ବଳାତ୍କାର ପ୍ରସଙ୍ଗରେ ଗୃହରେ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅଧୀନ ତିରୁନା ଗ୍ରାମପଞ୍ଚାୟତର ତେନ୍ତୋଇ ଗ୍ରାମର ଜଣେ ଅନୁସୂଚିତ ଜାତି(ଏସ୍‌ସି) ଝିଅର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ବିଧାନସଭାର ଶୂନ୍ୟକାଳରେ ହୋ ହଲ୍ଲା ଦେଖିବାକୁ ମିଳିଥିଲା। ନିକଟରେ ଇଂଲିଶ ଦୈନିକରେ ପ୍ରକାଶିତ ଏକ ଖବରକୁ ଆଧାରକରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମଧ୍ୟ ଦାବି କରିଥିଲେ। ଘଟଣାରୁ ଗୁରୁତ୍ୱ ଅନୁଭବ କରି ଭାଜପା ସଦସ୍ୟମାନେ ମଧ୍ୟ କଂଗ୍ରେସ ସହ ସ୍ବର ମିଳାଇଥିଲେ। ସମ୍ପୂର୍ଣ୍ଣ ପ୍ରଶ୍ନକାଳ ଏବଂ ଶୂନ୍ୟକାଳର କିଛି ସମୟ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ବାଚସ୍ପତି/ଉପବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରିଥିଲେ। ସେଥିପାଇଁ ୩ଟା ୪ ମିନିଟ୍‌ରୁ ୩ଟା ୩୪ ମିନିଟ୍‌ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ଏହା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଉପସ୍ଥାପନ କରିଥିବା ପ୍ରସଙ୍ଗ ଉପରେ ରାଜ୍ୟ ସରକାର ମଙ୍ଗଳବାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।
ନରସିଂହ କହିଥିଲେ ଯେ, ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସହ ଘଟୁଥିବା ଅପରାଧକୁ ନେଇ ରାଜନୀତୀକରଣ କରାଯାଉଛି । ହେଲେ ରାଜ୍ୟରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧ ସମ୍ପର୍କରେ ଗୃହରେ ତଥ୍ୟ ରଖାଯାଉଛି। ସେହିସବୁ ତଥ୍ୟ ଆଧାରରେ ହିଁ ଗୃହରେ ଆଲୋଚନା ହୋଇଥାଏ। ଏହାକୁ କ’ଣ ରାଜନୀତି ବୋଲି କହିବା କି ବୋଲି ନରସିଂହ ପ୍ରଶ୍ନ ଉଠାଇଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ତେନ୍ତୋଇ ଘଟଣା ପ୍ରକାଶିତ ସମ୍ପର୍କିତ ଖବରକୁ ପଢ଼ି ଗୃହକୁ ଜଣାଇଥିଲେ। ଏଥିସହିତ କହିଥିଲେ, ଯଦି ଏପରି କଥା ସତ ତେବେ ଶାସନରେ ରହିବାର କୌଣସି ନୈତିକ ଅଧିକାର ସରକାରଙ୍କର ନାହିଁ। ଯଦି ନୁହେଁ, ତେବେ ଖବର ଛାପିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ଏସ୍‌ସି ଝିଅକୁ ବଳାତ୍କାର କରିଥିବା ସମ୍ପୃକ୍ତ ବ୍ୟକ୍ତି(ଦୀପକ ବେଉରା, ପିତା-ଅକ୍ଷୟ ବେଉରା) ମଧ୍ୟ ସେହି ତେନ୍ତୋଇ ଅଞ୍ଚଳର । ସେ ଉକ୍ତ ଝିଅଟିକୁ ଏକପାଖିଆ ପ୍ରେମ କରୁଥିଲେ। ହେଲେ ଝିଅଟିର ଏଥିରେ ସମ୍ମତି ନ ଥିଲା। ଝିଅର ପରିବାର ଏହି ଘଟଣା ସମ୍ପର୍କରେ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏମିତି କି ଗାଁବାଲାଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ କୌଣସି ପ୍ରତିବାଦ କରି ନ ଥିଲେ। ଅକ୍ଷୟ ବେଉରାଙ୍କ ଉକ୍ତ ଅଞ୍ଚଳରେ ଏକ ମାଂସ ଦୋକାନ ରହିଛି। ଏହାକୁ ଲାଗି ତାଙ୍କ ଭାଇଙ୍କ ଏକ ମଦ ଦୋକାନ ମଧ୍ୟ ଉକ୍ତ ଅଞ୍ଚଳରେ ରହିଥିବା ନରସିଂହ ଉଲ୍ଲେଖ କରିଥିଲେ। ଅଭିଯୁକ୍ତ ଦୀପକ ଏବଂ ତାଙ୍କ ପରିବାର ପିଡିତାର ପରିବାରଙ୍କୁ ଧମକାଇବା ଏବଂ ମାରିଦେବାକୁ ଭୟ ଦେଖାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗ ସମ୍ପର୍କରେ କହୁଥିବା ବେଳେ ବାଚସ୍ପତି ଅମର ଶତପଥୀଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ନରସିଂହ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ବକ୍ତବ୍ୟ ସରି ନାହିଁ, ଏହି ପ୍ରସଙ୍ଗରେ ବାଚସ୍ପତି କୌଣସି ରୁଲିଂ ନ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାକ୍ରମରେ ବିରୋଧୀ ଉପନେତା ବିଷ୍ଣୁ ସେଠୀ ଆସନରୁ ଉଠି ନରସିଂହଙ୍କୁ ସମୟ ମିଳୁ ବୋଲି କହିଥିଲେ। ଏହା ପରେ ଉଭୟ କଂଗ୍ରେସ ଏବଂ ଭାଜପା ସଦସ୍ୟ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏମିତି କି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ପ୍ରଶ୍ନକାଳକୁ ଗଣମାଧ୍ୟମରେ ପ୍ରସାରଣ କରାଯିବାର ନିୟମ ରହିଛି। ହେଲେ କେଉଁ ନିୟମ ଆଧାରରେ ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାର ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ହ୍ବାଟ୍ସ ଆପ୍‌କୁ କିପରି ଆସିଲା ବୋଲି ପ୍ରଶ୍ନ କରିଥିଲେ। ଏହିପରି ଭାବେ ବାକ୍‌ବିତଣ୍ଡା ହୋ ହଲ୍ଲା ମଧ୍ୟ ଦେଇ ୧୨ଟା ୧୨ରୁ ୧୨ଟା ୩୨, ୧୨ଟା ୩୨ରୁ ୧୨ଟା ୪୨ ଏବଂ ୧୨ଟା ୪୨ରୁ ୧୨ଟା ୫୨ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା। ଏଥିପାଇଁ ସର୍ବଦଳୀୟ ସହମତି ମଧ୍ୟ ହୋଇ ପାରି ନ ଥିଲା। ଏହା ପରେ ମଧ୍ୟ ଗୃହ ସ୍ବାଭାବିକ ହୋଇ ନ ଥିଲା। ଏହି କୋଳାହଳ ମଧ୍ୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିବା ସହ ଗୃହୀତ କରିବା ନେଇ କହିଥିଲେ। ହେଲେ କୋଳାହଳ ଯୋଗୁ ଆଲୋଚନା ଆରମ୍ଭ ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri