Posted inଖେଳ

ବଲିଉଡ୍‌ ହିରୋଇନଙ୍କ ନାମରେ ଟାଟୁ କରିଥିଲେ କ୍ରିକେଟର

ବଲିଉଡ ହିରୋଇନଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ହେବା କିମ୍ବା ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି, ବଲିଉଡ ଅଭିନେତ୍ରୀଙ୍କ ନାମକୁ ହାତରେ ଟାଟୁ କରିଥିଲେ। ସେହି କ୍ରିକେଟର ହେଉଛନ୍ତି, ଲଣ୍ଡନରେ ପ୍ରତିଷ୍ଠିତ ଇଂଲଣ୍ଡ କ୍ରିକେଟର ଉସମାନ ଅଫଜଲ। ସେ ବଲିଉଡର ମୁନୀ ଭାବେ ପରିଚିତ ମଲାଇକା ଆରୋରାଙ୍କ ଭଉଣୀ ଅମ୍ରିତାଙ୍କ ସହ ରିଲେଶନଶିପ୍‌ରେ ଥିଲେ। ଦୁହେଁ ରିଲେଶନଶିପକୁ ନେଇ ଖୁବ୍‌ ସିରିୟସ ଥିଲେ। ଏପରି କି ବିବାହ ଯୋଜନା ମଧ୍ୟ କରିସାରିଥିଲେ। ଅମ୍ରିତାଙ୍କ ନାମରେ ଉସମାନ ହାତରେ ଟାଟୁ କୁଟେଇଥିଲେ। କିନ୍ତୁ କୌଣସି କାରଣରୁ ଦୁହେଁ ୪ ବର୍ଷର ଲମ୍ବା ରିଲେଶନଶିପକୁ ୨୦୦୮ରେ ଶେଷ କରିଥିଲେ। ପରେ ଅମ୍ରିତା ବ୍ୟବସାୟୀ ଶାକିଲ ଲଦାକଙ୍କ ସହ ବିବାହ କରିଥିଲେ। ଉଲ୍ଲେଖଯୋଗ୍ୟ, ଅଫଜଲ ଇଂଲଣ୍ଡ ପାଇଁ ୩ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri