ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ସମୟ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ ଲାଗୁ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ନଂ.୧୨୮୯୪ର ସମୟକୁ ପରିବର୍ତ୍ତନ କରାଯାଇଛି। କେବଳ ବଲାଙ୍ଗୀରରୁ ଭୁବନେଶ୍ୱର ଯାତ୍ରା ସମୟରେ ପରିବର୍ତ୍ତନ କରାଯାଇଥିବାବେଳେ ଭୁବନେଶ୍ୱରରୁ ବଲାଙ୍ଗୀର ଯାତ୍ରା ସମୟକୁ ସ୍ଥିର ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଏହି ଏକ୍ସପ୍ରେସ ଚଳାଚଳ କରିବ। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅପରାହ୍ନ ୨ଟା ୩୦ ପରିବର୍ତ୍ତେ ୨ଟା ୪୫ରେ ବଲାଙ୍ଗୀରରୁ ଯାତ୍ରାରମ୍ଭ କରିବ। ସେହି ଅନୁସାରେ ଭୁବନେଶ୍ୱରରେ ରାତି ୯ଟା ୪୦ ପରିବର୍ତ୍ତେ ୯ଟା ୪୫ରେ ପହଞ୍ଚତ୍ବ। ସେହିଭଳି ବଲାଙ୍ଗୀର ଓ ଭୁବନେଶ୍ୱର ମଧ୍ୟରେ ଏହି ଏକ୍ସପ୍ରେସ ପାଇଁ ବିଭିନ୍ନ ଷ୍ଟେଶନରେ ସ୍ଥିରୀକୃତ ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଲୋଇସିଂହାରୁ ଅପରାହ୍ନ ୩ଟା ୦୩, ବରଗଡ଼ ରୋଡ୍‌ରୁ ଅପରାହ୍ନ ୩ଟା ୪୯, ସମ୍ବଲପୁରରୁ ଅପରାହ୍ନ ୪ଟା ୫୦, ରେଢ଼ାଖୋଲରୁ ଅପରାହ୍ନ ୫ଟା ୫୭, ଅନୁଗୋଳରୁ ରାତି ୭ଟା ୨୯, ତାଳଚେର ରୋଡ୍‌ରୁ ରାତି ୭ଟା ୪୧, ଢ଼େଙ୍କାନାଳରୁ ରାତି ୮ଟା ୩୧ ଓ ନରାଜ ମାର୍ଥାପୁରରୁ ରାତି ୯ଟା ୧୭ ମିନିଟ୍‌ରେ ଟ୍ରେନ୍‌ଟି ଭୁବନେଶ୍ୱର ଅଭିମୁଖେ ବାହାରିବ। ତେବେ ଭୁବନେଶ୍ୱରରୁ ସକାଳେ ଛାଡୁଥିବା ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ (ନଂ.୧୨୮୯୩)ର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହଁି। ପୂର୍ବର ଧାର୍ଯ୍ୟ ସମୟ ଅନୁସାରେ ସକାଳ ୬ଟା ୩୦ରେ ଭୁବନେଶ୍ୱରରୁ ଯାତ୍ରା କରି ବଲାଙ୍ଗୀରରେ ଅପରାହ୍ନ ୧ଟା ୨୫ରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ବଲାଙ୍ଗୀର ମଧ୍ୟରେ ଥିବା ଷ୍ଟେଶନଗୁଡିକରେ ପୂର୍ବ ସ୍ଥିରୀକୃତ ସମୟରେ ଏହି ଏକ୍ସପ୍ରେସ ଯାତ୍ରା କରିବ ବୋଲି ରେଳପଥ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri