ବର୍ଷକ ମଧ୍ୟରେ ହୋଇନି ନୂତନ କାର୍ଯ୍ୟ

ଯାଜପୁର ଟାଉନ,୨ା୯(ଡିଏନଏ) : ଯାଜପୁର ପୌର ପରିଷଦ ୨୦୧୮ରେ ୧୫୦ବର୍ଷ ପୂର୍ତ୍ତି ପାଳନ କରିଛି। ମାତ୍ର ଏବେବି ସହରର ବିଭିନ୍ନ ସ୍ଥାନରେ ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଥିବା ଜଣାପଡ଼ିଛି। ସହରର ୧୫୦ବର୍ଷ ପୂର୍ତ୍ତି ପାଳନ ସମୟରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଥିଲା। କିନ୍ତୁ ଏହାପରେ ବର୍ଷେ ହେବ କୌଣସି ନୂତନ କାର୍ଯ୍ୟ ହୋଇନାହିଁ। ଯାଜପୁର ପୌର ପରିଷଦ ୧୮ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏହାର ଜନସଂଖ୍ୟା ପ୍ରାୟ ୫୦ହଜାର। ଏହି ପୌର ପରିଷଦର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୨ଟି ୱାର୍ଡରେ ଏକ ଘରୋଇ ସଂସ୍ଥା ପରିମଳ ବ୍ୟବସ୍ଥା ହାତକୁ ନେଇଥିବାବେଳେ ୬ଟି ୱାର୍ଡରେ ପୌରସଂସ୍ଥା ନିଜେ କାର୍ଯ୍ୟ କରୁଛି। ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଗଦା ହୋଇ ରହୁଥିବାବେଳେ ଡ୍ରେନ୍‌ଗୁଡିକରୁ ପଙ୍କ ଉଦ୍ଧାର କରାଯାଉ ନ ଥିବାରୁ ଅଳ୍ପ ବର୍ଷାରେ ଆଣ୍ଠୁଏ ଲେଖାଏ ପାଣି ଜମିବାରେ ଲାଗିଛି। ଏହି ପୌର ପରିଷଦର ନିଜସ୍ବ ଡମ୍ପିଂୟାର୍ଡ ନ ଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈତରଣୀ ନଦୀକୂଳରେ ସହରର ଅଳିଆ ଆବର୍ଜନାଗୁଡିକୁ ପକାଇ ବୈତରଣୀ ନଦୀକୁ ପ୍ରଦୂଷିତ କରାଯାଉଛି। ଗତବର୍ଷ ରାସ୍ତା ସଫା କରିବା ପାଇଁ ଅତ୍ୟାଧୁନିକ ରାସ୍ତା ସଫେଇ ମେଶିନ ୩୬ଲକ୍ଷ ଟଙ୍କା ବ୍ୟୟରେ କ୍ରୟ କରାଯାଇଥିଲା। ମାତ୍ର ଏହା ୩୬ଦିନ ବି କାମରେ ଲାଗି ନ ଥିବା ଜଣାପଡିଛି। ସର୍ବପୁରାତନ ଯାଜପୁର ପୌରସଂସ୍ଥାର ଘରୋଇ ପାଇଖାନା ସଫା କରିବା ପାଇଁ ନିଜସ୍ବ ମେଶିନ ନାହିଁ। ଭଦ୍ରକର ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପୌର ପରିଷଦ ଅଞ୍ଚଳରେ ଜଳଯୋଗାଣ କରାଯାଉଥିବା ଟ୍ୟାପ୍‌ରୁ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁ ଥିବାବେଳେ ପୌର ପରିଷଦ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଯାଜପୁର ପୌର ପରିଷଦ ବ୍ୟତୀତ ଯାଜପୁର ସହରର ବିଭିନ୍ନ ସାହିରେ ଥିବା କଂକ୍ରିଟ ରାସ୍ତା ଭାଙ୍ଗିରୁଜି ଗଲାଣି। ଯାଜପୁର ସହରର ୫ନଂ ୱାର୍ଡରେ ରାସ୍ତା ନିର୍ମାଣ ହୋଇପାରୁ ନ ଥିବାବେଳେ ମୁଖ୍ୟ ରାସ୍ତାଗୁଡିକ ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ସହରର ବିଭିନ୍ନ ସ୍ଥାନରେ ଛୋଟବଡ଼ ଦୁର୍ଘଟଣାମାନ ଘଟି ଲୋକେ ଗୁରୁତର ହେଉଛନ୍ତି। ହେଲେ ଜିଲା ପ୍ରଶାସନ ଏହାକୁ ଜଳଜଳ ହୋଇ ଦେଖୁଥିଲେ ମଧ୍ୟ ଏହାର ମରାମତି ଦିଗରେ ସାମାନ୍ୟତମ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଯାଜପୁର ସହରର ମେଡିକାଲ ଛକ ନିକଟରେ ଥିବା ମୁଖ୍ୟ ରାସ୍ତାଟି ଆଜକୁ ବର୍ଷେ ହେବ ମରଣଯନ୍ତା ସଦୃଶ ହୋଇଛି। ଏହି ରାସ୍ତାଟି ପୂର୍ତ୍ତ ବିଭାଗର ହୋଇଥିବାବେଳେ ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ସହରର ଗାନ୍ଧୀଛକଠାରୁ ବଡ଼ ବଜାର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ହାବେଳି ବଜାର, ମାର୍କେଟ ଛକଠାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ କରାଯାଉ ନାହିଁ। ସହରର ସବୁଠାରୁ ବ୍ୟସ୍ତବହୁଳ ରାସ୍ତା କୁହାଯାଉଥିବା ମେଡିକାଲ ଛକଠାରୁ ଗରିଆପୁର ଛକ ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ସମାନ ଅବସ୍ଥା। ଏହି ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ହେଲେ ମରାମତି କାର୍ଯ୍ୟ ବର୍ଷ ବର୍ଷ ଧରି କରାଯାଉ ନାହିଁ। ଅନ୍ୟପକ୍ଷରେ ଆଜକୁ କିଛିମାସ ତଳେ ଯାଜପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ପାଣି ପାଇପ୍‌ ବିଛା ଯାଇଥିଲା। ମୁଖ୍ୟତଃ ସହରର ବିଭିନ୍ନ କଂକ୍ରିଟ୍‌ ରାସ୍ତାକୁ ପ୍ରୋକ୍‌ଲିନ୍‌ ମେଶିନ ସାହାଯ୍ୟରେ ଖୋଳାଯାଇ ପାଇପ୍‌ ବସାଯାଇଥିଲେ ମଧ୍ୟ ଏହାର ମରାମତି କରାଯାଇ ନ ଥିଲା। ଏପରିକି ମୁଖ୍ୟ ପାଇପ୍‌ରୁ ସହରର ବିଭିନ୍ନ ଲୋକଙ୍କ ଘରକୁ ଯୋଗାଇ ଦିଆଯାଇଥିବା ପାଣି ପାଇପ୍‌ଗୁଡିକର ମରାମତି କାର୍ଯ୍ୟ ଅଦ୍ୟାବଧି କରାଯାଇ ନାହିଁ। ଫଳରେ ସହରର ମେଡିକାଲ ରୋଡଠାରୁ ଗରିଆପୁର, ଗାନ୍ଧୀଛକଠାରୁ ବଡ଼ବଜାର, ଗରିଆପୁର ଛକଠାରୁ ଯୋଡିକୂଅ ଛକ, ଯୋଡିକୂଅ ଛକଠାରୁ ସପନପୁର, ଅମ୍ବିକାଇ ଛକଠାରୁ ଶ୍ରୀରାମପୁର ଛକ, ମହାବୀର ଛକଠାରୁ ବୈଦ୍ୟରାଜପୁର ସମେତ ବିଭିନ୍ନ କଂକ୍ରିଟ୍‌ ରାସ୍ତାର ମଝିରେ ନାଳ ସୃଷ୍ଟି ହୋଇଛି। ଏହି ନାଳ ଯୋଗୁ ଅଧିକାଂଶ ସ୍ଥାନରେ ପାଣି ଜମିବା ସହ ସେଠାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କୁ ପଚାରିବାରେ, ପୂର୍ବରୁ ଦିଆଯାଇଥିବା କାର୍ଯ୍ୟ ଚାଲୁଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏବେ ସହରରେ ୨ଟି ପ୍ଲାଣ୍ଟ ନିର୍ମାଣ କରାଯିବ। ଯେଉଁ ପ୍ଲାଣ୍ଟରେ ଅଳିଆ ଅବର୍ଜନାରୁ ଜୈବିକ ଖତ ପ୍ରସ୍ତୁତ କରାଯିବ। ଏଥିପାଇଁ ଯାଜପୁର ସହରର କୋଦଣ୍ଡପୁର ଓ ପୁରୁଣା ବସ୍‌ଷ୍ଟାଣ୍ଡରେ ଏମ୍‌ସିସି ଓ ଏମ୍‌ଆରଏଫ୍‌ ୨ଟି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସହରର ବିପର୍ଯ୍ୟସ୍ତ ରାସ୍ତା ସମ୍ପର୍କରେ ଆରଏଣ୍ଡବିର ଆସିଷ୍ଟାଣ୍ଡ ଇଞ୍ଜିନିୟର ଅଶୋକ କୁମାର ଲେଙ୍କାଙ୍କୁ ପଚାରିବାରୁ, ରାସ୍ତା ମରାମତି କାର୍ଯ୍ୟ ସମୟରେ ବର୍ଷା ହେଉଥିବାରୁ ତାହା ନଷ୍ଟ ହୋଇଯାଇଛି। ଖୁବ୍‌ଶୀଘ୍ର ତାହାର ମରାମତି କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri