ଏପରିକି ଏହା ‘ବାଲା’ ପୂର୍ବରୁ ରିଲିଜ ହୋଇଥିଲା। ଏଥିଯୋଗୁ ଫିଲ୍ମର ରୋଜଗାର ଉପରେ ପ୍ରଭାବ ପଡ଼ିପାରେ ଅଥବା ନିର୍ମାତାଙ୍କୁ ସମାଲୋଚିତ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏସବୁକୁ ଭୁଲ ସାବ୍ୟସ୍ତ କରିଛି ‘ବାଲା’ର ରୋଜଗାର। ମାତ୍ର ଚାରି ଦିନରେ ଫିଲ୍ମ ପଚାଶ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ରେକର୍ଡ କରିବ ବୋଲି କୁହାଯାଉଛି। ଫିଲ୍ମର କାହାଣୀ ସମସ୍ତଙ୍କ ମନ କିଣୁଛି। ଏସବୁମଧ୍ୟରେ ଆୟୁଷ୍ମାନଙ୍କ ପୁଅ ବିରାଜବୀର ପେନ୍‌ସିଲରେ ଫିଲ୍ମର ପୋଷ୍ଟରରେ ଥିବା ବାପାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ସ୍ତ୍ରୀ ତାହିରା ନିଜର ଇନ୍‌ଷ୍ଟା ଷ୍ଟୋରୀରେ ଏହାର ଏକ ଫଟୋ ଶେୟାର କରିବା ସହ ଆୟୁଷ୍ମାନ ତୁମକୁ ବମ୍ବେରେ ବେଶି ସମୟ ରହିବା ଦରକାର। ବିରାଜ୍‌ ତୁମ ପାଇଁ କିଛି ଖାସ କରିଛି ଦେଖ ବୋଲି ଲେଖିଛନ୍ତି।

ପୂର୍ବରୁ ଆୟୁଷ୍ମାନଙ୍କ ‘ଡ୍ରିମ୍‌ଗର୍ଲ, ଅନ୍ଧାଧୁନ୍‌, ବଧାଇ ହୋ, ଶୁଭ ମଙ୍ଗଲ ସାବଧାନ୍‌, ବରେଲି କି ବର୍ଫି ଆଦି ଭଲ ରୋଜଗାର କରିଥିଲା। ସେହିଭଳି ‘ବାଲା’ ପାଞ୍ଚ ଦିନରେ ୬୧.୭୩ କୋଟି ରୋଜଗାର କରିଛି। ଫିଲ୍ମଟି ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଦ୍ୱିତୀୟ ଫିଲ୍ମ। ଏଥିସହ ଏହା ସାଉଦିଆରବରେ ରିଲିଜ ହେବାକୁ ଯାଉଥିବା ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?