Posted inପୁରୀ

ବନ୍ଦ ହେଲା ମନ୍ଦାରବସ୍ତ ସାପ୍ତାହିକ ହାଟ

କଣାସ,୩୧ା୩(ସ୍ବ.ପ୍ର.)- କରୋନାର ବଢ଼ୁଥିବା ପ୍ରଭାବ ଯୋଗୁ ସାରା ପୃଥିବୀ ସ୍ତମ୍ଭୀଭୂତ ହୋଇପଡିଛି। ଏହାର ମୁକାବିଲା କରିବାକୁ ସରକାର ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ବହୁ ସମର୍ଥନ ମଧ୍ୟ ମିଳୁଛି। କିନ୍ତୁ ପୁରୀ ଜିଲା କଣାସ ବ୍ଲକରେ ଅନେକ ବ୍ୟକ୍ତି ଲକଡାଉନ ନ ମାନି ବାହାରେ ବୁଲୁଥିବାବେଳେ ହାଟଗୁଡ଼ିକରେ ଅଯଥା ଭିଡ଼ କରୁଛନ୍ତି। ଏଥିପାଇଁ ସ୍ଥାନୀୟ ମନ୍ଦାରହାଟର ସାପ୍ତାହିକ ହାଟକୁ ପୋଲିସ ହସ୍ତକ୍ଷେପ କରି ବନ୍ଦ କରିଦେଇଛି। ଲକଡାଉନକୁ ସମର୍ଥନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରତି ଗ୍ରାମ ବୁଲି ସଚେତନ କରାଯାଉଛି। କିନ୍ତୁ ଲୋକମାନେ ଏହାକୁ ମାନୁ ନ ଥିବାରୁ ପୋଲିସ, ତହସିଲଦାର ଓ ବିଡିଓଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ସୋମବାର କଣାସଠାରେ ହେଉଥିବା ସାପ୍ତାହିକ ହାଟରେ ଏପରି ଜନଗହଳି ହୋଇଥିଲା ଯେ ପ୍ରଶାସନ ଲୋକଙ୍କୁ ହଟାଇବାରେ ବହୁ ହଇରାଣ ହୋଇଥିଲେ। ମଙ୍ଗଳବାର ଗଡସାନପୁଟ ପଞ୍ଚାୟତର ମନ୍ଦାରବସ୍ତଠାରେ ସାପ୍ତାହିକ ହାଟ ପାଳି ଥିବାରୁ ଧୀରେ ଧୀରେ ଲୋକଙ୍କ ଭିଡ଼ ହେବାକୁ ଲାଗିଥିଲା। ଖବରପାଇ କଣାସ ଥାନା ଆଇଆଇସି ତପନ ରାଉତ, ତହସିଲଦାର ଉମାକାନ୍ତ ରାଉତ ପୋଲିସ ଫୋର୍ସ ସହ ପହଞ୍ଚିବାପରେ ଲୋକେ ଦୌଡ଼ିବାକୁ ଲାଗିଥିଲେ। ପରେ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ହାଟକୁ ବନ୍ଦ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri