ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ କରୁଛନ୍ତି ତାହା ବି ଆମେ ଊଣା ଅଧିକେ ଦେଖିଛେ। ସେଥିରୁ ଅଧିକାଂଶ ସିନେମା ସୁପରହିଟ୍‌ ମଧ୍ୟ ହୋଇଛି। ହେଲେ ଗୋଟିଏ କୁକୁର ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଦୁଇଜଣ ବ୍ୟକ୍ତି ମୁହଁାମୁହିଁ ହେବା ଭଳି ରୋଚକ ଘଟଣା ଘଟିଛି ହରିୟାଣାର ଫତେହାବାଦ ଅଞ୍ଚଳରେ। ଏପରି କି, ପ୍ରକୃତ ମାଲିକ କିଏ ତାହା ସାବ୍ୟସ୍ତ କରିବାକୁ କଥାଯାଇଛି ବରଗଛ ଛୁଇଁ ଶପଥ ପାଠ କରିବା ଯାଏ।
ସିଟି ପୋଲିସ ଷ୍ଟେଶନ ହାଉସ୍‌ ଅଫିସର (ଏସ୍‌ଏଚ୍‌ଓ) ୟାଦବିନ୍ଦର ସିଂ କୁହନ୍ତି, ରଟ୍‌ଓ୍ବେଲର ପ୍ରଜାତିର କୁକୁରକୁ ନେଇ ଉପୁଜିଥିଲା ଏପରି ବିବାଦୀୟ ପରିସ୍ଥିତି। ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଉକ୍ତ କୁକୁର ଉପରେ ପ୍ରଥମେ ମାଲିକାନା ସାବ୍ୟସ୍ତ କରିଥିଲେ। ସେ ନିଜର ଅଭିଯୋଗରେ ଦର୍ଶାଇଥିଲେ ଯେ, ଏହି କୁକୁରଟି ତାଙ୍କର। ୬ଦିନ ପୂର୍ବରୁ ଗଳିରେ ବୁଲୁଥିବାବେଳେ ପ୍ରବୀଣ ନାମକ ଜଣେ ବ୍ୟକ୍ତି କୁକୁରଟିକୁ ନେଇଯାଇଥିଲେ। ଅନ୍ୟପଟେ କୁକୁରଟିକୁ ପାଳିଥିବା ନେଇ ପ୍ରବୀଣ ମଧ୍ୟ ଅନୁରୂପ ଭାବେ ଯୁକ୍ତି ବାଢ଼ିଥିଲେ। ୮ ଦିନ ପୂର୍ବରୁ ତାଙ୍କ କୁକୁରକୁ କେହି ଚୋରି କରି ନେଇଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। କୁକୁରଟିର ଦୁଇଜଣ ଦାବିଦାର ବାହାରିବା ପରେ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିଲା। ପ୍ରକୃତ ମାଲିକ କିଏ ଜାଣିବା ପାଇଁ କୁକୁରର ପରୀକ୍ଷା କରାଗଲା। ଦୁଇଜଣ ଦାବିଦାରଙ୍କୁ ବସାଇ କୁକୁରକୁ ଛଡ଼ାଗଲା। ହେଲେ କୁକୁରଟି ଦୁଇଜଣଙ୍କ ପାଖକୁ ଚାଲିଯାଇଥିଲା। ଥାନାରେ ୨ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରିଲାନାହିଁ। ଶେଷରେ ପଞ୍ଚାୟତକୁ କଥା ଗଲା।
ପଞ୍ଚାୟତ ସଦସ୍ୟଙ୍କ ନିକଟରେ ଦାବି ରଖିଲେ ଯେ, ଯଦି କୁକୁରର ପ୍ରକୃତ ମାଲିକ ବୋଲି ପ୍ରବୀଣ ଦାବି କରୁଛନ୍ତି, ତେବେ ସେ ବରଗଛକୁ ଛୁଇଁ ଶପଥ କରନ୍ତୁ। ଏହାପରେ ହିଁ କୁକୁରକୁ ତାଙ୍କୁ ହସ୍ତାନ୍ତର କରାଯିବ। ଦାବି ମୁତାବକ ପ୍ରବୀଣ ଶପଥ କରିବା ପରେ ସେ କୁକୁରର ପ୍ରକୃତ ମାଲିକ ବୋଲି ବିଶ୍ୱାସ ହୋଇଥିଲା ଏବଂ କୁକୁରଟିକୁ ତାଙ୍କୁ ପ୍ରଦାନ କରାଯାଇଥିଲା। ତେବେ ବରଗଛ ପାଇଁ କୁକୁରଟି ନିଜର ମାଲିକଙ୍କ ନିକଟରେ ପହଞ୍ଚତ୍ ପାରିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri