ବନ କର୍ମଚାରୀଙ୍କ ମାଡ଼ରେ ଡ୍ରାଇଭର ଲହୁଲୁହାଣ

ନୂଆଗାଁ,୧୧।୧୧(ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନ କର୍ମଚାରୀଙ୍କ ମାଡ଼ରେ ଜଣେ ଡ୍ରାଇଭର ଲହୁଲୁହାଣ ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ସିଙ୍ଗାରପଲି ପଞ୍ଚାୟତ ଶୁଣ୍ଢିଝୋଲା ନୂଆସାହିର ଅମୂଲ୍ୟ ବେହେରା ଓ ତାଙ୍କ ସ୍ତ୍ରୀ ମିତା ବେହେରାଙ୍କ ସମେତ ଗ୍ରାମବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଅମୂଲ୍ୟଙ୍କ ଦେହସାରା ମାଡ଼ ଚିହ୍ନ ରହିଛି। ଏହି ଘଟଣା ପରେ ସେ ଗୁରୁତର ହୋଇ ପଡିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶୁଣ୍ଢିଝୋଲା ଗ୍ରାମର ଅମୂଲ୍ୟ ବେହେରା ଜଣେ ଗାଡ଼ି ଚାଳକ। ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ ସେ ଗାଡ଼ି ଭଡ଼ା ସାରି ଘରକୁ ଫେରୁଥିଲେ। ଏହି ସମୟରେ ପେଟେଇଚଣ୍ଡୀ ଠାକୁରାଣୀଙ୍କ ପୀଠ ନିକଟରେ ଏକ ବୋଲେରୋରେ ଥିବା କେତେଜଣ ବ୍ୟକ୍ତି ତାଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ସ୍ଥାନ ସମ୍ପୂର୍ଣ୍ଣ ନିଛାଟିଆ ଥିଲା। ପୂର୍ବରୁ ସେହି ସ୍ଥାନରେ ଏକାଧିକ ଥର ଡକାୟତ ହୋଇଥିବା ଜାଣି ଅମୂଲ୍ୟ ଗାଡ଼ି ନ ରଖି ପଳାଇ ଆସିଥିଲେ। ହେଲେ ବୋଲେରୋରେ ଥିବା ବ୍ୟକ୍ତିମାନେ ତାଙ୍କୁ ପିଛା କରିଥିଲେ। ଏ କଥା ଜାଣିବା ପରେ ଅମୂଲ୍ୟ ନିଜ ଗାଡ଼ିର ବେଗ ବଢାଇ ନିଜ ଘର ପାଖକୁ ଚାଲି ଆସିଥିଲେ। ହେଲେ ବୋଲେରୋରେ ଥିବା ବ୍ୟକ୍ତିମାନେ ସେଠାରେ ପହଞ୍ଚତ୍ ଯିବାରୁ ଅମୂଲ୍ୟ ଭୟରେ ଗାଡ଼ି ଛାଡି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ହେଲେ ବୋଲେରୋରେ ଥିବା ଖାକିପୋଷାକ ପିନ୍ଧିଥିବା ବ୍ୟକ୍ତିମାନେ ତାଙ୍କ ଉପରକୁ ଲାଠି ଫୋପାଡ଼ିବାରୁ ସେ ସେଠାରେ ପଡିଯାଇଥିଲେ। ଏହାର ସୁଯୋଗ ନେଇ ସେହି ବ୍ୟକ୍ତିମାନେ ତାଙ୍କୁ କାବୁ କରି ଗ୍ରାମ ବାହାକୁ ନେଇ ନିସ୍ତୁକ ପିଟିଥିଲେ। ଏହି ସମୟରେ ଗ୍ରାମର ରୀନା ଗୁରୁ ନାମକ ଜଣେ ମହିଳା ସେଠାରେ ଥିବା ନଳକୂପ ନିକଟରେ ଗାଧୋଉଥିଲେ। ସେ ଏହି ଘଟଣା ଦେଖି ଅମୂଲ୍ୟଙ୍କ ସ୍ତ୍ରୀ ମିତାଙ୍କୁ ଖବର ଦେଇଥିଲେ ା ମିତା ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିମାନେ ସେଠାରୁ ପଳାଇ ଯାଇଥିଲେ। ପରେ ଅମୂଲ୍ୟଙ୍କୁ ପିଟିଥିବା ବ୍ୟକ୍ତିମାନେ ମହିପୁର ବନ କର୍ମଚାରୀ ବୋଲି ସୂଚନା ମିଳିଥିଲା। ଏ ସଂକ୍ରାନ୍ତରେ ମହିପୁର ଫରେଷ୍ଟ ଗାର୍ଡ ଶ୍ରଦ୍ଧାଞ୍ଜଳୀ ସାହୁଙ୍କୁ ପଚାରିବାରୁ ଆମେ ବାଡେଇନୁ, ବାଡ଼ି ଫୋପାଡିବାରୁ ତାଙ୍କ ଦେହରେ ବାଜିଥିଲା। ସେ ତଳେ ପଡିଯାଇଥିଲେ ବୋଲି କହିଛନ୍ତି। ଫରେଷ୍ଟର ସୂର୍ଯ୍ୟ ମହାରଣା ଏହି ଘଟଣାକୁ ପ୍ରଥମେ ଫାଙ୍କି ଦେବାକୁ ଚେଷ୍ଟା କରିଥିଲେ। ତାଙ୍କ କହିବା କଥା ଆମେ କେବଳ ଅମୂଲ୍ୟଙ୍କୁ ଧରିବା ପାଇଁ ଗୋଡ଼ାଇ ଥିଲୁ ା ତା’ପରେ ସେ ଗାଡ଼ି ଛାଡି ପଳାଇଥିଲେ। ଗାଡ଼ି ଖାନତଲାସି କରିଥିଲୁ। ହେଲେ କିଛି ପାଇ ନ ଥିଲୁ। ଅନ୍ୟପକ୍ଷେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ଘଟଣା ବାବଦରେ ପଚାରିବାରୁ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢିବା ସହ ଆମ ଟିମ୍‌କୁ ଦେଖି ସେ ଗାଡ଼ି ଅଟକାଇ ନ ଥିଲେ ା ଫଳରେ କର୍ମଚାରୀମାନେ ରାଗରେ ପିଟି ଥାଇ ପାରନ୍ତି। ପରେ ତାଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ପ୍ରତିଦିନ ଜଙ୍ଗଲରୁ କାଠ ଲୁଟ୍‌ ଚାଲିଛି ା ଜଣେ ହେଲେ କାଠ ମାଫିଆକୁ ଧରି ପାରୁ ନ ଥିବା ବନ ବିଭାଗ କର୍ମଚାରୀ ଜଣେ ନିର୍ଦ୍ଦୋଷ ଡ୍ରାଇଭରଙ୍କୁ ସନ୍ଦେହରେ ମାଡ଼ ମାରି ଲହୁଲୁହାଣ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ା ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri