ବନୀକରଣରେଅନିୟମିତତା, ଫରେଷ୍ଟର, ଗାର୍ଡ ନିଲମ୍ବିତ

କେନ୍ଦୁଝର/ ଘଟଗଁ। , ୧୫ା୨(ସ୍ବ.ପ୍ର./ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକସନ୍‌ ଅଧୀନସ୍ଥ ଆଡକଟା ଜଙ୍ଗଲରେ ବନୀକରଣରେ ଅନିୟମିତତା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ସମ୍ପର୍କରେ ଡିଏଫଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ୨୦ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ବହୁ ସଂଖ୍ୟାରେ ମୂଲ୍ୟବାନ ଗଛ କଟାଯାଇଥିଲା ା ଏହାର ଭରଣା ଲାଗି ଏନଏଚଏଆଇ ଓ ବନ ବିଭାଗ ମଧ୍ୟରେ ଚୁକ୍ତି ହୋଇ ବନୀକରଣ କରାଯାଇଥିଲା ା ଏନଏଚଏଆଇ ଏହି ବନୀକରଣ ବାବଦକୁ ଅର୍ଥ ଖର୍ଚ୍ଚ କରିଥିଲା ା ଏହି ଅର୍ଥରେ ଘଟଗାଁ ରେଞ୍ଜ ବାରବାଙ୍କ ଜଙ୍ଗଲରେ ଦେଢ ଲକ୍ଷ ନୂତନ ଗଛ ଲଗାଯାଇଥିବା ସୂଚନାଫଳକରେ ଉଲ୍ଲେଖ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୫୦୧.୬୦ ହେକ୍ଟର ପରିମିତ ଜଙ୍ଗଲରେ ଏହି ବନୀକରଣ କରାଯାଇଥିଲା ା ତେବେ ଯେତିକି ସଂଖ୍ୟାରେ ଗଛ ଲଗାଯିବା କଥା ତା’ଠାରୁ କମ ଗଛ ଲଗାଯାଇଥିବା ନେଇ ବନ ବିଭାଗ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ା ଅଭିଯୋଗ ପାଇବା ପରେ କେନ୍ଦୁଝର ଡିଏଫଓ ଏହାର ତଦନ୍ତ ଲାଗି ଏସିଏଫଙ୍କୁ ଆଦେଶ ଦେଇଥିଲେ ା ତେବେ ତଦନ୍ତ ବେଳେ ଅନିୟମିତତା ହୋଇଥିବା ଜଣାପଡିବାରୁ ଡିଏଫଓ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଓ ଏଥିନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ା
ଏନେଇ ଏସିଏଫ ଘନଶ୍ୟାମ ମହାନ୍ତ କହିଛନ୍ତି ଯେ, ତଦନ୍ତ ବେଳେ କମ ଗଛ ଲଗାଯାଇଥିବା ଜଣାପଡିଥିଲା ା ଏଥିସହ ସାର ଓ ପାଣି ଦେବା ପାଇଁ କାୈଣସି ଗଛ ନିକଟରେ ଗାତ ଖୋଳା ଯାଇ ନ ଥିବା, କୋଡାଖୋସା ଓ ଯତ୍ନ ଅଭାବରୁ ଅନେକ ଗଛ ମରିଯାଇଥିବା ଯାଞ୍ଚ ବେଳେ ଜଣାପଡିଥିଲା ା ତେବେ ତଦାରଖ ଦାୟିତ୍ୱରେ ଥିବା ଅନ୍ୟମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ା ସେହିପରି ଜିଲାର ଅନ୍ୟାନ୍ୟ ସ୍ଥାନରେ କଟା ଗଛର ଭରଣା ଲାଗି ହୋଇଥିବା ବନୀକରଣ ଗୁଡିକ ଯାଞ୍ଚ କଲେ ଅନିୟମିତତା ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି ା ସୂଚନା ଯୋଗ୍ୟ ପୂର୍ବରୁ ପାଟଣା ରେଞ୍ଜରେ ଏଭଳି ବନୀକରଣରେ ଅନିୟମିତତା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri