Posted inଜାତୀୟ

ବସ୍‌ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ ଉପରେ ଓ ଝରକାରେ ଚଢି ସ୍ଲୋଗନ୍‌ ଦେଉଥିଲେ। ହେଲେ ଏତିକି ବେଳେ ଏକ ଚଳନ୍ତା ବସରୁ ପ୍ରାୟ ୨୪ ଜଣ ପିଲା ସିଧା ରାସ୍ତା ଉପରେ ଗଳି ପଡିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, କଲେଜ ଛାତ୍ରମାନେ ବସ୍‌ ଭିତରେ ଭର୍ତ୍ତି ହୋଇଯିବା ପରେ ଡ୍ରାଇଭର ଓ କଣ୍ଡକଟରଙ୍କ ବାରଣ ସତ୍ୱେ କେତେଜଣ ପିଲା ବସ୍‌ ଛାତ ଉପରେ ଚଢିଯାଇଥିଲେ। ଆଉ କେତେଜଣ ଛାତ୍ର ସ୍ଲୋଗାନ ଦେଇ ବସ୍‌ ଆଗରେ ବାଇକ୍‌ରେ ଯୋଉଥିଲେ। ଅଧାରାସ୍ତାରେ ହଠାତ୍‌ ବାଇକରେ ଯାଇଥିବା ଜଣେ ଛାତ୍ର ବେକ୍‌ ମାରିବାରୁ ବସ୍‌ ଡ୍ରାଇଭର ମଧ୍ୟ ବ୍ରେକ୍‌ ଲଗାଇ ଦେଇଥିଲେ। ଆଉ ଏହି ସମୟରେ ପିଲାମାନେ ନିଜକୁ କଣ୍ଟ୍ରୋଲ ନ କରିପାରି ସିଧା ରାସ୍ତା ଉପରେ ଖସି ପଡିଥିଲେ। ଏଭଳି ବିପଦପୂର୍ଣ୍ଣ ଯାତ୍ରା ପାଇଁ ପୋଲିସ ପାଖାପାଖି ୨୦ ଜଣ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଅନେକ ଛାତ୍ର ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

ବଙ୍ଗରେ ଚହଳ! ଟିଏମସିରେ ଫାଟ ଭିତରେ ବଡ଼ କଥା କହିଦେଲେ ମମତା, ଅଭିଷେକ ବାନାର୍ଜୀ

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର ଏକ ବିଦ୍ରୋହ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ ଜଣାଇଛନ୍ତି । ଟିଏମସିକୁ ପୁନଃଗଠନ…

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା, ପ୍ରେମିକଙ୍କୁ କାବୁ କରି ଥାନାରେ ଜିମା ଦେଲେ ପ୍ରେମିକା

ତୁମୁଡିବନ୍ଧ,୧୫।୭(ଦୀପକ କୁମାର ପରାସେଠ): ପ୍ରେମର ମିଠା ପ୍ରତିଶ୍ରୁତି ଦେଇ ଶେଷରେ ଜୀବନ ସହ ଖେଳ। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର…

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri