ବଦଳାଇବାକୁ ହେବ ସ୍ବାସ୍ଥ୍ୟସେବାର ଚିତ୍ର

ଅରୁଣ ଦାସ

ସେଦିନ ମାଉସୀଙ୍କୁ ଭୀଷଣ ଜ୍ୱର ହୋଇଥିବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ। ଡାକ୍ତର କିଛି ଔଷଧ ଲେଖିଦେବା ସହ ରକ୍ତ ଓ ପରିସ୍ରା ପରୀକ୍ଷା ପାଇଁ କହିଲେ। ସେତେବେଳେ ସନ୍ଧ୍ୟା ହୋଇ ସାରିଥିବାରୁ ଆମେ ଘରକୁ ଫେରି ଆସିଥିଲୁ ଏବଂ ତା’ ପରଦିନ ସକାଳ ସାତଟା ତିରିଶ ମିନିଟରେ ପୁଣିଥରେ ପହଞ୍ଚିଥିଲୁ ରକ୍ତ ଓ ପରିସ୍ରା ପରୀକ୍ଷା ପାଇଁ। ପ୍ରଥମେ ଟୋକନ ଆଣିବା ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଲା। ପାଖାପାଖି ଏକଘଣ୍ଟା ପରେ ଆମକୁ ଟୋକନ ମିଳିଲା। ତା’ ପରେ ଯାଇ ପହଞ୍ଚିଲୁ ରକ୍ତ ପରୀକ୍ଷା କେନ୍ଦ୍ରରେ। ସେଠାରେ କାର୍ଯ୍ୟରତ ଦରଓ୍ବାନ ଆମଠାରୁ ଟୋକନ ନେଇ କହିଲେ ଯାଆନ୍ତୁ ଦୁଇଘଣ୍ଟା ପରେ ଆସିବେ। ମାଉସୀ ସେତେବେଳକୁ ଜ୍ୱରରେ ବ୍ୟତିବ୍ୟସ୍ତ ହେଉଥାଏ। ଦୁଇଘଣ୍ଟା ପରେ ଆସିଲାରୁ ସେମାନେ ରକ୍ତ ସଂଗ୍ରହ କରି ଚଉଦ ନମ୍ବର ରୁମ୍‌ରେ ଦାଖଲ କରିବା ପାଇଁ କହିଲେ। ତା’ ପରେ ଚଉଦ ନମ୍ବର ରୁମ୍‌ ପାଖକୁ ଗଲାବେଳକୁ ସେଠାରେ ମଧ୍ୟ ଲମ୍ବା ଧାଡି। ଶେଷରେ ଚଉଦ ନମ୍ବରରେ ଦାଖଲ କଲାବେଳକୁ ସେଠାରେ ଥିବା କର୍ମଚାରୀ କହିଲେ, ଯାଆନ୍ତୁ ରିପୋର୍ଟ ଆସି ଅପରାହ୍ଣ ଚାରିଟାରୁ ଛଅଟା ଭିତରେ ନେଇଯିବେ। ଭାରାକ୍ରାନ୍ତ ହୋଇ ଘରକୁ ଫେରିବା ବେଳେ ସାମାନ୍ୟ ଏହି ପରୀକ୍ଷାରେ କେମିତି ଆମର ଗୋଟାଏ ଦିନ ଚାଲିଗଲା ସେଇ କଥା ଖାଲି ମୋ ମନକୁ ଆନ୍ଦୋଳିତ କରୁଥାଏ।
ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତିଟି ମଣିଷକୁ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଦିଆଯାଇଛି। ସେହିପରି ଜାତିସଂଘର ଧାରା ୨୫ ଅନୁଯାୟୀ ପୃଥିବୀର ପ୍ରତିଟି ମଣିଷ ତା’ ପରିବାର ସହ ଆବଶ୍ୟକତା ଅନୁସାରେ ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ବାସ୍ଥ୍ୟସେବା ସହ ବିଭିନ୍ନ ସାମାଜିକ ସେବା ପାଇବାର ଅଧିକାରରୁ କେବେ ବି ବଞ୍ଚିତ ହେବନାହିଁ ବୋଲି ୧୯୪୮ ମସିହା ବିଶ୍ୱ ମାନବିକ ଅଧିକାର ଘୋଷଣାନାମାରେ ଆଲୋଚନା କରାଯାଇଛି। ଏହାର ମାତ୍ର ଦୁଇବର୍ଷ ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ପ୍ରତିଷ୍ଠା ହୋଇ ସମଗ୍ର ବିଶ୍ୱ ସ୍ବାସ୍ଥ୍ୟସେବାର ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇବାର ଆଭିମୁଖ୍ୟ ପୋଷଣ କରିଥିଲା। ଏସବୁ ପରେ ଏବେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତର ପ୍ରତିଟି ରାଜ୍ୟର ପ୍ରାଥମିକ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରଗୁଡିକରେ ନ୍ୟାଶ୍‌ନାଲ ହେଲ୍‌ଥ ମିଶନ, ଆୟୁଷ୍ମାନ ଭାରତ ଓ ନ୍ୟାଶ୍‌ନାଲ ମେଣ୍ଟାଲ ହେଲ୍‌ଥ କାର୍ଯ୍ୟକ୍ରମମାନ ଉପଲବ୍ଧ ହୋଇ ଆସୁଛି। ନିରାମୟ ଆଦି ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି।
ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରୋଗୀମାନଙ୍କ ପାଇଁ ଚବିଶ ଘଣ୍ଟିଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସରକାରୀ ସଂସ୍ଥା ଓ ଏନ୍‌ଜିଓ ମାଧ୍ୟମରେ ସହରଠୁ ଆରମ୍ଭ କରି ଅପହଞ୍ଚ ଗାଁଗଣ୍ଡାରେ ଯାଇ ସ୍ବାସ୍ଥ୍ୟଭିତ୍ତିକ ଜନସଚେତନତା କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉଛି। ତେଣୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ସ୍ମାର୍ଟ ନୁହେଁ ବୋଲି କହିହେବ କି? ଅଥଚ ଖୋଦ୍‌ ରାଜଧାନୀର ମୁଖ୍ୟ ସରକାରୀ ଚିକିତ୍ସାଳୟରେ ସାମାନ୍ୟ ରକ୍ତ ଓ ପରିସ୍ରା ପରୀକ୍ଷା ନିମନ୍ତେ ଜଣେ ସାଧାରଣ ଲୋକକୁ ଗୋଟିଏ ଦିନ ସମୟ ଦେବାକୁ ପଡୁଛି। ମେଡିକାଲ ପରିସରରେ ପ୍ରତିଟି ସରଞ୍ଜାମ ମହଜୁଦ ରହିବାଟା ବଡ଼ କଥା ନୁହେଁ। ବରଂ ଏହା କେତେ ଅଧିକ ପରିମାଣରେ ରହୁଛି ଓ ଏହାକୁ ନେଇ ଲୋକ କେତେ କମ୍‌ ସମୟ ଭିତରେ ନିଜର ସୁବିଧା ହାସଲ କରି ପାରୁଛନ୍ତି ତାହା ହିଁ ହେଉଛି ଆମ ପାଇଁ ବଡ ସଫଳତା। ଯଦି ଏଇ ରକ୍ତ ଓ ପରିସ୍ରା ପରୀକ୍ଷା କେନ୍ଦ୍ରଗୁଡିକ ଗୋଟିଏ ସ୍ଥାନରେ ନ କରି ମେଡିକାଲ ପରିସରର ବିଭିନ୍ନ ସ୍ଥାନରେ କରାଯାଆନ୍ତା ତେବେ ଲୋକମାନେ ସାରା ଦିନ ଧାଡି ଲଗେଇବାରୁ ରକ୍ଷା ପାଇବା ସହ ତ୍ୱରିତ ଚିକିତ୍ସାର ଲାଭ ଉଠେଇ ପାରନ୍ତେ।
ଏହାଛଡା ଆଉଟ୍‌ଡୋରରୁ ଟିକେଟ ଖଣ୍ଡେ ଆଣିବା ପାଇଁ ମଧ୍ୟ ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଲମ୍ବା ଲାଇନରେ ଛିଡା ହେବା ପାଇଁ ପଡୁଛି। ସଙ୍କଟାପନ୍ନ ରୋଗୀମାନେ ତତକ୍ଷଣାତ୍‌ ଚିକିତ୍ସା ସେବା ଚାହୁଁଥିବା ବେଳେ ଧାଡିରେ ବିଳମ୍ବ ହେତୁ ମୃତ୍ୟୁମୁଖରେ ପଡୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ମଧ୍ୟ ସମଦଶା। କାରଣ ଏସବୁ ସହରର ମୁଖ୍ୟ ଚିକିତ୍ସାଳୟ ଏବଂ ଏହା ଉପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ହଜାର ହଜାର ରୋଗୀ ନିର୍ଭର କରି ଆସୁଛନ୍ତି। କେବଳ ଏକମାତ୍ର ବିକଳ୍ପ ହେଉଛି ଅଧିକ ସଂଖ୍ୟାରେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରିବା ସହ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା। ତା’ହେଲେ ଲୋକମାନେ ପୂର୍ବପେକ୍ଷା ଅଧିକ ଶୀଘ୍ର ଚିକିତ୍ସା ପାଇ ଆଶ୍ୱସ୍ତି ଲାଭ କରନ୍ତେ। ସେହିପରି ଅଧିକ ସଂଖ୍ୟାରେ ଟିକେଟ କାଉଣ୍ଟର ଖୋଲାଗଲେ ରୋଗୀମାନେ ଆଉ ବିଳମ୍ବଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତେ ନାହିଁ। ଆମେ ଏହି ମୌଳିକ ସମସ୍ୟାଗୁଡିକର ସମାଧାନ କରିବା ଉଚିତ। କାରଣ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ସହଜ ବ୍ୟାପାର ନୁହେଁ। ଏବେ ବି କିଛି ଅଞ୍ଚଳରେ ଗର୍ଭବତୀ ମହିଳାମାନେ ଭାର ସାହାଯ୍ୟରେ ନଦୀ ଉପରେ ହୋଇଥିବା ବାଉଁଶ ପୋଲକୁ ପାର ହୋଇ ଅନେକ ଲମ୍ବା ରାସ୍ତା ଅତିକ୍ରମ କରି ମେଡିକାଲ ଆସିବାର ଚିତ୍ର ଗଣମାଧ୍ୟମରୁ ଦେଖିବାକୁ ମିଳୁଛି। ତେଣୁ ଆମକୁ ଆଗାମୀ ଦିନରେ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ଚିତ୍ର ସମ୍ପୂର୍ଣ୍ଣ ନ ବଦଳାଇଲେ ମଧ୍ୟ କିଛି ମାତ୍ରାରେ ବଦଳାଇବାକୁ ହେବ। ଆଗାମୀ ଦିନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ପ୍ରଶାସନ ତରଫରୁ ବିହିତ ନିରାକରଣର ପଦକ୍ଷେପମାନ ଗ୍ରହଣ କରିବାକୁ ହେବ। ତେବେ ଯାଇ ବ୍ୟବସ୍ଥା ସୁଧୁରିବ।
ପତରପଡା, ବରମୁଣ୍ଡଳୀ, ଜଗତ୍‌ସିଂହପୁର, ମୋ-୭୮୭୩୭୧୯୦୫୬


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri