Posted inଜାତୀୟ

ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୪୫; ବିହାର ଉପମୁଖ୍ୟମନ୍ତ୍ରୀ ଓ ପରିବାରଙ୍କୁ ଉଦ୍ଧାର କଲା ଏନ୍‌ଡିଆର୍‌ଏଫ୍‌

ନୂଆଦିଲ୍ଲୀ, ୧ା୧୦(ପି.ଟି.): ବିହାର ଓ ଉତ୍ତରପ୍ରଦେଶ ସମେତ ୪ ରାଜ୍ୟରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୧୪୫ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ କେତେକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିହାରରେ ଅନେକ ଲୋକ ପାଣିଘେରରେ ରହିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଓ ତାଙ୍କ ପରିବାର ସଦସ୍ୟ ପାଟନା ବାସଭବନରେ ଜଳବନ୍ଦୀ ରହିଥିବାବେଳେ ସୋମବାର ସେମାନଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବୋଟ୍‌ ସହାୟତାରେ ଉଦ୍ଧାର କରିଛି। ରାଜ୍ୟ ସରକାର ବାୟୁସେନା ହେଲିକପ୍ଟରରେ ପ୍ରପୀଡ଼ିତଙ୍କୁ ରିଲିଫ ଯୋଗାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି।
ବିହାରରେ ତିନିଦିନ ଧରି ଲାଗି ରହିଥିବା ବର୍ଷାରେ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଶହେ ବର୍ଷ ମଧ୍ୟରେ ବିହାରରେ ଏଭଳି ବର୍ଷା କେବେ ହୋଇ ନ ଥିଲା ବୋଲି କୁହାଯାଉଛି। ରାଜଧାନୀର ଅଧିକାଂଶ ହସ୍ପିଟାଲରେ ପାଣି ପଶିଯାଇଥିବାରୁ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଜେଲ୍‌ରେ ପାଣି ପଶିଯିବାରୁ ବନ୍ଦୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଟନାର ଅଧିକାଂଶ ଅଞ୍ଚଳରେ ୪ରୁ ୬ ଫୁଟ ଉଚ୍ଚତାର ପାଣି ଲହଡି ଭାଙ୍ଗୁଛି। ବ୍ୟସ୍ତବହୁଳ ଡାକ ବଙ୍ଗଳା ଚୌରାହା, ଏନ୍‌ଏମ୍‌ସିଏଚ୍‌ ଓ ଅନ୍ୟ ଅଞ୍ଚଳରେ ଛାତିଏ ଉଚ୍ଚର ପାଣି ଚାଲୁଛି। ସେହିପରି ରାଜେନ୍ଦ୍ର ନଗର, ରାମକ୍ରିଷ୍ଣ ନଗର, କଙ୍କରବାଗ୍‌, ବୋରିଂ ରୋଡ, ନାଲା ରୋଡ୍‌, ଗାନ୍ଧୀ ମୈଦାନ, ଦନାପୁର, ଗୋଲା ରୋଡ ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ୧୯୭୫ ପରେ ପାଟନାରେ ଏଭଳି ବର୍ଷା ବିତ୍ପାତ କେବେ ହୋଇ ନ ଥିଲା।
ଉତ୍ତରପ୍ରଦେଶ ସ୍ଥିତି ମଧ୍ୟ ସମାନ। ବାଲିଆ ଜିଲା ଜେଲ୍‌ରେ ଗଙ୍ଗା ନଦୀର ପାଣି ପଶିଯିବାରୁ ସେଠାରୁ ପ୍ରାୟ ୯୦୦ କଏଦୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ୫୦୦ କଏଦୀଙ୍କୁ ଆଜମଗଡ଼ ଜେଲ୍‌କୁ ଓ ଅନ୍ୟମାନଙ୍କୁ ଆମ୍ବେଦକରନଗର ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏମାନଙ୍କ ସ୍ଥାନାନ୍ତର ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ କରାଯାଇଛି। ବର୍ଷା ଓ ବନ୍ୟା ଯୋଗୁ କେବଳ ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୦୦ରେ ପହଞ୍ଚିଛି। ଏହାଛଡ଼ା ଝାଡ଼ଖଣ୍ଡର ଦୁମ୍‌କାରେ କାନ୍ଥପଡ଼ି ୩ ଜଣ ପ୍ରାଣ ହରାଇଥିବାବେଳେ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବର୍ଷାଜନିତ କାରଣରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଜରାଟର ରାଜକୋଟ ଜିଲାରେ ବନ୍ୟା ଜଳରେ ଏକ କାର ଭାସିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri