ବଳରାମ ଖଣି ବନ୍ଦକୁ ନେଇ ବଢ଼ୁଛି ବିବାଦ: ଖଣି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ଡଅଁରା ଗ୍ରାମ କମିଟି

ତାଳଚେର,୨୬ା୧୦(ନି.ପ୍ର.) – କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ଡଅଁରା ଓ ସୋଲଡା ଗ୍ରାମ ମଧ୍ୟରେ ଥିବା ବିବାଦ ଯୋଗୁ ତାଳଚେରସ୍ଥିତ ବଳରାମ କୋଇଲା ଖଣି ଗତ ୧୨ ତାରିଖଠାରୁ ବନ୍ଦ ରହିଛି। ତେବେ ରାଜନୀତି ଓ ହିଙ୍ଗୁଳା ଜେନେରାଲ ମ୍ୟାନେଜର ଖଣି ବନ୍ଦର ମୁଖ୍ୟ କାରଣ ବୋଲି ଶୁକ୍ରବାର ତାଳଚେରସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀରେ ଡଅଁରା ଗ୍ରାମବାସୀ, ଟ୍ରକ୍‌ ମାଲିକ ସଂଘ, ପାଲଭିଡା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ଡଅଁରା ଗ୍ରାମବାସୀ ଓ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୧୯୮୭ରେ ଖଣି ପାଇଁ ଡଅଁରା ଗ୍ରାମର ଜମି ଅଧିଗ୍ରହଣ ହୋଇଥିଲା। ୧୨ଶହ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ମୋଟ୍‌ ୧୦୬୨ ଜଣଙ୍କ ମଧ୍ୟରୁ ୩୨ ବର୍ଷ ମଧ୍ୟରେ ୭ଶହଙ୍କୁ ନିଯୁକ୍ତି ଦିଆଯାଇଛି। ବାକି ୩ଶହ ଚାକିରି ଅପେକ୍ଷାରେ ଅଛନ୍ତି। ଗ୍ରାମର ୮୫ ପ୍ରତିଶତ ଜମି କୋଇଲା ଖଣି ଦ୍ୱାରା ଅଧିଗ୍ରହଣ କରାଯାଇଥିଲେ ବି ଗ୍ରାମକୁ ବିସ୍ଥାପିତ କରାଯାଇ ନାହିଁ। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଏବଂ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି। କିଛିଦିନ ତଳେ କୋଇଲା ଲୋଡିଂକୁ ନେଇ ଡଅଁରା ଓ ସୋଲଡା ଗ୍ରାମର ଯୁବକମାନେ ମୁହଁାମୁହିଁ ହୋଇଥିଲେ। ପ୍ରତି ମାସରେ ଡଅଁରା ଗ୍ରାମର ଟ୍ରକ୍‌ ମାଲିକଙ୍କୁ ଯେତିକି କୋଇଲା ଯୋଗାଇ ଦିଆଯିବ ବୋଲି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କଲେ ନାହିଁ। ୫ଶହ ଟ୍ରକ୍‌ ମାଲିକ ଓ ପାଲଭିଡା ଶ୍ରମିକ ଗତ ୫ ମାସ ହେଲା ଜୀବିକା ହରାଇ ବସିଲେଣି। ଡଅଁରା ଗ୍ରାମବାସୀ କୌଣସି ରୋଡସଲ ବନ୍ଦ କରିନାହାନ୍ତି। ଏପରି ଅଭିଯୋଗ ମିଥ୍ୟା ବୋଲି ଡଅଁରା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏମ୍‌ସିଏଲ, ପୋଲିସ, ପ୍ରଶାସନ ରାଜନେତାଙ୍କ ଦ୍ୱାରା ପରିଚାଳିତ ଏବଂ ଅନ୍ଧ ଭାବେ ସୋଲଡା ଗ୍ରାମକୁ ସମର୍ଥନ କରୁଛନ୍ତି। ଏଥିଯୋଗୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଡଅଁରା ଗ୍ରାମକୁ ତୁରନ୍ତ ବିସ୍ଥାପିତ କରାଯିବା, ଖଣି କର୍ତ୍ତୃପକ୍ଷ ପୂର୍ବ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା, ବଳରାମ ଖଣି ସମସ୍ତ ନିୟମ କାର୍ଯ୍ୟକାରୀ କରିବା, ଡଅଁରା ଗ୍ରାମର ଟ୍ରକ୍‌କୁ ଅଗ୍ରାଧିକାର ଭିତରେ ଲୋଡିଂ ଦେବାକୁ ଡଅଁରା ଗ୍ରାମବାସୀ, ଟ୍ରକ୍‌ ମାଲିକ ସଂଘ ଓ ପାଲଭିଡା ସଂଘ ଦାବି କରିଛି। ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଗ୍ରାମ କମିଟି ପୂର୍ବତନ ସଭାପତି ରତ୍ନାକର ସାହୁ, କୋଷାଧ୍ୟକ୍ଷ ବସନ୍ତ କୁମାର ପ୍ରଧାନ, ସମ୍ପାଦକ ତୀର୍ଥବାସୀ ସାହୁ, ଡଅଁରା ଟ୍ରକ୍‌ମାଲିକ ସଂଘ ଉପସଭାପତି ତଥା ପାଲଭିଡା ସଂଘ ଉପଦେଷ୍ଟା ସୁଶାନ୍ତ କୁମାର ବିଶ୍ୱାଳ, ଡଅଁରା ଟ୍ରକ୍‌ ମାଲିକ ସଂଘ ଉପସଭାପତି ସୁମନ୍ତ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ପ୍ରଶାସନ ସ୍ତରରେ ସମସ୍ୟାର ସମାଧାନ ପାଇଁ ୩/୪ଥର ବୈଠକ ବସିଲାଣି। କିଛି ସୁଫଳ ମିଳୁନି। ତଥାପି ପ୍ରଶାସନ ସମାଧାନ ଉଦ୍ୟମ ଜାରି ରଖିଛି। ସେହିପରି ହିଙ୍ଗୁଳା ଖଣି ଜେନେରାଲ ମ୍ୟାନେଜର ପି.କେ. ରେଡି ଅଭିଯୋଗକୁ ଅସ୍ବୀକାର କରିବା ସହିତ ପ୍ରଶାସନିକସ୍ତରରେ ଆଲୋଚନା ହୋଇଥିଲେ ବି ସମାଧାନ ହୋଇପାରୁନି। ସମସ୍ୟା ନେଇ ପୋଲିସ, ପ୍ରଶାସନ, ଖଣିର ବରିଷ୍ଠ ଅଧିକାରୀ ଅବଗତ ରହିଥିବା ଜେନେରାଲ ମ୍ୟାନେଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri