ଅବ୍ୟବସ୍ଥା ଘେରରେ ବନ୍ଦସାହି ପ୍ରାଥମିକ ବିଦ୍ୟାଳୟ : ଗୋଟିଏ ଗୃହରେ ପଢ଼ୁଛନ୍ତି ୫ ଶ୍ରେଣୀର ଛାତ୍ରୀଛାତ୍ର

ଦଶରଥପୁର,୨ା୯(ଡିଏନ୍‌ଏ) : ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତ ବନ୍ଧସାହି ପ୍ରାଥମିକ ବିଦ୍ୟାଳୟ ୧୯୬୯ ମସିହାରୁ ପ୍ରତିଷ୍ଠା ହୋଇଛି। ଏହି ବିଦ୍ୟାଳୟଟି ଦଳିତ ସାହିରେ ପ୍ରତିଷ୍ଠା କରାଯାଇଥିବାବେଳେ ଏଠାରେ ଶତକଡା ୯୨ଭାଗ ଛାତ୍ରୀଛାତ୍ର ଦଳିତ ବୋଲି ଜଣାଯାଇଛି। ହରିଜନ ଓ ଆଦିବାସୀ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ମାତ୍ର ଏହି ବିଦ୍ୟାଳୟକୁ ସମସ୍ତ ସୁବିଧା ସୁଯୋଗ ସତେ ଯେପରି ଅପହଞ୍ଚ ପାଲଟିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ଯାଏ ମୋଟ୍‌ ୭୪ଜଣ ପିଲା ଅଧ୍ୟୟନ କରୁଛନ୍ତି। ସେଥିରୁ ୬୮ଜଣ ଛାତ୍ରୀଛାତ୍ର ଦଳିତ ଅଟନ୍ତି। ତେବେ ଏଠାରେ ଗୋଟିଏ ଶ୍ରେଣୀଗୃହ ଥିବାରୁ ୧ମରୁ ୫ ଯାଏ ସମସ୍ତ ଛାତ୍ରୀଛାତ୍ର କୋଠରୀରେ ବସି ପଢିବା ପାଇଁ ବାଧ୍ୟ ହୋଇଥାନ୍ତି। ଏହା ସହିତ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ମାତ୍ର ସହକାରୀ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି। ଅପରପକ୍ଷେ ଗୋଟିଏ ଶ୍ରେଣୀରେ ପ୍ରଥମରୁ ପଞ୍ଚମ ଯାଏ ପିଲା ବସୁଥିବାରୁ ଗୋଟିଏ ଶ୍ରେଣୀର ପିଲାଙ୍କୁ ଶିକ୍ଷୟିତ୍ରୀଶିକ୍ଷକ ପାଠ ପଢାଇଲେ ଅନ୍ୟଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଏଠାରେ ବସି ରହିବାକୁ ପଡିଥାଏ। ଏହାଛଡା ଦୀର୍ଘବର୍ଷ ତଳୁ ଏହି ବିଦ୍ୟାଳୟର କୋଠରୀ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହି ବିପଦସଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି। ବିଦ୍ୟାଳୟ ସମ୍ମୁଖ ଢଳେଇ ହୋଇ ନ ଥିବାରୁ ସାମାନ୍ୟ ବର୍ଷାରେ ବିଦ୍ୟାଳୟ ପରିସର କାଦୁଅରେ ଭର୍ତ୍ତି ହୋଇଯାଏ। ଏହାଛଡା ପାଚେରି ନ ଥିବା କାରଣରୁ ବିଦ୍ୟାଳୟ ପରିସର ସେମାନଙ୍କ ଚରା ଭୂଇଁ ପାଲଟିଛି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସୂତ କୁମାର ମହାପାତ୍ର ପ୍ରତ୍ୟେକ ଦିନ ବିଦ୍ୟାଳୟର ଖେଳଛୁଟିରେ ଘରକୁ ଯାଇ ୩ଟାପରେ ବିଦ୍ୟାଳୟକୁ ଫେରୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସାଧାରଣ ନିର୍ବାଚନରେ ସମ୍ପୃକ୍ତ ବିଦ୍ୟାଳୟରେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ରି-ପୁଲିଂ ବୁଥ୍‌ କରାଯାଇଥିବାବେଳେ ବିଧାୟିକା ମଲ୍ଲିକ ଏହି ବୁଥକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ସାହିର ଦଳିତ ଲୋକେ ବିଧାୟିକାଙ୍କୁ ବିଦ୍ୟାଳୟର ଅଧିକ ଶ୍ରେଣୀ ଗୃହ, ପାଚେରି ଏବଂ ବିଦ୍ୟାଳୟ ପରିସରକୁ ଢଳାଇ କରିବା ପାଇଁ ଜଣାଇଥିଲାବେଳେ ବିଧାୟକ ମଧ୍ୟ ସମସ୍ତ କାର୍ଯ୍ୟ ଖୁବ୍‌ଣୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତି ଏଯାବତ୍‌ ପୂରଣ ହେଲା ନାହିଁ। ଖେଳ ଛୁଟିରେ ଅଧିକ ସମୟ ଘରକୁ ଚାଲିଯାଉଥିବା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ, ସେ ଜଣେ ମଧୁମେହ ରୋଗୀ। ତେଣୁ ଔଷଧ ଖାଇବା ପାଇଁ ଘରକୁ ଯାଇଥାନ୍ତି। ଏହାକୁ ନେଇ ଅଭିଭାବକମାନେ ଯଦି ଅଭିଯୋଗ କରୁଛନ୍ତି ତେବେ ସେ ଆଉ ଯିବେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?