ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ

ବଲାଙ୍ଗୀର ଅଫିସ,୯ା୫: ବଲାଙ୍ଗୀର ଜିଲାରେ ଗ୍ରୀଷ୍ମ ପ୍ରବାହ ଅଘୋଷିତ କର୍ଫ୍ୟୁ ଅନୁରୂପ ସ୍ଥିତି ସୃଷ୍ଟି କରିଛି। ଟାଣ ଖରା ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଫଳରେ ପୂର୍ବାାହ୍ନ ୧୧ଟାରୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଉଛି। ୪୦ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ଏବଂ ଗୁଳୁଗୁଳି ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ପରିବା ବ୍ୟବସାୟୀ, ବିକ୍ରେତା, ଦିନ ମଜୁରିଆ, ନିର୍ମାଣ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡେଲିମାର୍କେଟ ଏବଂ ସାପ୍ତାହିକ ବଜାରରେ ପନିବରିବା ବିକ୍ରେତାମାନେ ରାସ୍ତକଡରେ ଟାଣ ଖରାରେ ବସିବା ଦୃଶ୍ୟ ବିଚଳିତ କରୁଛି। ଗଁା ଗହଳରୁ ସହରକୁ ଆସୁଥିବା ଲୋକେ ଅଂଶୁଘାତ ଭୟରେ ଅପରାହ୍ଣ ପର୍ଯ୍ୟନ୍ତ ଅଟକି ରହୁଥିବା ଦେଖାଯାଉଛି। ସକାଳୁଆ ଅଫିସ ହୋଇଥିଲେ ମଧ୍ୟ ବିଭିନ୍ନ କାମ ପାଇଁ ଅଫିସ ଆସୁଥିବା ଲୋକେ ହଟହଟା ହେଉଛନ୍ତି। ବଲାଙ୍ଗୀର ସହରର ଜିଲା ପରିଷଦ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ, ଏସ୍‌ପି ଅଫିସ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଥିବା ଗଛ ତଳେ ବହୁ ଲୋକ ଅଟକି ରହୁଥିବା ଦେଖାଯାଉଛି। ସବୁଠୁ ବେଶୀ ଭିଡ ପରିଲକ୍ଷିତ ହେଉଛି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଲୋକେ ବାଧ୍ୟହୋଇ ଟାଣ ଖରାରେ ମଧ୍ୟ ବାହାରୁଛନ୍ତି। ଏଠାରେ ସକାଳେ ସବୁଠୁ ଅଧିକ ଭିଡ ପରିଲକ୍ଷିତ ହେଉଛି। ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ରୋଗୀ ଓ ପରିଜନଙ୍କ ଅସୁବିଧା ଦୂର କରିବାକୁ ଅଧିକ କାଉଣ୍ଟର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଅନ୍ୟପଟେ ବସ ଟର୍ମିନାଲର ଅବସ୍ଥା ମଧ୍ୟ ଭଲ ନାହିଁ। ସେଠାରେ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ହେଉ ନ ଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚ ମାସରୁ ଖରାର ପ୍ରକୋପ ଦେଖାଇଥିଲେ ମଧ୍ୟ ମଝିରେ କାଳବୈଶାଖୀ, ଲଘୁଚାପଜନିତ ବର୍ଷା ଏବଂ ମେଘୁଆ ପାଗ ଯୋଗୁଁ ଲୋକେ କିଛିଟା ଆଶ୍ୱସ୍ତି ପାଇଥିଲେ। ତେବେ ମେ ମାସ ପ୍ରାରମ୍ଭରୁ ଖରା ଟାଣ ହୋଇଛି। ପ୍ରତିଦିନ ୪୦ଡିଗ୍ରୀରୁ ଉର୍ଦ୍ଧ୍ୱ ଉଷ୍ଣତା ଅନୁଭବ ହେଉଥିବାବେଳେ ଗୁଳୁଗୁଳି ଯୋଗୁଁ ଲୋକେ ଆଉଟୁପାଉଟୁ ହେଉଛନ୍ତି। ବଲାଙ୍ଗୀର ଡେଲିମାର୍କେଟଠାରେ ରିକ୍ସା ଚଳାଉଥିବା ରାଜୁ ରଣା କହିଛନ୍ତି ଯେ, ଲୋକେ ଖରାରେ ଘରୁ ବାହାରୁ ନଥିବାରୁ ତାଙ୍କ ଉପାର୍ଜନ କମିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା ପରେ କେତେବେଳେ କେଉଁଠି ଗୋଟେ ଦୁଇଟି ଲୋକ ରିକ୍ସାରେ ଯିବା ଆସିବା କରୁଛନ୍ତି। ବଲାଙ୍ଗୀର ସହରର ସମାଜସେବୀ ତଥା ଆଡଭୋକେଟ ବାଳକୃଷ୍ଣ ଷଡଙ୍ଗୀ କହିଛନ୍ତି, ଖରା ବଢ଼ିବା କାରଣରୁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି ମାତ୍ର ସେଠାରେ ପାଣି ବ୍ୟବସ୍ଥା ନାହିଁ। କେବଳ କପଡା ଢ଼ଙ୍କା ଯାଇଛି। ହସ୍ପିଟାଲ ପରିସରରେ ମଧ୍ୟ ପିଇବା ପାଣି ବ୍ୟବସ୍ଥା ନଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି। ଏଦିଗରେ ପ୍ରଶାସନ ବ୍ୟବସ୍ଥା କରିବା ସହ ଅତି କମ୍‌ରେ ଲୋକଙ୍କୁ ଥଣ୍ଡା ପାଣି ଯୋଗାଇବା ବ୍ୟବସ୍ଥା କରିବା ଉଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri