ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ଭାଜପା: ମିଠା ବାଣ୍ଟି ଖୁସି ମନାଇଲେ ରସୁଲପର ବ୍ଲକ ଅଞ୍ଚଳର ଦଳୀୟ କର୍ମୀ

ରସୁଲପୁର,୨୨ା୮(ଡି.ଏନ୍‌.ଏ.): ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ବୁଧବାର ସରିଛି।ଦୀର୍ଘଦିନ ଧରି ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ନିର୍ବାଚନ ଫଳ ଭାଜପା ସପକ୍ଷରେ ଯାଇଛି। ସୁଭାସିନୀ ନାଥଶର୍ମା ଅଧ୍ୟକ୍ଷା ହୋଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୪,୦୩୪ଖଣ୍ଡ କମ୍‌ ଭୋଟରେ ବିରୋଧୀ ବିଜେଡିଠାରୁ ପରାଜୟ ବରଣ କରିଥିବା ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଦମ୍‌ ଦେଖାଇଛନ୍ତି। ବରୀ ନିର୍ବାଚନମଣ୍ଡଳୀରେ ବିଜେଡିର ସୁନନ୍ଦା ଦାସ ବିଧାୟିକା ଥିଲେ ସୁଦ୍ଧା ସେ କର୍ତ୍ତୃତ୍ୱ ଜାହିର କରିବାରେ ବିଫଳ ହୋଇଛନ୍ତି। ଆଗାମୀ ଦିନରେ ବରୀ ନିର୍ବାଚନ ମଣ୍ଡଳିରେ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହେବାର ଏହା ହେଉଛି ପୂର୍ବାଭାସ ବୋଲି କୁହାଯାଉଛି। ଭାଜପାକୁ ମିଳିଥିବା ସଫଳତାରେ ଦଳର ତୃଣମୂଳସ୍ତରର କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲ୍ଲକ୍ଷିତ ହୋଇଛି। ନିର୍ବାଚନରେ ପରାଜୟବରଣ କରି ଭାଙ୍ଗିପଡ଼ିଥିବା ଦଳୀୟ ନେତା ଓ କର୍ମୀମାନଙ୍କ ପାଇଁ ପଞ୍ଚାୟତ ସମିତି ଦଖଲ ସଂଜିବନୀ ଭଳି କାମ ଦେଇଛି। ଛାମୁଆ ନେତା ଓ କର୍ମୀଗଣ ବିଭିନ୍ନ ସ୍ଥାନରେ ଦଳୀୟ ପତାକା ତଳେ ଖୁସି ମନାଇଛନ୍ତି । ଏପରି କି ରସୁଲପୁର ବ୍ଲକ ଅଧିନସ୍ଥ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦ଗୋଟି ପଞ୍ଚାୟତର କର୍ମୀମାନେ ପ୍ରଥମାଖଣ୍ଡି ପଞ୍ଚାୟତରେ ଏକତ୍ରିତ ହୋଇ ଖୁସି ମନାଇଛନ୍ତି। ଦଳୀୟ କର୍ମୀଙ୍କ ଭିତରେ ମିଠା ଖୁଆଖୁଆଇ ହେବା ସହ ଆତସବାଜି ଜରିଆରେ ଜନସାଧାରଣଙ୍କୁ ସଫଳତାର ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଭାଜପାର ଜିଲାପରିଷଦ ସଦସ୍ୟ ଚତୁର୍ଭୂଜ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସରପଞ୍ଚ ଚିନ୍ତାମଣି ସୁର, ରସୁଲପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ରଶ୍ମିତା ଦାସ, ପଞ୍ଚାୟତ ଭାଜପା ସଭାପତି ସୂର୍ଯ୍ୟମଣି ମହାନ୍ତି, ପୂର୍ବତନ ସରପଞ୍ଚ ନାରାୟଣ ପତି, ଶଶିଭୂଷଣ ଦାଶ, ଧନେଶ୍ୱର ସାହୁ, ରବୀନ୍ଦ୍ର ସାହୁ, ସମିତିସଭ୍ୟ ବଟକୃଷ୍ଣ ସାହୁ, ସମବାୟ ନେତା ମୁକୁନ୍ଦଦେବ ମହାନ୍ତି, ମଣ୍ଡଳ ସଭାପତି ବିଜୟ ଜେନା, ଯୁବନେତା ରମେଶ ଚନ୍ଦ୍ର ସ୍ବାଇଁ, ସନାତନ ରଥ, ଅଶୋକ ମହାନ୍ତି, ମାଗୁଣି ମହାଳିକ, ଗଦାଧର ଦାସ, ଜନାର୍ଦ୍ଦନ ଷଡ଼ଙ୍ଗୀ, ହିମାଂଶୁ ନାୟକ, ଚକ୍ରଧର ବେହେରା, ପ୍ରଶାନ୍ତ ମଲିକ, ଚିନ୍ତାମଣୀ ପୃଷ୍ଟି ପ୍ରମୁଖ ଯୋଗଦେଇ ଯୁବନେତା ମଲ୍ଲିକଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?