Posted inଜାତୀୟ

ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଜନା

ନୂଆଦିଲ୍ଲୀ,୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ପାକିସ୍ତାନ ପରେ ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରାଯାଇଥିଲା। ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦ୍ୱାରା ରଚିତ ପୁସ୍ତକରେ ଏନେଇ ସୂଚନା ଦିଆଯାଇଛି। ୨୦୦୧ ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଉପରେ ହୋଇଥିବା ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ଆକ୍ରମଣ ପରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିଲାଗି ଗ୍ବାଲିୟର ସ୍ଥିତ ସାମରିକ ଘାଟିରେ ମିରାଜ୍‌-୨୦୦୦ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରଖାଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ଆକ୍ରମଣକୁ ରଦ୍ଦ କରି ଦିଆଯାଇଥିଲା। ସେହିପରି ‘ଅପରେଶନ୍‌ ପରାକ୍ରମ’ କୌଣସି ନିଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ହୋଇ ନ ଥିଲା। ଫଳରେ ସୀମାରେ ମୁତୟନ ଥିବା ୭୯୮ ଯବାନ ଶହୀଦ୍‌ ହୋଇଥିବା ‘ ପ୍ରାଇମ୍‌ ମିନିଷ୍ଟର ଟୁ ରିମେମ୍ବର’ ପୁସ୍ତକରେ ସୁଶୀଲ କୁମାର ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…

ବାଦ୍‌ ପଡ଼ିବ ନାହିଁ କୌଣସି ଘର: ଜନଗଣନା ସର୍ଭେ ଆରମ୍ଭ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବହୁ ପ୍ରତୀକ୍ଷିତ ଭାରତୀୟ ଜନ ଗଣନା ସର୍ଭେ ୨୦/୨୬-୨୭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତି ଘର ଜନଗଣନା ସର୍ଭେରେ ସାମିଲ ହେବେ। ସର୍ଭେ ସମ୍ପର୍କରେ…

ପରବର୍ତ୍ତୀ ଟାର୍ଗେଟକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଲେ ୭୦ ବର୍ଷ ଧରି ଅପେକ୍ଷା କରିଛନ୍ତି ଲୋକେ

ଓ୍ବାଶିଂଟନ୍‌,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ନୁହେଁ। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କର ପରବର୍ତ୍ତୀ…

ଶିକ୍ଷା ବିଭାଗରେ ଅନିୟମିତତା: ସନ୍ଦେହ ଘେରରେ ଜିଲା ପ୍ରଶାସନ

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ଶିକ୍ଷା ବିଭାଗରେ ଅନିୟମିତତା କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡେପୁଟେଶନ କରାଯାଇଥିବା ଜଣାପଡ଼ିବା ପରେ ୪୮ଜଣଙ୍କ ଡେପୁଟେଶନ ବାତିଲ କରାଯାଇଛି। ସେମାନଙ୍କୁ ମୂଳ…

ଜର୍ମାନ ମେଡଲଙ୍କୁ ‘ଲାଇକ୍‌’ କରି ଫସିଲେ ବିରାଟ କୋହଲି: ଜାଣନ୍ତୁ କିଏ ସେହି…

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଦକ୍ଷ ଖେଳାଳି ବିରାଟ କୋହଲି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି। ସମ୍ପ୍ରତି ସେ 2026 IPL ସିଜିନ…

ପୁତୁରାର ଠେଙ୍ଗା ମାଡ଼ରେ ଖୁଡିଙ୍କ ଜୀବନ ଗଲା, ଜମି ବାଡ଼ି ବିବାଦକୁ ନେଇ…

ପାଟଣା,୧୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରୁଢ଼ିଆପଡା ଖଡିବେଡା ସାହିରେ ଶୁକ୍ରବାର ଖୁଡିକୁ ଠେଙ୍ଗାରେ ପିଟିପିଟି ପୁତୁରା ହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ…

ବୀରମହାରାଜପୁରରେ ଗୁଳିକାଣ୍ଡ, ଯୁବକ ମୃତ: କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ…

ସୋନପୁର,୧୮l୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିଯୋଗୁ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ରବି ମହାରଣାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri