ବର୍ଷା ପାଇଁ ବେଙ୍ଗ,ବେଙ୍ଗୁଲୀଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୨୩ା୭(ଡି.ଏନ୍‌.ଏ.)- ଚଳିତ ବର୍ଷ ମହାକାଳପଡା ବ୍ଲକରେ ଭଲ ବର୍ଷା ନ ହେବାରୁ ଚାଷୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିିଛି। ବର୍ଷା ଅଭାବରୁ ଜମିରେ ଗଜା ମରୁଡ଼ି ହେବାର ଆଶଙ୍କା ରହିଛି।
ଏନେଇ ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଞ୍ଚାୟତରେ ବସବାସ କରୁଥିବା ବାଘୁଆମେଦ ଆଦିବାସୀପଡ଼ାର ଲୋକେ ବେଙ୍ଗ ଓ ବେଙ୍ଗୁଲୀଙ୍କ ପୂଜାର୍ଚ୍ଚନା କରିଥିଲେ। ସେମାନଙ୍କ ପୂଜା କଲେ ଭଲ ବର୍ଷା ହେବ ବୋଲି ଏହି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସରେ ପଡ଼ାରେ ବସବାସ କରୁଥିବା ୮୦ରୁ ଊର୍ଦ୍ଧ୍ୱ ପରିବାରର କିଛି ମହିଳା ଓ ମୁରବୀ ଏକତ୍ର ହୋଇ ବେଙ୍ଗ, ବେଙ୍ଗୁଲିକୁ ଧରି ଚାଷ ଜମିର ମଧ୍ୟସ୍ଥଳରେ ରଖି ପୂଜାର୍ଚ୍ଚନା କରିଥିଲେ। ବେଙ୍ଗ,ବେଙ୍ଗୁଲୀକୁ ଧରିବା ପରେ ସେମାନଙ୍କ ମୁଣ୍ଡରେ ସିନ୍ଦୁର ମାରି ପିଢ଼ାରେ ବସାଇ ପୂଜା କରିଥିଲେ। ଶଙ୍ଖ, ଘଣ୍ଟ ଓ ମୃଦଙ୍ଗ ଆଦି ବଜାଇ ଗୀତ ଗାଇବା ସହ ନାଚିଥିଲେ। ପୂଜା ସରିବା ପରେ ଗ୍ରାମର କିଛି ମହିଳା ବେଙ୍ଗ ଓ ବେଙ୍ଗୁଲୀକୁ ନେଇ ଏକ ଜଳାଶୟରେ ଛାଡ଼ି ଦେଇଥିଲେ। ଏହି ପୂଜାରେ ଗ୍ରାମରେ ରବୀନ୍ଦ୍ର ସିଂ, ପୂର୍ଣ୍ଣ ସିଂ, ଗୀତା ସିଂ, ସାବିତ୍ରୀ ସିଂ, କୁନି ସିଂ, ସୁଲୋଚନା ସିଂ ଏବଂ ରାମ ସିଂ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି...

ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ମାର୍ଶାଘାଇ,୨୫ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ)କେନ୍ଦ୍ର, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତଳସ୍ତରରେ ତାହା ପ୍ରତିଫଳିତ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri