ବର୍ଷା ଆରମ୍ଭରୁ ଧସିଲା ଗାର୍ଡ୍‌ଓ୍ବାଲ୍‌ : ନିର୍ମାଣ ନ ସରୁଣୁ ସ୍ଥିତି ବେହାଲ

ଭଦ୍ରକ ଅଫିସ, ୧୭ା୬- ନିର୍ମାଣ କାର୍ଯ୍ୟ ନ ସରୁଣୁ ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଆରମ୍ଭରୁ ଗାର୍ଡଓ୍ବାଲ୍‌ (ସୁରକ୍ଷା ପ୍ରାଚରୀ) ଧସି ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଡ୍ରେନେଜ ବିଭାଗ ଅଧୀନ ଧାମନଗର ବ୍ଲକ ପଳିକିରି ଅଞ୍ଚଳ ଯ’ ନଈ ନିର୍ମାଣ କାର୍ଯ୍ୟରେ। ଏହି ନଈ ଉପରେ ଡ୍ରେନେଜ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଯାତାୟାତ ପାଇଁ ପୋଲ, ୫୫୦ ମିଟର ଗାର୍ଡଓ୍ବାଲ ଏବଂ ୪୫୦ ମିଟର ପଥର ପ୍ୟାକିଂ କରାଯିବା ପାଇଁ ୩ କୋଟି ୨୦ ଲକ୍ଷ ବ୍ୟୟ ବରାଦ କରାଯାଇଥିଲା। ଯାଜପୁରର ଏକ ଠିକାଦାର ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ ନିର୍ମାଣର ମାତ୍ର କିଛି ମାସ ମଧ୍ୟରେ ଗାର୍ଡଓ୍ବାଲ୍‌ ଫାଟି ନଦୀ ମଧ୍ୟକୁ ଧସିଲାଣି। ବର୍ତ୍ତମାନ ସମୟରେ ଅଳ୍ପ ବର୍ଷାରେ ଏପରି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଗକୁ ମୌସୁମୀ ବର୍ଷା ଥିବାରୁ ଏହି ଗାର୍ଡଓ୍ବାଲ୍‌ ସମ୍ପୂର୍ଣ୍ଣ ନଦୀ ମଧ୍ୟକୁ ଧସିଯିବ ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ସୁଦର୍ଶନ ମାଝୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଗ୍ରାମବାସୀ ଏହିଭଳି ନିମ୍ନମାନର କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି। ଗାଁର ଗଦାଧର ସାହୁ, ପୀତାମ୍ବର ମାଝୀ, ହୃଷିକେଶ ସେନାପତି, ସାମାଜିକ କର୍ମୀ ସନ୍ତୋଷ କୁମାର ମହାପାତ୍ର କୁହନ୍ତି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା କାରଣରୁ ଏହିଭଳି ନିମ୍ନମାନର କାର୍ଯ୍ୟ ହେଉଛି ଓ ଉପଯୁକ୍ତ ତଦାରଖ ହେଉ ନ ଥିବା ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ ଜମିକୁ ଉପଯୁକ୍ତ ଜଳସେଚନ ଓ ନଦୀ ଅବବାହିକା ଚାଷ ଜମିର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଣିରେ ପଡ଼ିବ ବୋଲି ଚାଷୀ ପଦ୍ମନାଭ ଶଙ୍ଖୁଆ, ଦିଲୀପ କୁମାର ପ୍ରଧାନ, ଦୀନବନ୍ଧୁ ଦାସ, ନିରଞ୍ଜନ ସେଠୀ ପ୍ରମୁଖ ପ୍ରତିକ୍ରିୟା ରଖିଛନ୍ତି । ଭଣ୍ଡାରିପୋଖରୀ ନୂଆନଈ ପାଳଦାବାଙ୍କରୁ ବାହାରିଥିବା ଯ’ ନଈ ଉପରେ ଭଣ୍ଡାରିପୋଖରୀ ବ୍ଲକର ଗୁହାଳିଆ, କହରାପୋଖରୀ, କୋଳିପଦି ଓ ଧାମନଗର ବ୍ଲକର ପଲିକିରି, ଭଗବାନପୁର, ପଦ୍ମପୋଖରୀ, ଭଣ୍ଡାରିପଡି, ଜୟନଗର, ଧାମନଗର ଅଞ୍ଚଳରେ ହଜାର ହଜାର ଏକର ଚାଷ ଜମିରେ ଜଳସେଚନ ଉଦ୍ଦେଶ୍ୟରେ ଡ୍ରେନେଜ ବିଭାଗ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି। ଏହା ଉପରେ ଉପରୋକ୍ତ ଅଞ୍ଚଳର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଜଳସେଚନ ପାଇଁ ନିର୍ଭର କରନ୍ତି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମଲ୍ଲିକ କୁହନ୍ତି ଗାର୍ଡଓ୍ବାଲ୍‌ଟି ଧସିଯାଇଛି। ୨.୮ ଉଚ୍ଚତା ବିଶିଷ୍ଟ ଏହି ଗାର୍ଡଓ୍ବାଲ୍‌ ଭଙ୍ଗାଯାଇ ପୁନଃ ତିଆରି କରାଯିବ। ମାଟି ଧସିଯାଇଥିବା କାରଣରୁ ଗାର୍ଡଓ୍ବାଲ୍‌ ଧସି ଯାଇଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri