ବାଘ ଚମଡ଼ା ଜବତ ଘଟଣା : ତନ୍ତ୍ର ସାଧନାରେ ବ୍ୟବହୃତ ହେଉଥିଲା

ପରଜଙ୍ଗ, ୨୬।୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଲେଇ ଗ୍ରାମ ତାଳେଶ୍ୱର ଶିବମନ୍ଦିରରୁ ଜବତ କଲରାପତରିଆ ବାଘ ଚମଡ଼ା ତନ୍ତ୍ରସାଧନାରେ ବ୍ୟବହୃତ ହେଉଥିଲା। ଏଥିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ କାମ କରୁଛି, ଯାହାର ଚେର ଜିଲା ବାହାରକୁ ଲମ୍ବିଛି। ଚମଡ଼ା ସହ ଧରାପଡ଼ିଥିବା ପୀଠର ବାବାଙ୍କ ସମେତ ୨ ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଏପରି ସତ୍ୟ ପଦାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର ଥିବାବେଳେ ତାଙ୍କୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ସ୍ପେଶିଆଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)।
ସୂଚନାଯୋଗ୍ୟ, ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ କୁଲେଇସ୍ଥିତ ତାଳେଶ୍ୱର ଶୈବପୀଠରୁ ଗୁରୁବାର ବନ ବିଭାଗ ଏକ କଲରାପତିରିଆ ବାଘ ଚମଡ଼ା ଜବତ କରିଥିଲା। ଗଡ଼ପଳାଶୁଣୀ ପଞ୍ଚାୟତ ହନୁମାନପଡ଼ା ଗ୍ରାମର ବାବା ପ୍ରୀତିରଞ୍ଜନ ଲେଙ୍କା ବାଘ ଚମଡ଼ା ଉପରେ ବସି ପୂଜାର୍ଚ୍ଚନା କରୁଥିବାବେଳେ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ଜଣେ ମହିଳା ଏହାଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ବିଶ୍ୱନାଥ ସୋରେନ୍‌ ପହଞ୍ଚତ୍ ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ ପୀତିରଞ୍ଜନଙ୍କୁ ଅଟକ ରଖିଥିଲେ। ତାଙ୍କୁ ଡିଏଫ୍‌ଓଙ୍କ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚୁରା ପରେ ସେ ସବୁସତ ମାନିଯାଇଥିଲେ। କେନ୍ଦୁଝର ଜିଲା କାନପୁର ଗ୍ରାମର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଜୟକୃଷ୍ଣ ରାଉତଙ୍କଠାରୁ ୫ଲକ୍ଷ ଟଙ୍କାରେ ଉକ୍ତ ବାଘ ଚମଡ଼ାକୁ ପ୍ରୀତିରଞ୍ଜନ କିଣିଥିଲେ। ଏହାକୁ ତନ୍ତ୍ର ସାଧନାରେ ବ୍ୟବହାର କରୁଥିଲେ। ବିବାହ ପାଇଁ ଅମଙ୍ଗ ହେଉଥିବା ଯୁବତୀଙ୍କୁ ମନାଇବା ପାଇଁ ଅନେକ ଯୁବକ ତାଙ୍କ ପାଖକୁ ଆସିଛନ୍ତି। ସାଧନା ବଳରେ ସେମାନେ ଉପକୃତ ହୋଇଛନ୍ତି। ବାଘ ଚମଡ଼ା ଯୋଗୁ ଏହା ସମ୍ଭବପର ହୋଇପାରିଥିବା ପ୍ରୀତିରଞ୍ଜନ ଦୃଢ଼ତାର ସହ କହିଥିଲେ। ତାଙ୍କଠାରୁ ଏପରି ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀ ଜୟକୃଷ୍ଣଙ୍କ ଗ୍ରାମରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ଜୟକୃଷ୍ଣ ଉକ୍ତ ବାଘ ଚମଡ଼ା କେତେଜଣ ଶିକାରୀଙ୍କ ଠାରୁ କିଣିଥିବା ସ୍ବୀକାର କରିଛନ୍ତି।
ଏ ନେଇ ରେଞ୍ଜର କୁହନ୍ତି, ପ୍ରୀତିରଞ୍ଜନଙ୍କ ପୈତୃକ ଘର ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ। ଶନିବାର ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଏକ ମାମଲା (ଓଆର୍‌ ୫ ଏମ୍‌ ୧୯/୨୦) ରୁଜୁ କରାଯାଇଛି। ବାଘ ଚମଡ଼ା କେଉଁଠାରୁ ଆସିଲା, ତାହାର ତଦନ୍ତ ସ୍ପେଶିଆଲ ଟାସ୍କ ଫୋର୍ସର ଏକ ଟିମ୍‌ କରୁଛି। ଖୁବ୍‌ଶୀଘ୍ର ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri