Posted inଜାତୀୟ

ଆଣ୍ଡାମାନରେ ଚାଇନାର ଗୁପ୍ତଚର ଜାହାଜ

ଚେନ୍ନାଇ,୨ା୯: ଭାରତର ସ୍ଥଳଭାଗ ପରେ ଜଳପଥରେ ଅନୁପ୍ରବେଶ କରୁଛି ଚାଇନା। ଭାରତୀୟ ମହାସାଗର କ୍ଷେତ୍ର (ଆଇଓଆର୍‌)ରେ ଚାଇନାର ଆଡ୍‌ଭାନ୍ସ ସର୍ଭିଲାନ୍ସ ଜାହାଜ ପ୍ରବେଶ କରି ନୌସେନାର ଅତ୍ୟନ୍ତ ସମ୍ବେଦନଶୀଳ ତଥା ଗୋପନୀୟ ତଥ୍ୟ ସଂଗ୍ରହ କରୁଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ନିୟମିତ ଭାବେ ଏହାର ଗୁପ୍ତଚର ଜାହାଜକୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପକୂଳକୁ ପଠାଉଥିବା ଜଣାପଡ଼ିବା ପରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକର ରିପୋର୍ଟ ଅନୁସାରେ ନିକଟରେ ଚାଇନା ଏକ ଗୁପ୍ତଚର ଜାହାଜକୁ ଭାରତର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ (ଇଇଜେଡ୍‌)କୁ ପଠାଇଥିଲା। ‘ତାଇଆନ୍‌ଓ୍ବାଙ୍ଗ୍‌ଜିଙ୍ଗ୍‌’ ନାମକ ଡୋଙ୍ଗ୍‌ଡିଆଓ ଶ୍ରେଣୀର ଏହି ଜାହାଜ ସେଠାରେ କିଛିଦିନ ରହି ଭାରତୀୟ ନୌସେନା ଶିବିରଗୁଡ଼ିକର ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବାଞ୍ଚଳ ସମୁଦ୍ର ସୀମାରେ ଏହାକୁ ଠାବ କରାଯାଇଥିଲା। କେବଳ ଥରେ ନୁହେଁ, ବରଂ ନିୟମିତ ଭାବେ ପିଏଲ୍‌ଏର ଜାହାଜ ଆଇଓଆର୍‌କୁ ଆସି ଏପରି ତଥ୍ୟ ଯୋଗାଡ଼ କରୁଛି। ସେଠାକାର କେଉଁ କେଉଁ ସ୍ଥାନରେ ଭାରତୀୟ ନୌସେନା ଘାଟି ରହିଛି ଓ ଯୁଦ୍ଧଜାହାଜ ମୁତୟନ କରାଯାଇଛି ସେନେଇ ଉଚ୍ଚକ୍ଷମତାସମ୍ପନ୍ନ ସର୍ଭିଲାନ୍ସ ଜରିଆରେ ଗୁପ୍ତଚରଗିରି କରିବା ପରେ ଚାଇନାକୁ ତଥ୍ୟ ପ୍ରେରଣ କରୁଛି। ଏହି ଜାହାଜରେ ତିନୋଟି ସାଟେଲାଇଟ୍‌ କମ୍ୟୁନିକେଶନ ରହିଛି। ଏହାର ବୃହତ୍‌ ଆଣ୍ଟିନା ବୈଦ୍ୟୁତିକ ଗୋଇନ୍ଦା ସଙ୍କେତକୁ ଅନୁଧ୍ୟାନ ଓ ବାଲିଷ୍ଟିକ୍‌ ମିଶାଇଲ୍‌ର ଅବସ୍ଥିତିକୁ ଠାବ କରିବାରେ ସକ୍ଷମ।
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ହେଉଛି ନୌସେନାର ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଘାଟି। ପୋର୍ଟ ବ୍ଲେୟାରରେ ଭାରତୀୟ ସଶସ୍ତ୍ର ବଳର ପ୍ରଥମ ଓ ଏକମାତ୍ର ଟ୍ରାଇ-ସର୍ଭିସ୍‌ ଥିଏଟର କମାଣ୍ଡ ରହିଛି। ଉକ୍ତ କ୍ଷେତ୍ରରେ ଟାଇପ୍‌ ୮୧୫ଜି ଶ୍ରେଣୀର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ଜାହାଜ ତାଇଆନ୍‌ଓ୍ବାଙ୍ଗ୍‌ଜିଙ୍ଗ୍‌ର ଉପସ୍ଥିତି ଭାରତୀୟ ନିରାପତ୍ତା ପ୍ରତିଷ୍ଠାନଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଛି। ଗତ ଡିସେମ୍ବରରେ ମଧ୍ୟ ଏହି ଜାହାଜ ଆଇଓଆର୍‌ରେ ଦୁଇ ସପ୍ତାହ ଧରି ଘୂରି ବୁଲୁଥିଲା ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚାଇନା ଏହାର ସହଯୋଗୀ ପାକିସ୍ତାନର ଗ୍ବାଦର ଓ କରାଚୀ ନୌସେନା ଘାଟିର ଆଧୁନିକୀକରଣ କରୁଛି। ଭାରତ ଉପରେ ଗୁପ୍ତଚରଗିରି କରିବା ପାଇଁ ଚାଇନା ଏହି ଘାଟିଗୁଡ଼ିକୁ ବ୍ୟବହାର କରୁଛି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ନେଇ ଚାଇନା କ୍ଷୁବ୍ଧ ହୋଇଛି। ଏଭଳି ସ୍ଥିତିରେ ସଂଗୃହୀତ ଗୋପନୀୟ ତଥ୍ୟକୁ ଭାରତ ବିରୋଧରେ ଚାଇନା ଓ ପାକିସ୍ତାନ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଭାରତୀୟ ଜଳସୀମାରେ ରହଣି କାଳରେ ଏହି ଜାହାଜ ବେଜିଂକୁ କେଉଁସବୁ ଗୋପନୀୟ ତଥ୍ୟ ପଠାଇଛି ଏବଂ ଏହା ପଛରେ କି ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଖୋଳତାଡ଼ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri