ବଦଳିବ ଶିଆଡିମାଳିଆର ରୂପରେଖ

ଆନନ୍ଦପୁର,୧୩। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ଥିବା ଐତିହାସିକ କିମ୍ବଦନ୍ତୀ ଶିଆଡିମାଳିଆର ମା’ ଧନେଇ ଠାକୁରାଣୀଙ୍କ ପାରିପାର୍ଶ୍ୱିକ ସ୍ଥିତି ବଦଳିବାକୁ ଯାଉଛି। ଶିଆଡିମାଳିଆର ୪୦୦ ଏକର ବିଶିଷ୍ଟ ପତିତ ଜମିରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା କେତେକାଂଶରେ ଉଦ୍ଧାର କରାଯାଇଛି। ଜବରଦଖଲରେ ରହିଥିବା ଅନ୍ୟ ଜମି ଗୁଡିକ କାଳକ୍ରମେ ଉଦ୍ଧାର କରାଯିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡିଛି। ତେବେ ବଣଜଙ୍ଗଲ ଭରା ଏହି ଐତିହାସିକ ପୀଠ ଧୀରେ ଧୀରେ ତାର ରୂପରେଖ ବଦାଳାଇବା ଆରମ୍ଭ କଲାଣି। ପ୍ରଶାସନିକ ସ୍ତରରେ ଚିହ୍ନଟ ହୋଇଥିବା ୪୦ ଏକରରୁ ଊର୍ଦ୍ଧ୍ୱ ସ୍ଥାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ତତ୍ପରତା ଦେଖାଦେଇଛି। ଆନନ୍ଦପୁର ପୌରପରିଷଦ ପକ୍ଷରୁ ଟ୍ରିଟ୍‌ମେଣ୍ଟପ୍ଲାଣ୍ଟ କରାଯିବା ନିମନ୍ତେ ୪ ଏକର ଜାଗା ଚିହ୍ନଟ କରାଯାଇଛି। ଏହି ପ୍ଲାଣ୍ଟରେ ବର୍ଜ୍ୟବସ୍ତୁକୁ ବିନିଯୋଗ କରାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି। ସେହିପରି ଓଭରହେଡ୍‌ ଟ୍ୟାଙ୍କ ପାଇଁ ୪ ଏକର ଜାଗା ଚିହ୍ନଟ, ଓ୍ବିଣ୍ଡ ପାଓ୍ବାର୍‌ ପ୍ଲାଣ୍ଟ ପାଇଁ ୮୦ ମିଟର୍‌ ଜାଗା ଚିହ୍ନଟ କରାଯାଇଛି। ସେହିପରି ୩୦ ଏକର ବିଶିଷ୍ଟ ପାଟ୍ଟକୁ ଉଦ୍ଧାର କରାଯାଇ ନୌକା ବିହାର କରାଯିବା ନିମନ୍ତେ ୧ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶିଆଡିମାଳିଆରେ କେନ୍ଦ୍ରୀୟ ବିଦ୍ୟାଳୟ। ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଆଡିମାଳିଆର ୮ ଏକର ଜାଗା ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି। ଜୁଲାଇ ୧୦ ତାରିଖରେ ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକାରୀ ହେବା ପାଇଁ ମୋହର ବି ଲାଗି ସାରିଛି। ଏହା କିଛି ଦିନ ସ୍ଥାନୀୟ ବ୍ରଜବନ୍ଧୁ ବିଦ୍ୟାପୀଠରେ କାର୍ଯ୍ୟକାରୀ କରାଯିବ। ପରେ ଶିଆଡିମାଳିଆରେ ନୂତନ ଗୃହ ହେଲେ ସେଠାକୁ ସ୍ଥାନାନ୍ତର କରାଯିବ। ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଶାଆଡିମାଳିଆ ଐତିହାସିକ ପୀଠରେ ସରକାରୀ ସ୍ତରରେ ବିଭିନ୍ନ ଅନଷ୍ଠାନ ଅବସ୍ଥାନ ହେବା ଘଟଣାକୁ ନେଇ ଆନନ୍ଦପୁର ଜନସାଧାରଣଙ୍କ ମହଲରେ ଖୁସି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri