ବଳାତ୍କାର ପ୍ରସଙ୍ଗରେ ଗୃହରେ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅଧୀନ ତିରୁନା ଗ୍ରାମପଞ୍ଚାୟତର ତେନ୍ତୋଇ ଗ୍ରାମର ଜଣେ ଅନୁସୂଚିତ ଜାତି(ଏସ୍‌ସି) ଝିଅର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ବିଧାନସଭାର ଶୂନ୍ୟକାଳରେ ହୋ ହଲ୍ଲା ଦେଖିବାକୁ ମିଳିଥିଲା। ନିକଟରେ ଇଂଲିଶ ଦୈନିକରେ ପ୍ରକାଶିତ ଏକ ଖବରକୁ ଆଧାରକରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମଧ୍ୟ ଦାବି କରିଥିଲେ। ଘଟଣାରୁ ଗୁରୁତ୍ୱ ଅନୁଭବ କରି ଭାଜପା ସଦସ୍ୟମାନେ ମଧ୍ୟ କଂଗ୍ରେସ ସହ ସ୍ବର ମିଳାଇଥିଲେ। ସମ୍ପୂର୍ଣ୍ଣ ପ୍ରଶ୍ନକାଳ ଏବଂ ଶୂନ୍ୟକାଳର କିଛି ସମୟ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ବାଚସ୍ପତି/ଉପବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରିଥିଲେ। ସେଥିପାଇଁ ୩ଟା ୪ ମିନିଟ୍‌ରୁ ୩ଟା ୩୪ ମିନିଟ୍‌ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ଏହା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଉପସ୍ଥାପନ କରିଥିବା ପ୍ରସଙ୍ଗ ଉପରେ ରାଜ୍ୟ ସରକାର ମଙ୍ଗଳବାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।
ନରସିଂହ କହିଥିଲେ ଯେ, ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସହ ଘଟୁଥିବା ଅପରାଧକୁ ନେଇ ରାଜନୀତୀକରଣ କରାଯାଉଛି । ହେଲେ ରାଜ୍ୟରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧ ସମ୍ପର୍କରେ ଗୃହରେ ତଥ୍ୟ ରଖାଯାଉଛି। ସେହିସବୁ ତଥ୍ୟ ଆଧାରରେ ହିଁ ଗୃହରେ ଆଲୋଚନା ହୋଇଥାଏ। ଏହାକୁ କ’ଣ ରାଜନୀତି ବୋଲି କହିବା କି ବୋଲି ନରସିଂହ ପ୍ରଶ୍ନ ଉଠାଇଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ତେନ୍ତୋଇ ଘଟଣା ପ୍ରକାଶିତ ସମ୍ପର୍କିତ ଖବରକୁ ପଢ଼ି ଗୃହକୁ ଜଣାଇଥିଲେ। ଏଥିସହିତ କହିଥିଲେ, ଯଦି ଏପରି କଥା ସତ ତେବେ ଶାସନରେ ରହିବାର କୌଣସି ନୈତିକ ଅଧିକାର ସରକାରଙ୍କର ନାହିଁ। ଯଦି ନୁହେଁ, ତେବେ ଖବର ଛାପିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ଏସ୍‌ସି ଝିଅକୁ ବଳାତ୍କାର କରିଥିବା ସମ୍ପୃକ୍ତ ବ୍ୟକ୍ତି(ଦୀପକ ବେଉରା, ପିତା-ଅକ୍ଷୟ ବେଉରା) ମଧ୍ୟ ସେହି ତେନ୍ତୋଇ ଅଞ୍ଚଳର । ସେ ଉକ୍ତ ଝିଅଟିକୁ ଏକପାଖିଆ ପ୍ରେମ କରୁଥିଲେ। ହେଲେ ଝିଅଟିର ଏଥିରେ ସମ୍ମତି ନ ଥିଲା। ଝିଅର ପରିବାର ଏହି ଘଟଣା ସମ୍ପର୍କରେ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏମିତି କି ଗାଁବାଲାଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ କୌଣସି ପ୍ରତିବାଦ କରି ନ ଥିଲେ। ଅକ୍ଷୟ ବେଉରାଙ୍କ ଉକ୍ତ ଅଞ୍ଚଳରେ ଏକ ମାଂସ ଦୋକାନ ରହିଛି। ଏହାକୁ ଲାଗି ତାଙ୍କ ଭାଇଙ୍କ ଏକ ମଦ ଦୋକାନ ମଧ୍ୟ ଉକ୍ତ ଅଞ୍ଚଳରେ ରହିଥିବା ନରସିଂହ ଉଲ୍ଲେଖ କରିଥିଲେ। ଅଭିଯୁକ୍ତ ଦୀପକ ଏବଂ ତାଙ୍କ ପରିବାର ପିଡିତାର ପରିବାରଙ୍କୁ ଧମକାଇବା ଏବଂ ମାରିଦେବାକୁ ଭୟ ଦେଖାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗ ସମ୍ପର୍କରେ କହୁଥିବା ବେଳେ ବାଚସ୍ପତି ଅମର ଶତପଥୀଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ନରସିଂହ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ବକ୍ତବ୍ୟ ସରି ନାହିଁ, ଏହି ପ୍ରସଙ୍ଗରେ ବାଚସ୍ପତି କୌଣସି ରୁଲିଂ ନ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାକ୍ରମରେ ବିରୋଧୀ ଉପନେତା ବିଷ୍ଣୁ ସେଠୀ ଆସନରୁ ଉଠି ନରସିଂହଙ୍କୁ ସମୟ ମିଳୁ ବୋଲି କହିଥିଲେ। ଏହା ପରେ ଉଭୟ କଂଗ୍ରେସ ଏବଂ ଭାଜପା ସଦସ୍ୟ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏମିତି କି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ପ୍ରଶ୍ନକାଳକୁ ଗଣମାଧ୍ୟମରେ ପ୍ରସାରଣ କରାଯିବାର ନିୟମ ରହିଛି। ହେଲେ କେଉଁ ନିୟମ ଆଧାରରେ ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାର ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ହ୍ବାଟ୍ସ ଆପ୍‌କୁ କିପରି ଆସିଲା ବୋଲି ପ୍ରଶ୍ନ କରିଥିଲେ। ଏହିପରି ଭାବେ ବାକ୍‌ବିତଣ୍ଡା ହୋ ହଲ୍ଲା ମଧ୍ୟ ଦେଇ ୧୨ଟା ୧୨ରୁ ୧୨ଟା ୩୨, ୧୨ଟା ୩୨ରୁ ୧୨ଟା ୪୨ ଏବଂ ୧୨ଟା ୪୨ରୁ ୧୨ଟା ୫୨ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା। ଏଥିପାଇଁ ସର୍ବଦଳୀୟ ସହମତି ମଧ୍ୟ ହୋଇ ପାରି ନ ଥିଲା। ଏହା ପରେ ମଧ୍ୟ ଗୃହ ସ୍ବାଭାବିକ ହୋଇ ନ ଥିଲା। ଏହି କୋଳାହଳ ମଧ୍ୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିବା ସହ ଗୃହୀତ କରିବା ନେଇ କହିଥିଲେ। ହେଲେ କୋଳାହଳ ଯୋଗୁ ଆଲୋଚନା ଆରମ୍ଭ ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri