ବଦଳୁଛି ଶ୍ରୀକ୍ଷେତ୍ର

ବିମଳ ପ୍ରସନ୍ନ ଦାସ
ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେ ସମ୍ପର୍କ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। କାରଣ ସେ ଅନନ୍ୟ, ଅମୃତମୟ, ଅନିର୍ବଚନୀୟ ଏବଂ ଅନ୍ତର୍ଯ୍ୟାମୀ। ସେ କେବଳ ଅନୁଭବର ଓ ଉପଲବ୍ଧିର ଠାକୁର। ସକଳ ରହସ୍ୟର ରହସ୍ୟ ହେଲେ ବି ଓଡ଼ିଆ ଜାତିର ଏକାନ୍ତ ଅନ୍ତରଙ୍ଗ ଓ ପରମ ଆତ୍ମୀୟ। ଠାକୁର କହିଲେ ସେ ଶ୍ରୀଜଗନ୍ନାଥଙ୍କୁ ବୁଝେ। ଶ୍ରୀକ୍ଷେତ୍ର ତା’ର ମହାନ ତୀର୍ଥ, ପୁରୁଷୋତ୍ତମ କ୍ଷେତ୍ର ନିତ୍ୟ ବୈକୁଣ୍ଠ ଓ ଶ୍ମଶାନ ସ୍ବର୍ଗଦ୍ୱାର। ପ୍ରତି ଧୂଳିକଣା ପବିତ୍ର। ହତାଶା ଓ ନିରାଶାରେ ଭାଙ୍ଗି ପଡୁଥିବା ଜୀବନ ସେଠି ଶାନ୍ତି ପାଏ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ତାଙ୍କର କାଳଜୟୀ କୃତି ନୀଳଶୈଳ ଉପନ୍ୟାସରେ ଲେଖିଛନ୍ତି, ଶ୍ରୀଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ସ୍ଥିତି ନାହିଁ। ସେହିପରି ମନୋଜ ଦାସଙ୍କ ଭାଷାରେ ‘ଶ୍ରୀଜଗନ୍ନାଥ ଆମ ଅପୂର୍ଣ୍ଣତାର ପ୍ରତିନିଧି କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି।’ ଶ୍ରୀଜଗନ୍ନାଥ ସାରା ଜଗତର ମାନବଜାତିର ଆରାଧ୍ୟ। କୌଣସି ସମ୍ପ୍ରଦାୟ ମଧ୍ୟରେ ସେ ସୀମିତ ନୁହନ୍ତି। ସେଥିପାଇଁ ଯବନ କବି ଭକ୍ତ ସାଲବେଗଙ୍କ ଆକୁଳ ପ୍ରାର୍ଥନା ସେ ଘେନା କରିଛନ୍ତି- ”ସାତଶ ପଚାଶ କୋଶ ଚାଲି ନ ପାରଇ, ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି।“ ତାହା ହିଁ ହୋଇଛି। ଭକ୍ତ ଓ ଭଗବାନଙ୍କ ଅଲୌକିକ ସମ୍ପର୍କ ପ୍ରମାଣିତ ହୋଇଛି। ବଡ଼ଦାଣ୍ଡରେ ଜନସମୁଦ୍ର ଭିତରେ ରଥ ଅଟକି ରହିଛି।
ସାରା ବିଶ୍ୱର ସେ ଆରାଧ୍ୟ, ତାଙ୍କ ବିଜେସ୍ଥଳୀ (ପୁରୀ)କୁ ବିଶ୍ୱସ୍ତରୀୟ କରି ଗଢ଼ିତୋଳିବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସଙ୍କଳ୍ପ ନିଶ୍ଚିତ ଅଭିନନ୍ଦନୀୟ। ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଜୀବନବ୍ୟାପୀ ସାଧନା, ସେବା ଓ ପ୍ରାର୍ଥନାର ପ୍ରତୀକ ଶ୍ରୀମନ୍ଦିର ଓ ଦାରୁଦେବତା। ଏହା ଭିତରେ ଶହ ଶହ ବର୍ଷ ଅତିବାହିତ ହୋଇଗଲାଣି। ସେହି ପବିତ୍ର ତୀର୍ଥକ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବଦ୍ଧପରିକର ଓ ସେ ଦିଗରେ ଯେଉଁ ସ୍ଥାନୀୟ ବ୍ୟକ୍ତି ଓ ଅନୁଷ୍ଠାନ ସ୍ବତଃସ୍ଫୂର୍ତ୍ତ ଶ୍ରଦ୍ଧା ଓ ସହଯୋଗର ହାତ ବଢ଼ାଉଛନ୍ତି ସେମାନେ ନିଶ୍ଚୟ ଧନ୍ୟ।
ବିଚାରପତି ବିମଳ ପ୍ରସାଦ ଦାସଙ୍କୁ ନେଇ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି, ମନ୍ଦିର ଚାରିପଟେ ୭୫ ମିଟର ପରିମିତ ଅଞ୍ଚଳ ପରିଷ୍କାର କରିବା ଜରୁରୀ। କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ଦିଗରେ ବହୁ ପୁରାତନ ମଠ ଓ ଅନୁଷ୍ଠାନର ଅପସାରଣ ହୋଇଛି। ଏପରି ଏକ ମହତ୍‌ ଉଦ୍ଦେଶ୍ୟରେ ୭୫% ଘରୋଇ ଜମି ଅଧିଗ୍ରହଣ କରିବା ଅନିବାର୍ଯ୍ୟ ଥିବାବେଳେ ଯେଉଁ ସ୍ଥାନୀୟ ବାସିନ୍ଦାମାନେ ଶ୍ରୀମନ୍ଦିର ନିରାପତ୍ତାବଳୟକୁ ସମର୍ଥନ କରିଛନ୍ତି ଓ ନିଜ ନିଜର ଜମିକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସ୍ବେଚ୍ଛାରେ ଅର୍ପଣ କରିଛନ୍ତି ଓ କରୁଛନ୍ତି ସେମାନେ ଧନ୍ୟବାଦାର୍ହ। ପୁରୀ ସହର ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ିଉଠିବ। ଏଥିନିମନ୍ତେ ୫୦୦ କୋଟି ଅର୍ଥ ବରାଦ ରାଜ୍ୟ ସରକାର କରିଛନ୍ତି। ବାସ୍ତବରେ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗର୍ବ ଓ ସବୁକିଛି। ସେ ହିଁ ଓଡ଼ିଆର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।
ଜଗନ୍ନାଥ କାଞ୍ଚି ଅଭିଯାନ ସମୟରେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ। ଗଜପତି ପୁରୁଷୋତ୍ତମ ଦେବଙ୍କୁ ଏହା ଜଣାଇଦେବା ପାଇଁ ମାଣିକ ଗଉଡୁଣୀ ପାଖରୁ ଦହି ଖାଇ ଦୁଇ ଭାଇ ସ୍ବୟଂ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କଳା ଓ ଧଳା ଘୋଡ଼ାରେ ସୈନିକ ବେଶରେ ଯିବାବେଳେ ପ୍ରଭୁ ଶ୍ରୀଜଗନ୍ନାଥ ମାଣିକକୁ ଦହିର ମୂଲ୍ୟ ବାବଦକୁ ସ୍ବହସ୍ତର ମୁଦ୍ରିକା ବନ୍ଧା ଦେଇଛନ୍ତି। ମାଣିକ ସେ ମୁଦ୍ରିକା ଗଜପତିଙ୍କୁ ଦେଇ ଘଟଣାର ବର୍ଣ୍ଣନା କରିଛି। ତା’ପରେ ଗଜପତି ସେ ଗ୍ରାମକୁ ‘ମାଣିକପାଟଣା’ ନାମରେ ନାମିତ କରିଛନ୍ତି। ଆଜି ତାହା ଇତିହାସ ଓ ଅବିସ୍ମରଣୀୟ ବିରଳ କିମ୍ବଦନ୍ତୀ। ଏହିପରି ଓଡ଼ିଆ ଜାତିର ଗୌରବ ରକ୍ଷା ପାଇଁ ପ୍ରଭୁ ସୈନିକ ପାଲଟି ଯାଇଛନ୍ତି। ସୁତରାଂ ଯେଉଁମାନେ ନିଜ ନିଜର ସ୍ଥାବର ସମ୍ପତ୍ତିକୁ ତାଙ୍କୁ ସମର୍ପଣ କରି ଦାରୁଦେବତାଙ୍କଠାରେ ସମର୍ପିତ ହୋଇଯିବାର ବିରଳ ସୁଯୋଗ ଲାଭ କରୁଛନ୍ତି, ସେମାନେ ଯଥାର୍ଥରେ ଧନ୍ୟ। ଏ ଘଟଣା କାଳକାଳକୁ ଇତିହାସର ଗୌରବୋଜ୍ଜ୍ୱଳ ଅଧ୍ୟାୟ ହୋଇ ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ୪୦ ଦିନ ମଧ୍ୟରେ ୭୫% ଘରୋଇ ଜମି ଅଧିଗ୍ରହଣ ସମ୍ଭବ ହୋଇଛି। ସାରା ଦେଶରେ ଏହା ଏକ ଅଭୂତପୂର୍ବ ସଫଳତା। ମହାପ୍ରଭୁଙ୍କ ପାଇଁ ଲୋକେ ନିଜର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଓ ଲଜିଂ ଆଦି ଦାନ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସବୁ ତାଙ୍କରି ଇଚ୍ଛା ଓ ପ୍ରେରଣାରେ ସମ୍ଭବ ହୋଇଛି। ତାଙ୍କ ଶ୍ରୀଚରଣରେ ପୂର୍ଣ୍ଣ ସମର୍ପିତ ହୋଇ କାର୍ଯ୍ୟ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ। ଜିଲା ପ୍ରଶାସନ, ସମ୍ପୃକ୍ତ କର୍ମଚାରୀ ଛୁଟି ଓ ରବିବାରରେ ମଧ୍ୟ ପ୍ରଭୁଙ୍କ ପ୍ରେରଣା ଓ କରୁଣାରେ ଉଦ୍‌ବୁଦ୍ଧ ହୋଇ ଏକ ସମର୍ପିତ ଚେତନାରେ କାର୍ଯ୍ୟରତ। ଈଶ୍ୱରୀୟ ସ୍ପର୍ଶ ଅସମ୍ଭବକୁ ସମ୍ଭବ କରୁଛି।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?