ବଦଳିଲା ଅନୁଗୋଳ ଏସ୍‌ପିଙ୍କ ଟିମ୍‌: ୪ ଥାନା ଅଧିକାରୀ,୧୪ ଏସ୍‌ଆଇ ଓ ୧୭ ଏଏସ୍‌ଆଇଙ୍କ ବଦଳି

ଅନୁଗୋଳ ଅଫିସ, ୩।୧୦ – ଅନୁଗୋଳ ଜିଲା ପୋଲିସରେ ବୁଧବାର ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ନୂଆ ଏସ୍‌ପି ଜଗମୋହନ ମୀନା ଆସିବା ପରେ ତାଙ୍କ ଟିମ୍‌ ପ୍ରଥମ ଥର ପାଇଁ ବଦଳାଇଛନ୍ତି। ଜିଲାର ୪ଟି ଥାନା ଅଧିକାରୀଙ୍କ ବଦଳି ହୋଇଥିବାବେଳେ ୧୪ ଜଣ ଏସ୍‌ଆଇ ଓ ୧୭ ଜଣ ଏଏସ୍‌ଆଇଙ୍କ ବଦଳି ହୋଇଛି। ଏମାନଙ୍କୁ ମିଶାଇ ମୋଟ ୩୫ ଜଣ ଅଧିକାରୀଙ୍କ ଅଦଳ ବଦଳ ହୋଇଥିବା ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ଚିଠି ନଂ.୧୮୦୬ରେ ଦର୍ଶାଯାଇଛି।
ମିଳିଥିବା ସୂଚନା ମୁତାବକ, ଅନୁଗୋଳ ଥାନାରେ ଏଏସ୍‌ଆଇ ଥିବା ଜୟଚନ୍ଦ୍ର ସାହୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ବସ୍‌ଷ୍ଟାଣ୍ଡ ଫାଣ୍ଡି ଦାୟିତ୍ୱ ଦିଆଯାଇଛି। ନାଲ୍‌କୋ ଥାନା ଅଧିକାରୀ ଭାବେ ସରୋଜିନୀ ସମଦଙ୍କୁ ଜିଲା ମୁଖ୍ୟ କାର୍ଯ୍ୟାଳୟରୁ ବଦଳି କରାଯାଇଛି। ନାଲ୍‌କୋ ଥାନାରେ ଥିବା ଗୀତାଞ୍ଜଳି ସାହୁଙ୍କୁ ବନ୍ତଳା ଥାନା, ବନ୍ତଳା ଥାନାରେ ଥିବା ପ୍ରଦୀପ କୁମାର ପ୍ରଧାନଙ୍କୁ ଜରପଡ଼ା ଥାନା, ଜରପଡ଼ା ଥାନାରେ ଥିବା ଦୀପିକା ଦେବୀରାୟଙ୍କୁ ଏନ୍‌ଟିପିସି ଥାନାକୁ ବଦଳି କରାଯାଇଛି। ସେହିପରି ନାଲ୍‌କୋ ଥାନାରେ ଥିବା ଏସ୍‌ଆଇ ଅନ୍ନପୂର୍ଣ୍ଣା ପାତ୍ର, ସଂଘମିତ୍ରା ଶତପଥୀଙ୍କୁ ବନ୍ତଳା ଥାନା,
ଛେଣ୍ଡିପଦା ଥାନାରେ ଥିବା ଏସ୍‌ଆଇ ବିଜୟ କୁମାର ସ୍ବାଇଁଙ୍କୁ ନାଲକୋ ଥାନା, ଜରପଡ଼ା ଥାନାରେ ଥିବା ଏସ୍‌ଆଇ ବରେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଜରପଡ଼ା ଥାନା, ତାଳଚେର ଥାନାରେ ଥିବା ଏସ୍‌ଆଇ ଗୋଲବଦନ ମାଝିଙ୍କୁ ଅନୁଗୋଳ ଥାନା, ଏନ୍‌ପିସି ଥାନାରେ ଥିବା ଏସ୍‌ଆଇ ଜମୁନା ମାରାଣ୍ଡିଙ୍କୁ ଅନୁଗୋଳ ଥାନା, କଣିହଁା ଥାନାରେ ଥିବା ଏସ୍‌ଆଇ ମାନସ କୁମାର ମହାକୁଡ଼ଙ୍କୁ ତାଳଚେର ଥାନା, ପାଲଲହଡ଼ା ଥାନାରେ ଥିବା ଏସ୍‌ଆଇ ବିନୋଦ ବିହାରୀ ଗଡ଼ନାୟକଙ୍କୁ ନିଶା ଥାନା, ପୋଲିସ ମୁଖ୍ୟାଳୟରେ ଥିବା ଏସ୍‌ଆଇ ସୁରେଶ ଚନ୍ଦ୍ର ବେହେରାଙ୍କୁ ଠାକୁରଗଡ଼ ଥାନା, ଏସ୍‌ଆଇ ରଞ୍ଜିତା ସାହୁଙ୍କୁ ସମଲ ଥାନା, ଏସ୍‌ଆଇ ଦିଲୀପ କୁମାର ସାହୁଙ୍କୁ ଅନୁଗୋଳ ଏସ୍‌ଡିପିଓ କାର୍ଯ୍ୟାଳୟ, ଏସ୍‌ଆଇ ପ୍ରମୋଦ କୁମାର ନାଏକଙ୍କୁ ବନ୍ତଳା ଥାନା, ଠାକୁରଗଡ଼ା ଥାନାରେ ଥିବା ଏସ୍‌ଆଇ ଶଶୀଭୂଷଣ ବେହେରାଙ୍କୁ ପୋଲିସ ମୁଖ୍ୟାଳୟ, ଛେଣ୍ଡିପଦା ଥାନାରେ ଥିବା ଏସ୍‌ଆଇ ଅବ୍‌ଦୁଲ ୱାଜିମ୍‌ ଖାନ୍‌ଙ୍କୁ ବାଗେଡ଼ିଆ ବିଟ୍‌ ହାଉସକୁ ବଦଳି କରାଯାଇଛି। ସେହିପରି ବଦଳି ଥିବା ୧୭ ଏଏସ୍‌ଆଇଙ୍କ ମଧ୍ୟରେ ଆଠମଲ୍ଲିକ ଥାନାରେ ଥିବା ଏଏସ୍‌ଆଇ କାର୍ତ୍ତିକ ବେହେରାଙ୍କୁ ଜିଲା ପୋଲିସ ମୁଖ୍ୟାଳୟ, କିଶୋରନଗର ଥାନାରେ ଥିବା ଏଏସ୍‌ଆଇ ପାତୋ ଓରାମ୍‌ଙ୍କୁ ନିଶା ଥାନା, ପାଲଲହଡ଼ା ଥାନାରେ ଥିବା ଏଏସ୍‌ଆଇ ବୁଦ୍ଧିମାନ ସେଠୀଙ୍କୁ ଅନୁଗୋଳ ଥାନା, ତାଳଚେର ଏସ୍‌ଡିପିଓ କାର୍ଯ୍ୟାଳୟରେ ଥିବା ଏଏସ୍‌ଆଇ ସନାତନ ମହାରଣାଙ୍କୁ ବଇଣ୍ଡା ବିଟ୍‌ ହାଉସ, ପୋଲିସ ମୁଖ୍ୟାଳୟରେ ଥିବା ଏଏସ୍‌ଆଇ ସରୋଜିନୀ ବାଘଙ୍କୁ ଅନୁଗୋଳ ଥାନା, ଏନ୍‌ଟିପିସି ଥାନାରେ ଥିବା ଏଏସ୍‌ଆଇ ଦିଲୀପ କୁମାର ଗଡ଼ନାୟକଙ୍କୁ ସେଣ୍ଟ୍ରାଲ କୋଲିୟରୀ ବିଟ୍‌ ହାଉସ, ବନ୍ତଳା ଥାନାରେ ଥିବା ଏଏସ୍‌ଆଇ ନେପାଲ ପୋଟାଙ୍କୁ ସାଉଥ ବଲଣ୍ଡା ଓପି, ନାଲକୋ ଥାନାରେ ଥିବା ଏଏସ୍‌ଆଇ ଭଗବାନ ସାହୁଙ୍କୁ ଅନୁଗୋଳ ଥାନା, ତାଳଚେର ଥାନାରେ ଥିବା ଏଏସ୍‌ଆଇ ପ୍ରମୋଦ କୁମାର ପ୍ରଧାନଙ୍କୁ ଗୋଡ଼ିବନ୍ଧ ଆଉଟପୋଷ୍ଟ, ବିକ୍ରମପୁର ଥାନାରେ ଥିବା ଏଏସ୍‌ଆଇ ଗୋକୁଳାନନ୍ଦ ବେହେରାଙ୍କୁ ତାଳଚେର ଥାନା, ବଅଁରପାଳ ଥାନାରେ ଥିବା ଏଏସ୍‌ଆଇ ସାରଦା ପ୍ରସାଦ ସାମନ୍ତଙ୍କୁ ଅନୁଗୋଳ ଥାନା, ଆଠମଲ୍ଲିକ ଥାନାରେ ଥିବା ଏଏସ୍‌ଆଇ ସନ୍ତୋଷ ସେଠୀଙ୍କୁ ତାଳଚେର ଥାନା, ଠାକୁରଗଡ଼ ଥାନାରେ ଥିବା ଏଏସ୍‌ଆଇ କରୁଣାକର ନନ୍ଦଙ୍କୁ ଟାପଢ଼ୋଲ ଆଉଟ୍‌ ପୋଷ୍ଟ, ପାଲଲହଡ଼ା ଏସ୍‌ଡିପିଓ କାର୍ଯ୍ୟାଳୟରେ ଥିବା ଏଏସ୍‌ଆଇ ତ୍ରିନାଥ ଦେହୁରୀଙ୍କୁ ରେଙ୍ଗାଳି ଥାନା, ବଇଣ୍ଡା ବିଟ୍‌ ହାଉସ୍‌ରେ ଥିବା ଏଏସ୍‌ଆଇ ରୁଦ୍ରଚନ୍ଦ୍ର ସାମଲଙ୍କୁ ହଣ୍ଡପା ଥାନାକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri