ବାଘୁଆ ଜଳ ଭଣ୍ଡାର: ଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି

ବୁଗୁଡ଼ା,୨୫ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ବାଘୁଆ ଜଳ ଭଣ୍ଡାରରୁ ନଦୀରେ ଜଳ ନିଷ୍କାସନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଜଳ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ବାଘୁଆ ଜଳସେଚନ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଏହି ସତର୍କ ସୂଚନା ଡେଙ୍ଗୁରା ମାଧ୍ୟମରେ ନଈକୂଳିଆ ବାସୀଙ୍କୁ ଜଣାଇଛନ୍ତି। ତାକରଡ଼ା, ଭଗବାନପୁର, ବି.କରଡ଼ାବାଡ଼ି, ବିରଞ୍ଚତ୍ପୁର, ଗୋଲିଆ ଓ ଭାମଶିଆଳି ପଞ୍ଚାୟତବାସୀଙ୍କୁ ନଦୀରେ ଜଳ ନିଷ୍କାସନ ନିମନ୍ତେ ନିଜେ ସତର୍କ ରହିବା ସହ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ନଦୀ ଭିତରକୁ ନ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଏହାର ନ କଲ ଜଳସେଚନ ବିଭାଗର ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବା ସହ ସ୍ଥାନୀୟ ବିଭିନ୍ନ ପ୍ରଶାସନକୁ ମଧ୍ୟ ଦିଆଯାଇଛି ବୋଲି ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ କହିଛନ୍ତି। ବାଘୁଆ ଜଳଭଣ୍ଡାରର ଜଳଧାରଣା କ୍ଷମତା ୩୧୦୦ ହେକ୍ଟର ମିଟର ଥିବା ବେଳେ ବୁଧବାର ଅପରାହ୍ନ ୪ଟା ସୁଦ୍ଧା ୨୭୨୬ ହେକ୍ଟର ମିଟରେ ପହଞ୍ଚତ୍ଛି । ଅନ୍ୟପଟେ ଜଳଭଣ୍ଡାରର ଉଚ୍ଚତା ସ୍ତର ୧୧୩.୮୫ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୧୩.୪୦ ମିଟର ଉଚ୍ଚତାରେ ପହଞ୍ଚତ୍ ବିପଦ ସଙ୍କଟ ନିକଟତର ହୋଇଛି। ତେଣୁ ନିରାପତ୍ତା ଓ ସୁରକ୍ଷା ଦୃଷ୍ଟିରୁ କେଉଁ ସମୟରେ ଗେଟ ଦେଇ ଜଳ ନଦୀରେ ଛଡ଼ାଯିବ ତାହା ପ୍ରଶାସନ ନଜର ରଖିଛି । ବର୍ତ୍ତମାନ ଜଳ ଭଣ୍ଡାରକୁ ୧ ସେକେଣ୍ଡରେ ୪୦ ଘନ ମିଟର ଜଳ ପ୍ରବେଶ ହେଉଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri