ବରିଷ୍ଠ ନାଗରିକ ପରିଷଦର ବୈଠକ:ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ସଭାପତି ଦାୟିତ୍ୱ

ଢେଙ୍କାନାଳ ଅଫିସ,୩ା୯

ଢେଙ୍କାନାଳ ଭାଗୀରଥିସାଗର ନିକଟସ୍ଥ ପିପାର ସଭା ଗୃହରେ ସଂଘ ସଭାପତି ଦୁର୍ଗା ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜିଲା ବରିଷ୍ଠ ନାଗରିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଭ୍ୟ ଯୋଗ ଦେଇଥିଲେ। ପରିଷଦ ପକ୍ଷରୁ ସାମାଜିକ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଗଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବସରପ୍ରାପ୍ତ ବରିଷ୍ଠ ଜିଲାଜଜ୍‌ ଅଜିତ କୁମାର ପଟ୍ଟନାୟକ, ଜିଲାଜଜ୍‌ ସରୋଜ କୁମାର ସାହୁ, ଅବସରପ୍ରାପ୍ତ ପ୍ରିନ୍ସିପାଲ୍‌ ହରେକୃଷ୍ଣ କର, ଅଜୟ କୁମାର ମିଶ୍ର, ଧର୍ମାନନ୍ଦ ପୃଷ୍ଟି, ପ୍ରକାଶ ଚନ୍ଦ୍ର ନନ୍ଦ, ଅବସରପ୍ରାପ୍ତ ଡିଏଫଓ ନୀଳମଣି ମହାରଣା, ସାମାଜିକକର୍ମୀ ଗଗନ ବିହାରୀ ନନ୍ଦ, ଅବସରପ୍ରାପ୍ତ ଗ୍ରାମ୍ୟ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଦିବାକର ନାୟକ, ସୁବାସ ଚନ୍ଦ୍ର ଶତପଥୀଙ୍କ ସମେତ ୧୨ ଜଣ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର, ଆଇନ୍‌ ପ୍ରଫେସର ଓ ଓଡ଼ିଶା ଜୁଡିସିଆଲ ଏକାଡେମୀର ଫାକଲ୍ଟି ମେମ୍ବର ଶିଶିର କୁମାର ପ୍ରଧାନଙ୍କ ସମେତ ପ୍ରାୟ ୮୦ ଜଣ ନୂତନ ସଦସ୍ୟଙ୍କୁ ସ୍ବାଗତ କରାଯାଇଥିଲା। ସଂଘର ନିୟମାବଳୀ (ବାଇଲ)କୁ ପୂର୍ଣ୍ଣ ଭାବରେ ଆଲୋଚନା କରି ଗୃହୀତ କରାଗଲା। ଏହି ଅବସରରେ ନୂତନ କର୍ମକର୍ତ୍ତା ଓ ମୁଖ୍ୟ ଉପଦେଷ୍ଟା କାର୍ଯ୍ୟଭାର ଗ୍ରହଣ କଲେ। ସଭାପତି ଭାବେ ଅବସରପ୍ରାପ୍ତ ଜିଲା ଜଜ୍‌ ଦୁର୍ଗାଚରଣ ମିଶ୍ର, ଓଡ଼ିଶା ସରକାରଙ୍କ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ଶାସନ ସଚିବ ଗୁଣଧର ମିଶ୍ରଙ୍କୁ ସମ୍ପାଦକ, ଭାରତୀୟ ସ୍ଥଳ ସେନାର ପୂର୍ବତନ କର୍ଣ୍ଣେଲ ଅନନ୍ତ ଚରଣ ବେହେରାଙ୍କୁ କାର୍ଯ୍ୟକାରୀ ସଭାପତି, ନାଲକୋର ପୂର୍ବତନ ଡିଜିଏମ୍‌ ଭାଗିରଥୀ ମହାପାତ୍ର ଅତିରିକ୍ତ ସମ୍ପାଦକ ଦାୟିତ୍ୱ ଗ୍ରହଣ ପାଇଁ ମନୋନୀତ କରାଯାଇଥିଲା। ସେହିପରି ବିନାୟକ ଶତପଥୀଙ୍କୁ ସହକାରୀ ସମ୍ପାଦକ, ଶିକ୍ଷାବିତ୍‌ ଡ. ସୁସନ୍ଧ୍ୟା ମହାନ୍ତି, ପୂର୍ବତନ ଭିଜିଲାନ୍ସ ଏସ୍‌ପି ଅକ୍ଷୟ କୁମାର ସାହୁ, ପୂର୍ବତନ ଏସ୍‌ପି ଶରତ କୁମାର ସାହୁ, ସାମାଜିକକର୍ମୀ ଯୋଗୀନାଥ ମହାନ୍ତି, କବି ବାହାଦୂର ପାଟସାହାଣୀ, ଶିକ୍ଷାବିତ ଶଶାଙ୍କ ଶେଖର ରଥ, ପୂର୍ବତନ ଜିଲା ପ୍ରାଣୀଧନ ଅଧିକାରୀ ମୋହିତ କୁମାର ଦାଶ ଓ ପୂର୍ବତନ ଆଇନ୍‌ ପ୍ରଫେସର ଶିଶିର କୁମାର ପ୍ରଧାନ ପ୍ରମୁଖ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ପ୍ରଫେସର ନିତ୍ୟାନନ୍ଦ ମିଶ୍ର, ସମାଜସେବୀ ପ୍ରଶାନ୍ତ ମିଶ୍ର, ସାମାଜିକକର୍ମୀ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଆଦିତ୍ୟ ସର, ପୂର୍ବତନ ଜିଲାଜଜ୍‌ ଅଜିତ କୁମାର ପଟ୍ଟନାୟକ ଓ ସରୋଜ ସାହୁ, ପୂର୍ବତନ ପ୍ରିନ୍ସିପାଲ୍‌ ହରେକୃଷ୍ଣ କର, ଅଜୟ କୁମାର ମିଶ୍ର, ଗଗନ ନନ୍ଦ, ଭାରତୀୟ ସେନାର ପୂର୍ବତନ କ୍ୟାପଟେନ୍‌ ଅଶ୍ୱିନୀ କୁମାର ବରାଳ, ପୂର୍ବତନ ବରିଷ୍ଠ ବ୍ୟାଙ୍କ ଅଧିକାରୀ ପ୍ରମୋଦ ପ୍ରସାଦ ନନ୍ଦ ଓ ପୂର୍ବତନ ବନଖଣ୍ଡ ଅଧିକାରୀ ନୀଳମଣି ମହାରଣା ପ୍ରଭୁତି ମୁଖ୍ୟ ପରାମର୍ଶଦାତା ବୋର୍ଡର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ଦିବାକର ନାୟକଙ୍କୁ ମୁଖ୍ୟ ସଂଘ ସମ୍ପ୍ରସାରଣ ଅଧିକାରୀ ଏବଂ ୧୦ଜଣ ସମ୍ପ୍ରସାରଣ ଅଧିକାରୀଙ୍କୁ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri